Posted inଭଦ୍ରକ

ବେଆଇନ ମାଟି ଖୋଳା, ବଢ଼ୁଛି ଅସନ୍ତୋଷ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର କୃଷ୍ଣପୁର, ବିରସ, ବିଦେଇପୁର, ନାୟକାଣିଡିହି, ବାଲିମେଦ, କମାରଗାଁ, ଏଡ଼ତାଳ, ବ୍ରାହ୍ମଣଗାଁ ଓ ସଦର ରାଜସ୍ବ ସର୍କଲରେ ବେଆଇନ ଭାବେ ମାଟି ଖୋଳା ଚାଲିଥିବା ଅଭିଯୋଗ ହେଉଛି। ଜେସିବି ଲଗାଇ ଯିଏ ଯେଉଁଠି ପାରିଲେ ମନଇଚ୍ଛା ମାଟି ଖୋଳି ପକାଉଛନ୍ତି। ମାଟି ଖୋଳିବା ଲାଗି ନିର୍ଦ୍ଦିଷ୍ଟ ନିୟମ ରହିଛି। ସରକାରୀ ଓ ବେସରକାରୀ ଜମିରୁ ମାଟି ଉଠାଇବା ବା ଖୋଳିବା ପୂର୍ବରୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ କିମ୍ବା ତହସିଲଦାରଙ୍କଠାରୁ ରସିଦ୍‌ କାଟିବା କଥା। ହେଲେ ଏହି ନିୟମକୁ ଫୁ କରି ଚାଲିଛି ମାଟି ଖୋଳା। ପ୍ରତ୍ୟେହ ଶହ ଶହ ଟ୍ରାକ୍ଟରରେ ଖୋଳାଯାଇଥିବା ମାଟିକୁ ବୋହି ନେଉଛନ୍ତି। ମାଟି ଖୋଳିବା ବେଳେ ସରକାରୀ ଜାଗାକୁ ବି ଛାଡୁନାହାନ୍ତି। ଲକ୍ଷ୍ମୀଦାସପୁର ପଞ୍ଚାୟତର ଖେଡ଼ୁଆଳପୁରଠାରେ ଦଶମାଣି ପଦାରୁ କେତେଜଣ ବ୍ୟକ୍ତି ଜେସିବିରେ ମାଟି ଖୋଳି ନେଇଛନ୍ତି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପଦା ଗୃହପାଳିତ ପ୍ରାଣୀଙ୍କ ଚାରଣ ଭୂମି ହୋଇଥିବା ବେଳେ ମାଟି ଖୋଳି ଦେଲେ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ିବେ। ପ୍ରଶାସନ ପକ୍ଷରୁ ଏଭଳି ବେଆଇନ ମାଟିଖୋଳାକୁ ବନ୍ଦ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଅନିତା ନାୟକଙ୍କୁ ପଚାରିବାରୁ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri