ଭୋଟ ଗ୍ରହଣ ପରେ ସୁରକ୍ଷିତ ରହିବ ଇଭିଏମ୍‌

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟର ପୌର ସଂସ୍ଥାଗୁଡ଼ିକରେ ହେବାକୁ ଥିବା ନିର୍ବାଚନର ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ରଖାଯିବ। ଏଥିଲାଗି ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ଷ୍ଟ୍ରଙ୍ଗରୁମ୍‌ ଖୋଲିବା ଏବଂ ବନ୍ଦ କରିବାକୁ ରାଜ୍ୟ ନିର୍ବାଚନ କମିଶନ(ଏସ୍‌ଇସି) ଏସ୍‌ଓପି ସ୍ଥିର କରିଛନ୍ତି। ଏହାକୁ ସମସ୍ତ ନିର୍ବାଚନ ଅଧିକାରୀ ଠିକ୍‌ ଭାବେ ପାଳନ କରିବାକୁ ଏସ୍‌ଇସି ରବିବାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ପୌରପରିଷଦ ୩ ପ୍ରକାରର ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ କରିବେ। କାଉନ୍‌ସିଲର/କର୍ପୋରେଟର ପଦବୀ, ଅଧ୍ୟକ୍ଷ/ମେୟର ପଦବୀ ଏବଂ ସଂରକ୍ଷିତ ଇଭିଏମ୍‌ ରଖିବା ଲାଗି ଏହିପରି ୩ଟି ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ କରାଯିବ। ଯଦି ଗୋଟିଏ ପ୍ରକାରର ଷ୍ଟ୍ରଙ୍ଗରୁମ୍‌ରେ ସମସ୍ତ ଇଭିଏମ୍‌କୁ ରଖିବାକୁ ସ୍ଥାନ ଅଭାବ ଦେଖାଯାଏ ତେବେ ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ସବୁ ରଖାଯିବ। ସେହି ଷ୍ଟ୍ରଙ୍ଗରୁମ୍‌ର ପ୍ରବେଶ ଦ୍ୱାରରେ ଠିକ୍‌ ଭାବେ ଚିହ୍ନଟ କରାଯିବ।
ପ୍ରତ୍ୟେକ ଷ୍ଟ୍ରଙ୍ଗରୁମ୍‌କୁ ଯିବା ଆସିବା ପାଇଁ ଗୋଟିଏ ମାତ୍ର ଦ୍ୱାର ବା ପ୍ରବେଶ ପଥ ରହିବ। ଯଦି ଷ୍ଟ୍ରଙ୍ଗରୁମ୍‌ରେ ପୂର୍ବରୁ ଝରକା କିମ୍ବା ଏକାଧିକ ଦ୍ୱାର ଥାଏ ତେବେ ସେଗୁଡ଼ିକୁ ଇଟା ଦ୍ୱାରା ଠିକ୍‌ ଭାବେ ସିଲ୍‌୍‌ କରିଦିଆଯିବ। ଷ୍ଟ୍ରଙ୍ଗରୁମ୍‌ ଭିତରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇ ଷ୍ଟ୍ରଙ୍ଗରୁମ୍‌ ବାହାରେ ମେନ୍‌ସୁଇଚ୍‌ ରହିବ। ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ବାଚନ ସାମଗ୍ରୀ ଓ ଦସ୍ତାବିଜ୍‌ ମତଦାନ ସଂଗୃହୀତ ହୋଇଥିବା ଇଭିଏମ୍‌ ସହ ଷ୍ଟ୍ରଙ୍ଗରୁମ୍‌ରେ ରହିବ। ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ଗଚ୍ଛିତ କରି ରଖିବା ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ନିର୍ମାଣ କରିଥିବା କର୍ତ୍ତୃପକ୍ଷଙ୍କଠାରୁ ଷ୍ଟ୍ରଙ୍ଗରୁମ୍‌ର ସ୍ଥାୟିତ୍ୱ ଓ ଗୁଣବତ୍ତା ସମ୍ପର୍କିତ ଏକ ପ୍ରମାଣପତ୍ର ଆଣି ନିଜ ପାଖରେ ରଖିବେ। ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଡବଲ ଲକ୍‌ ବ୍ୟବସ୍ଥା କରାଯାଇ ୨ଟି ଚାବିକୁ ଅଲଗା ଅଲଗା ୨ଜଣ ଅଧିକାରୀଙ୍କ ଦାୟିତ୍ୱରେ ରଖାଯିବ। ଗୋଟିଏ ଚାବି ନିର୍ବାଚନ ଅଧିକାରୀ ଏବଂ ଅନ୍ୟଟି ଜିଲା କୋଷାଗାର ଅଧିକାରୀ କିମ୍ବା ଉପକୋଷାଗାର ଅଧିକାରୀ କିମ୍ବା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ରଖାଯିବ। ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ସଶସ୍ତ୍ର ପୋଲିସଫୋର୍ସ ଦ୍ୱାରା ୨୪ ଘଣ୍ଟିଆ ସୁରକ୍ଷା ଦିଆଯିବ। ଇଭିଏମ୍‌ କମିଶନିଂ ଦିନଠାରୁ ଭୋଟଗଣତି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକରେ ସିସିଟିଭି ସହ ଡିଜିଟାଲ ଭିଡିଓ ରେକର୍ଡର ଲଗାଯିବ। ପ୍ରାର୍ଥୀ କିମ୍ବା ତାଙ୍କର ପ୍ରାଧିକୃତ ପ୍ରତିନିଧିଙ୍କୁ ଷ୍ଟ୍ରଙ୍ଗରୁମ୍‌ ଖୋଲିବା/ବନ୍ଦ କରିବା ସମୟରେ ଉପସ୍ଥିତ ରହିବା ପାଇଁ ଅନୁମତି ଦେବା ସହ ଏହାର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଇଭିଏମ୍‌ଗୁଡ଼ିକୁ କମିଶନିଂ କରିବା ପୂର୍ବରୁ ଲିଖିତ ଭାବେ ତାହାର ସ୍ଥାନ, ସମୟ ଓ ତାରିଖ ସମ୍ପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଜଣାଇ ଦିଆଯିବ। ଯାହାଦ୍ୱାରା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ କିମ୍ବା ତାଙ୍କର ପ୍ରାଧିକୃତ ପ୍ରତିନିଧିମାନେ ଇଭିଏମ୍‌ କମିଶନିଂ ସମୟରେ ଉପସ୍ଥିତ ରହିବେ। ଇଭିଏମ୍‌ଗୁଡ଼ିକୁ ୨ଟି ଭିନ୍ନଭିନ୍ନ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ। ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟିର କାଉନ୍‌ସିଲର ଓ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଗୋଟିଏ ଷ୍ଟ୍ରଙ୍ଗରୁମ୍‌ ଏବଂ ମହାନଗର ନିଗମର କର୍ପୋରେଟର ସହ ମେୟର ନିର୍ବାଚନ ନିମନ୍ତେ ଅନ୍ୟ ଗୋଟିଏ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରଖାଯିବ। କେଉଁ ଷ୍ଟ୍ରଙ୍ଗରୁମ୍‌ରେ କେଉଁ ପ୍ରାର୍ଥୀଙ୍କ ପାଇଁ ଇଭିଏମ୍‌ ରହିଛି, ଷ୍ଟ୍ରଙ୍ଗରୁମ୍‌ ବାହାରେ ଠିକ୍‌ ଭାବେ ଚିହ୍ନିତ କରାଯିବ। ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ଅବ୍ୟବହୃତ ଓ ଖରାପ ହୋଇଥିବା ଇଭିଏମ୍‌ଗୁଡ଼ିକୁ ଅନ୍ୟ ଗୋଟିଏ ସଂରକ୍ଷିତ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବାକୁ ନିର୍ଦ୍ଦେଶ ରହିଛି। ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ଷ୍ଟ୍ରଙ୍ଗରୁମ୍‌ ଭିତରେ କ୍ରମିକ ସଂଖ୍ୟାନୁସାରେ ନିର୍ଦ୍ଦିଷ୍ଟ ବୁଥ୍‌ ନିମନ୍ତେ ଚିହ୍ନଟ ହୋଇଥିବା ବର୍ଗାକାର ମଧ୍ୟରେ ରଖାଯିବ। ଯଦି ଷ୍ଟ୍ରଙ୍ଗରୁମ୍‌ର ପ୍ରବେଶ ପଥ ଦୃଶ୍ୟମାନ ହେଉ ନ ଥିବ ତେବେ ସିସିଟିଭିର ବ୍ୟବସ୍ଥା କରାଯିବ। କଣ୍ଟ୍ରୋଲ ୟୁନିଟ୍‌ଗୁଡ଼ିକୁ ନିର୍ବାଚନ ପିଟିଶନ୍‌ ସମୟ ଅର୍ଥାତ୍‌ ଭୋଟଗଣତି ଓ ଫଳାଫଳ ଘୋଷଣାର ୪୫ ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବେ ରଖିବା ନିମନ୍ତେ ନିର୍ବାଚନ କମିଶନ ସମସ୍ତ ଜିଲାପାଳଙ୍କୁ ନର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri