ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ରବିବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୃଷି ଓ କୃଷକ ସଶକ୍ତୀକରଣର ସ୍ବତନ୍ତ୍ର ସଚିବ ଥିବା ସୁରେଶ କୁମାର ବଶିଷ୍ଠଙ୍କୁ ସେହି ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଓଏସଇପିଏର ରାଜ୍ୟ ପ୍ରକଳ୍ପ ଅଧିକାରୀ ଭୂପିନ୍ଦର ସିଂ ପୁନିଆଙ୍କୁ ଇପିକଲ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ତାଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଏବଂ ସେ ଇଡ୍‌କୋର ଇଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଥିବା ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁଓସିଡି)ର ସିଇଓ, ଗଜପତି ଜିଲାପାଳ ଅନୁପମ ଶାହାଙ୍କୁ ଓଏସ୍‌ଇପିଏ ରାଜ୍ୟ ପ୍ରକଳ୍ପ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏଥି ସହିତ ସେ ‘ମୋ ସ୍କୁଲ’ର ମେମ୍ବର ସେକ୍ରେଟାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସୋନପୁର ଜିଲାପାଳ ମନୀଷା ବାନାର୍ଜୀ ବରଗଡ ଜିଲାପାଳ ଭାବେ ବଦଳି ହୋଇଥିବା ବେଳେ, ମାଲକାନଗିରି ଜିଲାପାଳ ଏଦୁଲା ବିଜୟଙ୍କୁ କଟକସ୍ଥିତ ପ୍ରାଣୀ ସମ୍ପଦ ଓ ପ୍ରାଣୀ ସେବା ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲାପାଳ, ରାଉରକେଲା ଏଡିଏମ୍‌ ଅବୋଲି ସୁନୀଲ ନରଭଣେଙ୍କୁ ସୋନପୁର ଜିଲାପାଳ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ଏଡିଏମ୍‌ ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଯାଜପୁର ଡିଆର୍‌ଡିଏ ପ୍ରକଳ୍ପ ଅଧିକାରୀ ବିଶାଲ ସିଂହଙ୍କୁ ମାଲକାନଗିରି ଜିଲାପାଳ, ଟିଟିଲାଗଡ ସବ୍‌କଲେକ୍ଟର ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡି ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଧର୍ମଗଡ ସବ୍‌ କଲେକ୍ଟର ଦିବାକର ଟି.ଏସ.ଙ୍କୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍‌)ର ଓଏସ୍‌ଡି ଭାବେ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଶେଷ କରି ଫେରିଥିବା ୨୦୧୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସେହି କ୍ରମରେ ଅଗ୍ରଓ୍ବାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁର ସବ୍‌ କଲେକ୍ଟର, ଅନ୍ୟା ଦାସଙ୍କୁ ବାରିପଦା ସବ୍‌ କଲେକ୍ଟର, ଆଦିତ୍ୟ ଗୋଏଲଙ୍କୁ କୁଚିଣ୍ଡା ସବ୍‌ କଲେକ୍ଟର, ମହାଜନ ମନୋଜ ସତ୍ୟଓ୍ବାନଙ୍କୁ ଟିଟିଲାଗଡ ସବ୍‌ କଲେକ୍ଟର, ପାଓ୍ବାର ସଚିନ ପ୍ରକାଶଙ୍କୁ ଧର୍ମଗଡ ସବ୍‌କଲେକ୍ଟର ଏବଂ ଇଶଲଓ୍ବାର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧା ସବ୍‌ କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?