ଦିବ୍ୟାଙ୍ଗ ପୁଅକୁ ଛାଡ଼ି ଚାଲିଗଲେ ମା’ବାପା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ନଗର ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦିବ୍ୟାଙ୍ଗ ନାବାଳକ ପୁଅକୁ ଛାଡ଼ିଦେଇ ମା’ବାପା କେଉଁଆଡେ ପଳାଇଛନ୍ତି। ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଓ ଚାଇଲ୍ଡଲାଇନ୍‌ ପହଞ୍ଚତ୍ ଉକ୍ତ ନାବାଳକଙ୍କୁ ଉଦ୍ଧାର କରିଛି। ତାଙ୍କ ବୟସ ୧୪ରୁ ୧୫ବର୍ଷ ମଧ୍ୟରେ ହେବ। ସେ ଭୁବନେଶ୍ୱର କିମ୍ବା ସହର ଉପକଣ୍ଠ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଚାଇଲ୍ଡଲାଇନ ପକ୍ଷରୁ ନାବାଳକଙ୍କୁ ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରାଯାଇଥିଲା। ସିଡବ୍ଲ୍ୟୁସିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ରୁଚିକା ଓପନ ସେଲ୍ଟରରେ ରଖାଯାଇଛି। ସେ ପ୍ରଥମେ କିଛି ଖାଦ୍ୟ ଖାଉ ନ ଥିଲେ। ଚାଇଲ୍ଡଲାଇନ ପକ୍ଷରୁ ବହୁ ଉଦ୍ୟମ ପରେ ସେ ଖାଦ୍ୟ ଖାଇବା ଆରମ୍ଭ କରିଛନ୍ତି। ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ଡାକ୍ତରଙ୍କ ପରାମର୍ଶ ନିଆଯିବ ବୋଲି ଭୁବନେଶ୍ୱର ଚାଇଲ୍ଡଲାଇନ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ନାବାଳକ ଜଣକ ଅପରାହ୍ନରେ ଭିଏସ୍‌ଏସ୍‌ନଗର ଇଡ୍‌କୋ ଟାୱାର ନିକଟ ରାସ୍ତା କଡ଼ରେ ଶୋଇଥିଲେ। ତାଙ୍କ ଉପରେ ଏକ ଟାଓ୍ବେଲ ଘୋଡ଼ା ହୋଇଥିଲା। ସେ କିଛି କହିପାରୁ ନ ଥିବାରୁ ସ୍ଥାନୀୟ ଲୋକେ ଚାଇଲ୍ଡଲାଇନକୁ ଖବର ଦେଇଥିଲେ। ଚାଇଲ୍ଡଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି, ମା’ବାପାମାନେ ଦିବ୍ୟାଙ୍ଗ ପିଲାଙ୍କୁ ଘରେ ରଖି ଯତ୍ନ ନେବା କଥା। ହେଲେ ଅନେକ ସମୟରେ ବିଭିନ୍ନ କାରଣରୁ ସେମାନେ ନିଜ ଦିବ୍ୟାଙ୍ଗ ପିଲାଙ୍କୁ ରାସ୍ତା କିମ୍ବା ଟ୍ରେନ୍‌ରେ ଛାଡ଼ି ଦେଉଛନ୍ତି। ଫଳରେ କିଛି ପିଲାଙ୍କର ମୃତ୍ୟୁ ହେଉଥିବାବେଳେ ଆଉ କେହି ଭିକ୍ଷାବୃତ୍ତି କରି ଦୁର୍ବିଶହ ଜୀବନ ବିତାଉଛନ୍ତି। ଏଭଳି ନ କରିବାକୁ ଚାଇଲ୍ଡଲାଇନ ପକ୍ଷରୁ ସେ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି। ମାନସିକ ରୋଗୀ ପିଲାମାନେ ରହିବାକୁ ସେଭଳି ସଂସ୍ଥା ନାହିଁ। ତେଣୁ ତାଙ୍କ ରହିବା ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ବୋଲି ଅଧ୍ୟକ୍ଷ ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଅଭିଯୋଗକାରୀ ସନ୍ତୋଷ ମାଷ୍ଟରମାଇଣ୍ଡ

କଟକ ଅଫିସ, ୩୧ା୧୦: କଟକ ଜିଲା ଖୁଣ୍ଟୁଣୀ ଥାନା ନିକଟରେ ମଙ୍ଗଳବାର ଘଟିଥିବା ୧୮ ଲକ୍ଷ ଟଙ୍କା ଲୁଟ୍‌ ଘଟାଣର ବୁଧବାର ପର୍ଦ୍ଦାଫାଶ ହୋଇଛି। କୌଣସି...

ରାଜଧାନୀର ୩ ମହଲା କୋଠାରେ ଝୁଲୁଛି ମୃତଦେହ

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ୩ ମହଲା କୋଠାରେ ଝୁଲୁଛି ମୃତଦେହ। ରାଜଧାନୀ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ବୁଧବାର ସକାଳେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ମୃତକ ଜଣଙ୍କ...

ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତି ହୋଇପାରନ୍ତି କରୋନା ସଂକ୍ରମିତ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ଏଭଳି ଏକ ରୋଗ ଯାହାକି ଧର୍ମ, ଜାତି, ଧନି, ଗରିବ,ବର୍ଣ୍ଣ ନିର୍ବିଶେଷରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହା ଯେକୌଣସି ସମୟରେ...

ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର,୨୦ା୯: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ ହେବେ ବୋଲି ବୁଧବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ପ୍ରମିଳା ଆସନ୍ତାକାଲି ପ୍ରାର୍ଥତ୍ପତ୍ର ଦାଖଲ...

ଅପରାଧ ବିଷୟରେ ପଚାରିଲେ ବିଜେଡି କହୁଛି ରାଜନୀତି କରୁଛୁ: ଧର୍ମେନ୍ଦ୍ର

ଭୁବନେଶ୍ବର, ୧।୪(ବ୍ୟୁରୋ): ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଭାଜପା ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି କରାଯାଉଥିବା ଉତ୍ତର ଆସୁଛି।...

ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କଡ଼ା ତାଗିଦ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କଡ଼ା ତାଗିଦ କରିଛି। ଗତ ଅଗଷ୍ଟ ମାସରେ ପଦୋନ୍ନତି ପାଇଥିବା ବେଳେ ଅନେକ ଏବେ ବି...

ଧାମନଗର ଉପନିର୍ବାଚନ: ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପ୍ରାର୍ଥୀମାନେ ନିଜର ଦଳୀୟକର୍ମୀଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି।...

ଲୋକାୟୁକ୍ତ ସଦସ୍ୟଭାବେ ଦାୟିତ୍ୱ ନେଲେ ରାଜେନ୍ଦ୍ର ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ନୂଆ ଦାୟିତ୍ୱ ଗ୍ରହଣ କଲେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଲୋକାୟୁକ୍ତ ସଦସ୍ୟ ଭାବେ ସେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement
Archives

Model This Week