ମଙ୍ଗଳରେ ରହିଛି ଭରପୁର ଜଳ: ଜୁରୋଙ୍ଗ ପଠାଇଲା ରିପୋର୍ଟ…

ବେଜିଂ,୩।୫ : ମଙ୍ଗଳ ଗ୍ରହରେ ଆଶା କରାଯାଉଥିବା ଠାରୁ ଅଧିକ ଜଳ ରହିଥିବାର ପ୍ରମାଣ ମିଳିଛି। ଜୁରୋଙ୍ଗ ନାମକ ଚାଇନା ମାର୍ସ ରୋଭର ଏହି ଦିଗରେ ନୂତନ ତଥ୍ୟ ସଂଗ୍ରହ କରିଛି। ସାଇନ୍ସ ଆଡଭାନ୍ସ୍‌ ପତ୍ରିକାରେ ଏହି ନୂତନ ଅଧ୍ୟୟନ ସମ୍ପର୍କରେ ତଥ୍ୟ ପ୍ରକାଶିତ ହୋଇଛି। କୁହାଯାଇଛି, ଜୁରୋଙ୍ଗ ମଙ୍ଗଳ ଗ୍ରହର ନିମ୍ନ ଏବଂ ଉଷ୍ମ ଅଞ୍ଚଳରେ ଜଳର ମୂଲ୍ୟାଙ୍କନ ସହ ଜଡିତ ପ୍ରମାଣ ମଧ୍ୟ ପ୍ରଦାନ ପଠାଇଛି।

ପ୍ରାୟ ୪,୦୦,୦୦୦ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଜଳ ପ୍ରଚୁର ପରିମାଣରେ ରହିଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଜଳ ବାଲୁକା କୂଳରେ ତରଳ ବରଫ ଆକାରରେ ଥିଲା । ଏଥିସହ ରୋଭର ଗ୍ରହର ନିମ୍ନ ଅଞ୍ଚଳରେ ଜଳ ଆବିଷ୍କାର କରିଛି। ରୋଭର ଅନୁସାରେ ୭୦୦ ନିୟୁତ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଜଳ ଥିବାର ଅନୁମାନ କରାଯାଉଛି। ଏହି ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ କାରଣ ନିମ୍ନଭୂମି ମଙ୍ଗଳ ଗ୍ରହର ଉଚ୍ଚଭୂମି ଅପେକ୍ଷା ଉଷ୍ମ ଏବଂ ଜୀବନର ଅସ୍ତିତ୍ୱ କିମ୍ବା ସମ୍ଭାବନା ପାଇଁ ଉତ୍ତମ ଅଞ୍ଚଳ ଅଟେ ।

ଉଲ୍ଲେଖନୀୟ କଥା ହେଉଛି, ଏହା ପ୍ରଥମ ଥର ନୁହେଁ ଯେ ମଙ୍ଗଳ ଗ୍ରହରେ ଜଳର ଅସ୍ତିତ୍ୱ ବିଷୟରେ ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହାପୂର୍ବରୁ ଆମେରିକାର ସ୍ପେସ ଏଜେନ୍ସି ନାସା ଦାବି କରିଥିଲା, ଏହାର ମହାକାଶଯାନ ମଙ୍ଗଳରେ ଜଳର ପ୍ରମାଣ ଆବିଷ୍କାର କରିଥିଲା। ଏହା ପରେ କାଲିଫର୍ନିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (କାଲଟେକ) ର ବୈଜ୍ଞାନିକମାନେ ଏହା ଅନୁସନ୍ଧାନ କରିଥିଲେ। ଏହି ଅନୁସନ୍ଧାନରେ ଏହା ଜଣାପଡିଥିଲା ୨୦୦ ନିୟୁତ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଜଳ ଥିଲା। କାରଣ ପ୍ରବାହିତ ଜଳ ସହିତ ଆସୁଥିବା ଲୁଣ ଖଣିଜ ପଦାର୍ଥ ସେଠାରେ ଦେଖିବାକୁ ମିଳିଥିଲା। ଲୁଣ ଚିହ୍ନ ମଙ୍ଗଳ ଗ୍ରହରେ ଧଳା ଧାଡି ଆକାରରେ ଉପସ୍ଥିତ ଯାହା ଦେଖାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri