Posted inଭଦ୍ରକ

ବେଆଇନ ମାଟି ଖୋଳା, ବଢ଼ୁଛି ଅସନ୍ତୋଷ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର କୃଷ୍ଣପୁର, ବିରସ, ବିଦେଇପୁର, ନାୟକାଣିଡିହି, ବାଲିମେଦ, କମାରଗାଁ, ଏଡ଼ତାଳ, ବ୍ରାହ୍ମଣଗାଁ ଓ ସଦର ରାଜସ୍ବ ସର୍କଲରେ ବେଆଇନ ଭାବେ ମାଟି ଖୋଳା ଚାଲିଥିବା ଅଭିଯୋଗ ହେଉଛି। ଜେସିବି ଲଗାଇ ଯିଏ ଯେଉଁଠି ପାରିଲେ ମନଇଚ୍ଛା ମାଟି ଖୋଳି ପକାଉଛନ୍ତି। ମାଟି ଖୋଳିବା ଲାଗି ନିର୍ଦ୍ଦିଷ୍ଟ ନିୟମ ରହିଛି। ସରକାରୀ ଓ ବେସରକାରୀ ଜମିରୁ ମାଟି ଉଠାଇବା ବା ଖୋଳିବା ପୂର୍ବରୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ କିମ୍ବା ତହସିଲଦାରଙ୍କଠାରୁ ରସିଦ୍‌ କାଟିବା କଥା। ହେଲେ ଏହି ନିୟମକୁ ଫୁ କରି ଚାଲିଛି ମାଟି ଖୋଳା। ପ୍ରତ୍ୟେହ ଶହ ଶହ ଟ୍ରାକ୍ଟରରେ ଖୋଳାଯାଇଥିବା ମାଟିକୁ ବୋହି ନେଉଛନ୍ତି। ମାଟି ଖୋଳିବା ବେଳେ ସରକାରୀ ଜାଗାକୁ ବି ଛାଡୁନାହାନ୍ତି। ଲକ୍ଷ୍ମୀଦାସପୁର ପଞ୍ଚାୟତର ଖେଡ଼ୁଆଳପୁରଠାରେ ଦଶମାଣି ପଦାରୁ କେତେଜଣ ବ୍ୟକ୍ତି ଜେସିବିରେ ମାଟି ଖୋଳି ନେଇଛନ୍ତି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପଦା ଗୃହପାଳିତ ପ୍ରାଣୀଙ୍କ ଚାରଣ ଭୂମି ହୋଇଥିବା ବେଳେ ମାଟି ଖୋଳି ଦେଲେ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ିବେ। ପ୍ରଶାସନ ପକ୍ଷରୁ ଏଭଳି ବେଆଇନ ମାଟିଖୋଳାକୁ ବନ୍ଦ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଅନିତା ନାୟକଙ୍କୁ ପଚାରିବାରୁ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri