ଦିବ୍ୟାଙ୍ଗ ପୁଅକୁ ଛାଡ଼ି ଚାଲିଗଲେ ମା’ବାପା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ନଗର ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦିବ୍ୟାଙ୍ଗ ନାବାଳକ ପୁଅକୁ ଛାଡ଼ିଦେଇ ମା’ବାପା କେଉଁଆଡେ ପଳାଇଛନ୍ତି। ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଓ ଚାଇଲ୍ଡଲାଇନ୍‌ ପହଞ୍ଚତ୍ ଉକ୍ତ ନାବାଳକଙ୍କୁ ଉଦ୍ଧାର କରିଛି। ତାଙ୍କ ବୟସ ୧୪ରୁ ୧୫ବର୍ଷ ମଧ୍ୟରେ ହେବ। ସେ ଭୁବନେଶ୍ୱର କିମ୍ବା ସହର ଉପକଣ୍ଠ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଚାଇଲ୍ଡଲାଇନ ପକ୍ଷରୁ ନାବାଳକଙ୍କୁ ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରାଯାଇଥିଲା। ସିଡବ୍ଲ୍ୟୁସିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ରୁଚିକା ଓପନ ସେଲ୍ଟରରେ ରଖାଯାଇଛି। ସେ ପ୍ରଥମେ କିଛି ଖାଦ୍ୟ ଖାଉ ନ ଥିଲେ। ଚାଇଲ୍ଡଲାଇନ ପକ୍ଷରୁ ବହୁ ଉଦ୍ୟମ ପରେ ସେ ଖାଦ୍ୟ ଖାଇବା ଆରମ୍ଭ କରିଛନ୍ତି। ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ଡାକ୍ତରଙ୍କ ପରାମର୍ଶ ନିଆଯିବ ବୋଲି ଭୁବନେଶ୍ୱର ଚାଇଲ୍ଡଲାଇନ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ନାବାଳକ ଜଣକ ଅପରାହ୍ନରେ ଭିଏସ୍‌ଏସ୍‌ନଗର ଇଡ୍‌କୋ ଟାୱାର ନିକଟ ରାସ୍ତା କଡ଼ରେ ଶୋଇଥିଲେ। ତାଙ୍କ ଉପରେ ଏକ ଟାଓ୍ବେଲ ଘୋଡ଼ା ହୋଇଥିଲା। ସେ କିଛି କହିପାରୁ ନ ଥିବାରୁ ସ୍ଥାନୀୟ ଲୋକେ ଚାଇଲ୍ଡଲାଇନକୁ ଖବର ଦେଇଥିଲେ। ଚାଇଲ୍ଡଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି, ମା’ବାପାମାନେ ଦିବ୍ୟାଙ୍ଗ ପିଲାଙ୍କୁ ଘରେ ରଖି ଯତ୍ନ ନେବା କଥା। ହେଲେ ଅନେକ ସମୟରେ ବିଭିନ୍ନ କାରଣରୁ ସେମାନେ ନିଜ ଦିବ୍ୟାଙ୍ଗ ପିଲାଙ୍କୁ ରାସ୍ତା କିମ୍ବା ଟ୍ରେନ୍‌ରେ ଛାଡ଼ି ଦେଉଛନ୍ତି। ଫଳରେ କିଛି ପିଲାଙ୍କର ମୃତ୍ୟୁ ହେଉଥିବାବେଳେ ଆଉ କେହି ଭିକ୍ଷାବୃତ୍ତି କରି ଦୁର୍ବିଶହ ଜୀବନ ବିତାଉଛନ୍ତି। ଏଭଳି ନ କରିବାକୁ ଚାଇଲ୍ଡଲାଇନ ପକ୍ଷରୁ ସେ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି। ମାନସିକ ରୋଗୀ ପିଲାମାନେ ରହିବାକୁ ସେଭଳି ସଂସ୍ଥା ନାହିଁ। ତେଣୁ ତାଙ୍କ ରହିବା ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ବୋଲି ଅଧ୍ୟକ୍ଷ ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?