Posted inଜାତୀୟ

ପୂର୍ବତନ CJIଙ୍କୁ ମିଳିଲା ନୂଆ ଠିକଣା, ଅବସର ନେବାର ୨୬୫ ଦିନ ପରେ ଖାଲି କଲେ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ,୩।୮: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଜାତୀୟ ରାଜଧାନୀରେ ଥିବା ସୁପ୍ରିମକୋର୍ଟର ମୁଖ୍ୟଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ଭାରତର ୫୦ତମ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ୮ ନଭେମ୍ବର,୨୦୨୪ରେ ଅବସର ନେଇଥିଲେ। ନିକଟରେ ନୂଆଦିଲ୍ଲୀର ୫, କୃଷ୍ଣ ମେନନ ମାର୍ଗରେ ଥିବା CJIଙ୍କ ସରକାରୀ ବାସଭବନରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ରହିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଜଷ୍ଟିସ ଚନ୍ଦ୍ରଚୂଡ଼ ୭ ଜୁଲାଇରେ ‘PTI’ ସହିତ ଆଲୋଚନାରେ ପରିସ୍ଥିତି ସ୍ପଷ୍ଟ କରି କହିଥିଲେ ଯେ ଜିନିଷ ପ୍ୟାକ ହୋଇସାରିଛି ଏବଂ ସେ ଖୁବ ଶୀଘ୍ର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏକ ଭଡା ସରକାରୀ ବାସଭବନକୁ ଯିବେ। ଜଷ୍ଟିସ ଚନ୍ଦ୍ରଚୂଡ଼, ତାଙ୍କ ପତ୍ନୀ କଳ୍ପନା ଏବଂ ଝିଅ ପ୍ରିୟଙ୍କା ଏବଂ ମାହି ନୂଆଦିଲ୍ଲୀର ୫ କୃଷ୍ଣ ମେନନ ମାର୍ଗରେ ଥିବା CJIଙ୍କ ସରକାରୀ ବାସଭବନରେ ରହୁଥିଲେ। ପ୍ରିୟଙ୍କା ଏବଂ ମାହି ଉଭୟ ଦିବ୍ୟାଙ୍ଗ। ବଙ୍ଗଳାରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ରହିବାର କାରଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ, ଆମେ ପ୍ରକୃତରେ ଆମର ଜିନିଷପତ୍ର ପ୍ୟାକ କରିସାରିଛୁ। ଆମର ଜିନିଷପତ୍ର ସମ୍ପୂର୍ଣ୍ଣ ପ୍ୟାକ ହୋଇସାରିଛି। କିଛି ଜିନିଷପତ୍ର ନୂତନ ଘରକୁ ପଠାଯାଇସାରିଛି ଏବଂ କିଛି ଏଠାରେ ଷ୍ଟୋର ରୁମରେ ରଖାଯାଇଛି।

ସରକାରୀ ବଙ୍ଗଳାରେ ତାଙ୍କ କଥିତ ଅଧିକ ସମୟ ରହିବା ସମ୍ପର୍କରେ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ର ସରକାରଙ୍କୁ ପଠାଇଥିବା ଚିଠିର ଉତ୍ତରରେ ସେ ଏହା କହିଥିଲେ। ପୂର୍ବତନ ମୁଖ୍ୟ ବିଚାରପତି ଏହି ବିବାଦ ଉପରେ ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ଝିଅମାନଙ୍କର ସ୍ବାସ୍ଥ୍ୟ ଅବସ୍ଥାର ଉଦାହରଣ ଦେଇଥିଲେ, ଯେଉଁମାନଙ୍କୁ ‘ହ୍ପିଲଚେୟାର’ ଅନୁକୂଳ ଘର ଆବଶ୍ୟକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri