ନିର୍ମାଣ ବିଳମ୍ବ ହେଲେ ଚଢ଼ା ଦର: ଜାଣିଶୁଣି ଦିନ ଘୁଞ୍ଚାଇ ଚାଲିଛନ୍ତି…

ଯାଜପୁର ଅଫିସ,୧୨ା୫: ବିଳମ୍ବ ହେଲେ ଚଢ଼ା ଦର ମିଳିବ, ଏହି ନୀତିରେ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ ଡିଭିଜନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଛି। ଦାୟିତ୍ୱରେ ଥିବା ଠିକାଦାର ଓ ଯନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ନିର୍ମାଣ ନ କରି ଜାଣିଶୁଣି ଦିନ ଘୁଞ୍ଚାଇ ଚାଲିଛନ୍ତି। ଏପରି କି ନିଜ ଉପରୁ ଦୋଷ ଛଡାଇବାକୁ ଯାଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ଠିକାଦାରଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରି ପୁଣି ନୀରବି ଯାଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ମଜୁରୀ ନିର୍ଦ୍ଧାରଣ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ବର୍ଷକୁ ବର୍ଷ ହେଉଥିବା ଶ୍ରମିକଙ୍କ ବର୍ଦ୍ଧିତ ଦର ଓ ନିର୍ମାଣ ସାମଗ୍ରୀର ଅତିରିକ୍ତ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ହଡପ କରିବାରେ ଲାଗିଛନ୍ତି ବୋଲି ମତପ୍ରକାଶ ପାଇଛି ା

ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀନ ସାନଗେଙ୍ଗୁଟି ନଦୀର ଭୂବନପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଠାରୁ ଜଗନ୍ନାଥପୁର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାରେ ଏକ ବିଜୁ ସେତୁ ନିର୍ମାଣାଧୀନ ରହିଛି। ବିଭାଗୀୟ ରିପୋର୍ଟ ଅନୁସାରେ ଏଥିପାଇଁ ୫.୦୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଚୁକ୍ତି ଅନୁସାରେ ୭ା୨ା୨୦୨୦ରୁ ଏହି ବ୍ରିଜ କାମ ଆରମ୍ଭ ହୋଇଥିବାବେଳେ ୬ା୮ା୨୦୨୧ ତାରିଖ ସୁଦ୍ଧା ଶେଷ ହେବା କଥା। କିନ୍ତୁ ଏଯାଏ ମାତ୍ର ୨ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମାତ୍ର ୪୭.୮୫% କାମ ଶେଷ ହୋଇଛି। ଏହି ବ୍ରିଜ କାମର ଅଗ୍ରଗତି ଅତି ନୈରାଶ୍ୟଜନକ ବୋଲି ଦର୍ଶାଇ ବିଭାଗ ପକ୍ଷରୁ ୫ ଥର ନୋଟିସ ଜାରି କରାଯାଇଛି। ତେବେ ଗତ ୯ ତାରିଖରେ ସଂପୃକ୍ତ ଠିକାସଂସ୍ଥା ଭୁବନେଶ୍ୱରୀ କନଷ୍ଟ୍ରକ୍ସନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉକ୍ତ ନୋଟିସରେ ପୂର୍ବରୁ ରହିଥିବା ଜମି ବିବାଦର ସମାଧାନ ହୋଇ ସାରିଛି ବୋଲି କୁହାଯାଇଛି। ଏହାସହ ଇଲେକ୍ଟ୍ରିକ ଲାଇନ ଦୀର୍ଘ ସମୟ ହେଲା ସ୍ଥାନାନ୍ତର ହୋଇ ସାରିଛି। ଏପରିକି ଲକ୍‌ଡାଉନ ସମୟରେ ରାଜ୍ୟ ସରକାର ଉନ୍ନୟନ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଥିଲେ। ତେଣୁ ଅତି ମନ୍ଥର ଗତିରେ ହେଉଥିବା କାମକୁ ଆଦୌ ସମର୍ଥନ କରାଯାଇ ପାରିବ ନାହିଁ। ତେଣୁ ପ୍ରକଳ୍ପର ପରିବର୍ତ୍ତିତ କାର୍ଯ୍ୟକ୍ରମ ସହ ଏକ ଆବେଦନପତ୍ର ଦେବାକୁ ବିଭାଗ ପକ୍ଷରୁ ସଂପୃକ୍ତ ଠିକାସଂସ୍ଥାକୁ ନିର୍ଦ୍ଦେଶ ହୋଇଛି। ଏହାସହ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୩୦ା୬ା୨୦୨୨ ସୁଦ୍ଧା ବ୍ରିଜ କାମ ଶେଷ କରିବାକୁ ପରାମର୍ଶ ଦିଆଯାଇଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଲେ ବର୍ଦ୍ଧିତ ଦର ସହ ପରିବର୍ତ୍ତିତ କାର୍ଯ୍ୟକ୍ରମ ହେବା ନିଶ୍ଚିତ। ଏଭଳି ଭାବେ ପ୍ରକଳ୍ପ ନିର୍ମାଣ ନ କରି ଦିନ ଘୁଞ୍ଚାଇ ବର୍ଦ୍ଧିତ ଦର (ପ୍ରାଇସ୍‌ ଏସକେଲେଶନ) ନାମରେ ରାଜ୍ୟ ରାଜକୋଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଅଯଥାରେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହେଉଛି ା ପୂର୍ବରୁ ଏହି ଡିଭିଜନ ଅଧୀନ ବିରୁପା ନଦୀ ଉପରେ ବାହୁଜଙ୍ଗ-ଧାଉଡିଆପଦା ଏବଂ ସାନଗେଙ୍ଗୁଟି ନଦୀ ଉପରେ ଏନଏଚ-୫ ରୁ ଶକୁନ୍ତଳାପୁର ରାସ୍ତାରେ ହାଇଲେବୁଲ ବ୍ରିଜ ନିର୍ମାଣ ନାମରେ ବର୍ଦ୍ଧିତ ଦର ବିଲ ଦାଖଲ ହୋଇଥିଲା। ଏହି ଦୁଇ ପ୍ରକଳ୍ପର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଧାରିତ ଅବଧି ସମୟ ଅତିକ୍ରାନ୍ତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ ନ କରି ଦରବୃଦ୍ଧି ନାମରେ ୧ କୋଟି ୬୧ ଲକ୍ଷ ୩୯ ହଜାର ୮୭୯ ଟଙ୍କା ପ୍ରଦାନ କରିବାକୁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଆବେଦନ ହୋଇଥିଲା। ଏହା ଏକ ଉଦାହରଣ ମାତ୍ର ହୋଇଥିବାବେଳେ ଏଭଳି ଅନେକ ପ୍ରକଳ୍ପ ନାମରେ ବର୍ଦ୍ଧିତ ଦର ଆବେଦନ କରି ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହେଉଥିବା ଅଭିଯୋଗ ହେଉଛି।

ଏ ସଂକ୍ରାନ୍ତରେ ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ମାରାଣ୍ଡିଙ୍କୁ ପଚାରିବାରେ ସେ କହିଛନ୍ତି, ସାନଗେଙ୍ଗୁଟି ନଦୀ ଉପରେ ବ୍ରିଜ ନିର୍ମାଣ ପାଇଁ ଅନେକ ବିବାଦ ରହିଥିଲା। ନିକଟରେ ସେହିସବୁର ସମାଧାନ ହୋଇଛି। ତେବେ ସଂପୃକ୍ତ ଠିକାସଂସ୍ଥାକୁ ମନ୍ଥର କାମ ଯୋଗୁ ତାଗିଦ କରାଯାଇଛି। ବର୍ଦ୍ଧିତ ଦର ସରକାରଙ୍କ ଆଇନ ଅନୁସାରେ କରାଯାଉଛି। ଏଥିରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?