Posted inଜାତୀୟ

୬ ବର୍ଷରେ ପେଟ୍ରୋଲ ଉପରେ ଦୁଇ ଗୁଣ ଟିକସ

ନୂଆଦିଲ୍ଲୀ,୨୫।୭: ଗତ ୬ ବର୍ଷରେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଟିକସ ପ୍ରାୟ ଦୁଇ ଗୁଣ ବଢ଼ି ୮୮ ପ୍ରତିଶତରେ ପହଞ୍ଚିଛି। ଏହି କାରଣରୁ ସାରା ଦେଶରେ ୧୦୦ ଟଙ୍କା ଅତିକ୍ରମ କରିଛି ଲିଟର ପିଛା ପେଟ୍ରୋଲ ଦର। ସମାନ ସମୟ ମଧ୍ୟରେ ଡିଜେଲ୍‌ କ୍ଷେତ୍ରରେ କେନ୍ଦ୍ରୀୟ ଟିକସ ୩ ଗୁଣ ବୃଦ୍ଧି ପାଇଛି।

ଚଳିତ ମାସ ୧ ତାରିଖ ସୁଦ୍ଧା ପେଟ୍ରୋଲ ଲିଟର ପିଛା ଟିକସ ବାବଦକୁ କେନ୍ଦ୍ର ସରକାର ନେଉଛନ୍ତି ୩୨ ଟଙ୍କା ୯୦ ପଇସା। ଏଥିରେ ସାମିଲ ରହିଛି ସେସ୍‌ (ଉପ ଟିକସ) । ଠିକ୍‌ ୬ ବର୍ଷ ତଳେ ସେସ୍‌କୁ ମିଶାଇ ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ବାବଦକୁ ନିଆଯାଉଥିଲା ୧୭ ଟଙ୍କା ୪୬ ପଇସା। ଏହା ଦର୍ଶାଉଛି ଗତ ୬ ବର୍ଷରେ ପେଟ୍ରୋଲ ଉପରେ ଟିକସ ଦୁଇ ଗୁଣ ବୃଦ୍ଧି ପାଇଛି।

ସମାନ ସମୟ ମଧ୍ୟରେ ଡିଜେଲ ଉପରେ ଲଗାଯାଉଥିବା ଟିକସ ୨୦୯ ପ୍ରତିଶତ ବଢ଼ିଛି। ୨୦୧୫, ଜୁଲାଇ ୧ ସୁଦ୍ଧା ଡିଜେଲ ଉପରେ ୧୦.୨୬ ଟଙ୍କା ନିଆଯାଉଥିବାବେଳେ ଏବେ ଲୋକଙ୍କୁ ଲିଟର ପିଛା ଗଣିବାକୁ ପଡ଼ୁଛି ୩୧ ଟଙ୍କା ୮୦ ପଇସା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବବର୍ଗଙ୍କୁ ଭୁଲ୍‌ ରାସ୍ତା ଦେଖାଉଥିବା ଲୋକ ନେତା ନୁହେଁ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ରାଜନୀତିଠାରୁ ସବୁବେଳେ ନିଜକୁ ଦୂରେଇ ରଖିଥାଏ ଭାରତୀୟ ସେନା। ହେଲେ ଏବେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ଏମିତି ଏକ କଥା କହିଛନ୍ତି...

୯ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଭାରତରେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା

ନୂଆଦିଲ୍ଲୀ, ୧୪।୭: ଭାରତରେ କରୋନା ଧୀରେଧୀରେ ଅଣାୟତ୍ତ ହେଉଥିବା ଆଶଙ୍କା କରାଯାଉଛି। ଇତିମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୭୫୨ରେ ପହଞ୍ଚିଛି।...

୧୦ ଦିନରେ ୨୦ କେଜି କୋଭିଡ୍‌ ଔଷଧ ସଂଗ୍ରହ କଲେ ଡାକ୍ତର ଦମ୍ପତି

ମୁମ୍ବାଇ,୧୨।୫: ମୁମ୍ବାଇର ଏକ ଡାକ୍ତର ଦମ୍ପତି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କଠାରୁ ଔଷଧ ସଂଗ୍ରହ କରି ଗରୀବ କରୋନା ଆକ୍ରାନ୍ତଙ୍କୁ ବାଣ୍ଟୁଛନ୍ତି। ଡ. ମାର୍କସ...

ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାରୀ ନିଯୁକ୍ତି ଯୋଜନା: ପେଶା ଛାଡ଼ିବାକୁ ମନା କଲେ ଭିକାରି

ଲକ୍ଷ୍ନୌ,୨୬।୬: ଉତ୍ତରପ୍ରଦେଶର ଲକ୍ଷ୍ନୌ ନଗର ନିଗମ ପକ୍ଷରୁ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାରୀ ନିଯୁକ୍ତି ଯୋଜନା କରାଯାଇଛି। ତେବେ ଏହି ଯୋଜନା ଅନ୍ତର୍ଗତ ଚାକିରି...

ଆଜ୍‌ମାରୁ ମୁକ୍ତି ଲାଗି ‘ମାଛ ପ୍ରସାଦମ୍‌’ ଗ୍ରହଣ କଲେ ଏକ ଲକ୍ଷରୁ ଅଧିକ ଲୋକ

ହାଇଦ୍ରାବାଦ୍‌,୯।୬: ଆଜ୍‌ମାରୁ ମୁକ୍ତି ଲାଗି ହାଇଦ୍ରାବାଦ୍‌ର ପ୍ରଦର୍ଶନୀ ପଡ଼ିଆରେ ଏକ ଲକ୍ଷରୁ ଅଧିକ ଲୋକ ପହଞ୍ଚି ‘ମାଛ ପ୍ରସାଦମ୍‌’ ଗ୍ରହଣ କରିଛନ୍ତି। ଦୀର୍ଘ ୧୭୦ ବର୍ଷ...

ରବି ଶଙ୍କରଙ୍କୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନ

ନୂଆଦିଲ୍ଲୀ,୯।୨: ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କୁ ଆମେରିକାର ଏକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନରେ ସମ୍ମାନୀତ କରାଯାଇଛି। ବିଶ୍ୱବାସୀଙ୍କ ପାଇଁ ରବିଶଙ୍କରଙ୍କ ଉଲ୍ଲେଖନୀୟ...

ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ ମା’ଙ୍କୁ ହତ୍ୟା କଲା ନାବାଳିକା ଝିଅ

ମୁମ୍ବାଇ,  ୧୦।୮: ପାଠପଢ଼ାକୁ ନେଇ ଯୁକ୍ତିତର୍କ ପରେ କରାଟେ ବେଲ୍ଟରେ ମା’ଙ୍କ ତଣ୍ଟି ଚିପି ହତ୍ୟା କରିଛି ୧୫ ବର୍ଷୀୟା ନାବଳିକା ଝିଅ। ନବି ମୁମ୍ବାଇରେ...

ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ...

Advertisement


Archives

Model This Week