ବିଏମ୍‌ସି ବ୍ୟତୀତ ଆଜିଠୁ ଖୋର୍ଦ୍ଧା ଜିଲାର ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୮ା୮: ଦୀର୍ଘ ୩ମାସ ପରେ ସୋମବାରଠାରୁ ଖୋର୍ଦ୍ଧା ଜିଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିିଛି। କରୋନା ମହାମାରୀ ଯୋଗୁ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଥିଲା। ଏବେ କଟକଣା କୋହଳ ହେବା ପରେ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଫଳରେ ଭକ୍ତ ଓ ପୂଜକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ଶୈବପୀଠଗୁଡ଼ିକ ପୁଣି ଚଳଚଞ୍ଚଳ ହୋଇଉଠିଛି।
ଖୋର୍ଦ୍ଧା ଜିଲାରେ ଭୁବନେଶ୍ୱରକୁ ବାଦ୍‌ ଦେଇ ଅଗଷ୍ଟ ୯ରୁ ସମସ୍ତ ଧାର୍ମିକ ଅନୁଷ୍ଠାନ, ମଠ, ମନ୍ଦିର ଖୋଲିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତିି ନିଆଯାଇଥିଲା। ଏନେଇ ଅତିରିକ୍ତ ଜିଲାପାଳ ମନୋଜ ପାଢୀ ସୂଚନା ଦେବା ସହ ଗାଇଡ୍‌ଲାଇନ ଜାରି କରିଛନ୍ତି।
ସମସ୍ତ ମନ୍ଦିର ପରିଚାଳନା ଓ ଧାର୍ମିକ ଅନୁଷ୍ଠାନ କମିଟି କୋଭିଡ ନିୟମ ସୁନିଶ୍ଚିତ କରାଇବେ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ମଠ, ମନ୍ଦିର, ଧାର୍ମିକ ଅନୁଷ୍ଠାନ ଖୋଲାରହିବ। ସନ୍ଧ୍ୟା ୬ଟାରୁ ରାତି ୮ଟା ମଧ୍ୟରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ। ବିଧି ପରମ୍ପରା ଅନୁଯାୟୀ ନୀତିକାନ୍ତି ଚାଲିବ। କୌଣସି ଭକ୍ତ ମନ୍ଦିରକୁ ଭୋଗ ନେଇ ଯାଇପାରିବେ ନାହିଁ। ମନ୍ଦିର ପରିସରରେ ପ୍ରସାଦ ସେବନ ହେବ ନାହିଁ। ପ୍ରବେଶ ପଥରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ। ଏକସଙ୍ଗେ ମନ୍ଦିରରେ ପ୍ରବେଶ ନ କରି କ୍ରମଶଃ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ। ୬୫ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଶିଶୁଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି। କୋଭିଡ ନିୟମକୁ ମନ୍ଦିର ପରିଚାଳନା କମିଟି ତଦାରଖ କରିବେ। ଭିଡ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୋଲିସ ପକ୍ଷରୁ ଦୃଷ୍ଟି ଦିଆଯିବ। ଖୋର୍ଦ୍ଧାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଧବଳେଶ୍ୱର, ଶ୍ରୀଲୋକେଶ୍ୱର, ଗୋଡା ସ୍ଥିତ ଗୋଡା ଲୋକନାଥ, ସ୍ବପ୍ନେଶ୍ୱର, ଚନ୍ଦ୍ରଶେଖରଶ୍ୱରଙ୍କ ସମେତ ବାଘମାରୀ ଶ୍ରୀହଟ୍ଟକେଶ୍ୱର, ଜରିପୁଟ ସ୍ଥିତ ଶ୍ରୀସଙ୍କଟମୋଚନ,ବାଣପୁର ଭଗବତୀ ମନ୍ଦିର, ଭୁଷଣ୍ଢପୁର ମାଉଗ୍ରତାରା, ଜାଗୁଳିପାଟଣା ଜଗନ୍ନାଥ ମନ୍ଦିର, ବରୁଣେଇ ପୀଠ, କାଇପଦର ପୀରବାବା ପୀଠ, କେରଙ୍ଗ ମସଜିଦ୍‌, ବାପ୍ଟିଷ୍ଟ ଚର୍ଚ୍ଚ ପ୍ରଭୃତିରେ ସୋମବାର ଭକ୍ତଙ୍କ ପ୍ରବଳ ସମାଗମ ହେବ। ଏନେଇ ଏସଡିପିଓ ସୁଶିଲ ମିଶ୍ର କୁହନ୍ତି ସମସ୍ତ ମନ୍ଦିରରେ କୋଭିଡ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି। ଅଯଥା ମନ୍ଦିର ଭିତରେ ଭିଡ କରିବେ ନାହିଁ। ପ୍ରବେଶ ଓ ପ୍ରସ୍ଥାନ ପଥ ପୃଥକ ରହିବ। ମନ୍ଦିର ଭିତର ବେଢାରେ ଗହଳି ନକରି ଦର୍ଶନ ସାରି ଫେରିବେ। ସମସ୍ତ ଶୈବ ପୀଠ ଏବଂ ଅନ୍ୟାନ୍ୟ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri