Posted inଜାତୀୟ

ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ

ଗୌହାଟୀ,୨୩।୧୧-ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇଙ୍କ ସୋମବାର ପରଲୋକ ହୋଇଯାଇଛି। ଗୌହାଟୀସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଗୋଗୋଇ ୨୦୦୧ରୁ ୨୦୧୬ ମସିହା ପର୍ଯ୍ୟନ୍ତ ୩ ଥର ଲଗାତର ଭାବେ ଆସାମର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଅଗଷ୍ଟ ୨୫ରେ ସେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ନଭେମ୍ବର ୨ ତାରିଖରେ ସେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମଙ୍କ ପୂର୍ବରୁ ହନୁମାନ ଜୀଙ୍କ ଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ। ରାମଲଲାଙ୍କ ଦର୍ଶନ ପୂର୍ବରୁ ସେ ହନୁମାନଗଢୀ...

ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ୩୦ ପ୍ରତିଶତ ଟପିଲା

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ୩୦ ପ୍ରତିଶତ ଟପିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ସୁସ୍ଥ...

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ରାଷ୍ଟ୍ରପତି ଶାସନ ବିକଳ୍ପ !

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଫଳରେ ରାଷ୍ଟ୍ରପତି ଶାସନ ଏକ ମାତ୍ର ବିକଳ୍ପ ରହିଥିବା କୁହାଯାଉଛି। ଭାଜପା ସରକାର ଗଠନରୁ ଓହରିବା ପରେ...

ଭିଭିଆଇପିଙ୍କ ଯାତ୍ରା ପାଇଁ ଏୟାର ଇଣ୍ଡିଆର ୮୨୨ କୋଟି ବାକି

ନୂଆଦିଲ୍ଲୀ,୭-୨(ପି.ଟି.):ଦେଶର ଭିଭିଆଇପିମାନଙ୍କ ଉପରେ ଚାର୍ଟର ଫ୍ଲାଇଟ୍ସ ଭଡ଼ା ବାବଦକୁ ଏୟାର ଇଣ୍ଡିଆର ୮୨୨ କୋଟି ଟଙ୍କା ବାକି ଅଛି। ଆର୍ଥିକ ଅନଟନ ଦେଇ ଗତି କରୁଥିବା...

କରୋନାର ନୂଆ ଷ୍ଟ୍ରେନରେ ବି କାମ କରିବ ଭ୍ୟାକ୍ସିନ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତା ବଢାଇ ଦେଇଛି । ଦେଶରେ ଏହା ପ୍ରବେଶ କରି ସାରିଥିବା ବେଳେ ଏହା କେତେ...

ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଯୁବକଙ୍କୁ ଚପଲରେ ପିଟିଲେ ମହିଳା: ଭିଡିଓ ଭାଇରାଲ

ପାଟନା,୨୯।୧୧: ବିହାରର ବୈଶାଳୀ ଜିଲାରେ ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଜଣେ ମହିଳା ଯୁବକଙ୍କୁ ଚପଲରେ ପିଟିବା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହା ଦେଶରି...

ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଏନ୍‌ସିଆର, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କଶ୍ମୀର ଓ ଉତ୍ତର ପ୍ରବେଶର ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତିବ୍ରତା ରିକ୍ଟର...

କର୍ନାଟକ ମୁଖ୍ୟମନ୍ତ୍ରୀ ଦୌଡରେ ପ୍ରହଲ୍ଲାଦ ଯୋଶୀ ଆଗରେ

ବେଙ୍ଗାଲୁରୁ,୨୫ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ରବିବାର ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଯଦିଓ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଏନେଇ...

Advertisement


Archives

Model This Week