ନିର୍ମାଣ ବିଳମ୍ବ ହେଲେ ଚଢ଼ା ଦର: ଜାଣିଶୁଣି ଦିନ ଘୁଞ୍ଚାଇ ଚାଲିଛନ୍ତି…

ଯାଜପୁର ଅଫିସ,୧୨ା୫: ବିଳମ୍ବ ହେଲେ ଚଢ଼ା ଦର ମିଳିବ, ଏହି ନୀତିରେ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ ଡିଭିଜନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଛି। ଦାୟିତ୍ୱରେ ଥିବା ଠିକାଦାର ଓ ଯନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ନିର୍ମାଣ ନ କରି ଜାଣିଶୁଣି ଦିନ ଘୁଞ୍ଚାଇ ଚାଲିଛନ୍ତି। ଏପରି କି ନିଜ ଉପରୁ ଦୋଷ ଛଡାଇବାକୁ ଯାଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ଠିକାଦାରଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରି ପୁଣି ନୀରବି ଯାଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ମଜୁରୀ ନିର୍ଦ୍ଧାରଣ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ବର୍ଷକୁ ବର୍ଷ ହେଉଥିବା ଶ୍ରମିକଙ୍କ ବର୍ଦ୍ଧିତ ଦର ଓ ନିର୍ମାଣ ସାମଗ୍ରୀର ଅତିରିକ୍ତ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ହଡପ କରିବାରେ ଲାଗିଛନ୍ତି ବୋଲି ମତପ୍ରକାଶ ପାଇଛି ା

ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀନ ସାନଗେଙ୍ଗୁଟି ନଦୀର ଭୂବନପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଠାରୁ ଜଗନ୍ନାଥପୁର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାରେ ଏକ ବିଜୁ ସେତୁ ନିର୍ମାଣାଧୀନ ରହିଛି। ବିଭାଗୀୟ ରିପୋର୍ଟ ଅନୁସାରେ ଏଥିପାଇଁ ୫.୦୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଚୁକ୍ତି ଅନୁସାରେ ୭ା୨ା୨୦୨୦ରୁ ଏହି ବ୍ରିଜ କାମ ଆରମ୍ଭ ହୋଇଥିବାବେଳେ ୬ା୮ା୨୦୨୧ ତାରିଖ ସୁଦ୍ଧା ଶେଷ ହେବା କଥା। କିନ୍ତୁ ଏଯାଏ ମାତ୍ର ୨ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମାତ୍ର ୪୭.୮୫% କାମ ଶେଷ ହୋଇଛି। ଏହି ବ୍ରିଜ କାମର ଅଗ୍ରଗତି ଅତି ନୈରାଶ୍ୟଜନକ ବୋଲି ଦର୍ଶାଇ ବିଭାଗ ପକ୍ଷରୁ ୫ ଥର ନୋଟିସ ଜାରି କରାଯାଇଛି। ତେବେ ଗତ ୯ ତାରିଖରେ ସଂପୃକ୍ତ ଠିକାସଂସ୍ଥା ଭୁବନେଶ୍ୱରୀ କନଷ୍ଟ୍ରକ୍ସନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉକ୍ତ ନୋଟିସରେ ପୂର୍ବରୁ ରହିଥିବା ଜମି ବିବାଦର ସମାଧାନ ହୋଇ ସାରିଛି ବୋଲି କୁହାଯାଇଛି। ଏହାସହ ଇଲେକ୍ଟ୍ରିକ ଲାଇନ ଦୀର୍ଘ ସମୟ ହେଲା ସ୍ଥାନାନ୍ତର ହୋଇ ସାରିଛି। ଏପରିକି ଲକ୍‌ଡାଉନ ସମୟରେ ରାଜ୍ୟ ସରକାର ଉନ୍ନୟନ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଥିଲେ। ତେଣୁ ଅତି ମନ୍ଥର ଗତିରେ ହେଉଥିବା କାମକୁ ଆଦୌ ସମର୍ଥନ କରାଯାଇ ପାରିବ ନାହିଁ। ତେଣୁ ପ୍ରକଳ୍ପର ପରିବର୍ତ୍ତିତ କାର୍ଯ୍ୟକ୍ରମ ସହ ଏକ ଆବେଦନପତ୍ର ଦେବାକୁ ବିଭାଗ ପକ୍ଷରୁ ସଂପୃକ୍ତ ଠିକାସଂସ୍ଥାକୁ ନିର୍ଦ୍ଦେଶ ହୋଇଛି। ଏହାସହ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୩୦ା୬ା୨୦୨୨ ସୁଦ୍ଧା ବ୍ରିଜ କାମ ଶେଷ କରିବାକୁ ପରାମର୍ଶ ଦିଆଯାଇଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଲେ ବର୍ଦ୍ଧିତ ଦର ସହ ପରିବର୍ତ୍ତିତ କାର୍ଯ୍ୟକ୍ରମ ହେବା ନିଶ୍ଚିତ। ଏଭଳି ଭାବେ ପ୍ରକଳ୍ପ ନିର୍ମାଣ ନ କରି ଦିନ ଘୁଞ୍ଚାଇ ବର୍ଦ୍ଧିତ ଦର (ପ୍ରାଇସ୍‌ ଏସକେଲେଶନ) ନାମରେ ରାଜ୍ୟ ରାଜକୋଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଅଯଥାରେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହେଉଛି ା ପୂର୍ବରୁ ଏହି ଡିଭିଜନ ଅଧୀନ ବିରୁପା ନଦୀ ଉପରେ ବାହୁଜଙ୍ଗ-ଧାଉଡିଆପଦା ଏବଂ ସାନଗେଙ୍ଗୁଟି ନଦୀ ଉପରେ ଏନଏଚ-୫ ରୁ ଶକୁନ୍ତଳାପୁର ରାସ୍ତାରେ ହାଇଲେବୁଲ ବ୍ରିଜ ନିର୍ମାଣ ନାମରେ ବର୍ଦ୍ଧିତ ଦର ବିଲ ଦାଖଲ ହୋଇଥିଲା। ଏହି ଦୁଇ ପ୍ରକଳ୍ପର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଧାରିତ ଅବଧି ସମୟ ଅତିକ୍ରାନ୍ତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ ନ କରି ଦରବୃଦ୍ଧି ନାମରେ ୧ କୋଟି ୬୧ ଲକ୍ଷ ୩୯ ହଜାର ୮୭୯ ଟଙ୍କା ପ୍ରଦାନ କରିବାକୁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଆବେଦନ ହୋଇଥିଲା। ଏହା ଏକ ଉଦାହରଣ ମାତ୍ର ହୋଇଥିବାବେଳେ ଏଭଳି ଅନେକ ପ୍ରକଳ୍ପ ନାମରେ ବର୍ଦ୍ଧିତ ଦର ଆବେଦନ କରି ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହେଉଥିବା ଅଭିଯୋଗ ହେଉଛି।

ଏ ସଂକ୍ରାନ୍ତରେ ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ମାରାଣ୍ଡିଙ୍କୁ ପଚାରିବାରେ ସେ କହିଛନ୍ତି, ସାନଗେଙ୍ଗୁଟି ନଦୀ ଉପରେ ବ୍ରିଜ ନିର୍ମାଣ ପାଇଁ ଅନେକ ବିବାଦ ରହିଥିଲା। ନିକଟରେ ସେହିସବୁର ସମାଧାନ ହୋଇଛି। ତେବେ ସଂପୃକ୍ତ ଠିକାସଂସ୍ଥାକୁ ମନ୍ଥର କାମ ଯୋଗୁ ତାଗିଦ କରାଯାଇଛି। ବର୍ଦ୍ଧିତ ଦର ସରକାରଙ୍କ ଆଇନ ଅନୁସାରେ କରାଯାଉଛି। ଏଥିରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri