Posted inଜାତୀୟ

ଷ୍ଟାନ୍‌ ସ୍ବାମୀଙ୍କ କମ୍ପ୍ୟୁଟରରେ ପ୍ରମାଣ ଖଞ୍ଜାଯାଇଥିଲା

ନୂଆଦିଲ୍ଲୀ,୧୪।୧୨: ୨୦୨୦ରେ ମାଓବାଦୀଙ୍କ ସହ ସମ୍ପୃକ୍ତ ମାମଲାରେ ଗିରଫ ହୋଇ ଗତବର୍ଷ ଜେଲରେ ପ୍ରାଣ ହରାଇଥିବା ୮୩ ବର୍ଷୀୟ ସାମାଜିକ କର୍ମୀ ତଥା କାଥୋଲିକ୍‌ ଧର୍ମଗୁରୁ ଫାଦର ଷ୍ଟାନ୍‌ ସ୍ବାମୀଙ୍କ କମ୍ପ୍ୟୁଟରରେ ଅନେକ ଆପରାଧିକ ଦସ୍ତାବିଜ୍‌ ଖଞ୍ଜାଯାଇଥିଲା। ଆମେରିକାର ଏକ ଫୋରେନ୍‌ସିକ୍‌ ସଂସ୍ଥା ଏଭଳି ରିପୋର୍ଟ କରିବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଅଭିଯୋଗକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଷ୍ଟାନ୍‌ ସ୍ବାମୀ କୋର୍ଟରେ ଅନେକ ଥର ନିଜକୁ ନିର୍ଦ୍ଦୋଷ ଦାବି କରି ଚିକିତ୍ସା ପାଇଁ ଅନୁମତି ଦେବାକୁ ନିବେଦନ କରିଥିଲେ ମଧ୍ୟ ଭାରତୀୟ ଅଦାଲତ ତାଙ୍କୁ ଜାମିନ ଦେଇ ନ ଥିଲେ। ଫଳରେ ଆତଙ୍କବାଦ ଅଭିଯୋଗରେ ୮ ମାସ ଜେଲରେ ରହିବା ପରେ ୨୦୨୧ ଜୁଲାଇରେ ତାଙ୍କର ମୃତ୍ୟୁ ଘଟିଥିଲା। ମାସାଚୁସେଟ୍ସର ଡିଜିଟାଲ ଫୋରେନ୍‌ସିକ୍‌ ସଂସ୍ଥା ଆର୍ସେନାଲ କନ୍‌ସଲ୍ଟିଂ ତାଙ୍କ କମ୍ପ୍ୟୁଟରର ଏକ ଇଲେକ୍ଟ୍ରୋନିକ୍‌ କପିକୁ ଯାଞ୍ଚ କରିଥିଲେ। ହ୍ୟାକରମାନେ ତାଙ୍କ କମ୍ପ୍ୟୁଟରରୁ ହ୍ୟାକ୍‌ କରିବା ପରେ ସେଥିରେ ପ୍ରମାଣ ଖଞ୍ଜିଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ସିଭିଲ୍‌ ସୋସାଇଟି ଏବଂ ସମାଲୋଚକମାନଙ୍କ ମୁହଁ ବନ୍ଦ କରିଦେବା ଲାଗି ଭାରତ ସରକାର ଯେଉଁ ଦମନଲୀଳା ଚଳାଇଛନ୍ତି, ଷ୍ଟାନ୍‌ ସ୍ବାମୀ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତାହାର ଏକ ଉଦାହରଣ ବୋଲି ଉକ୍ତ ସଂସ୍ଥା ରିପୋର୍ଟରେ କୁହାଯାଇଛି। ବେଆଇନ ମାଓବାଦୀ ସଂଗଠନ ସହ ସମ୍ପର୍କ ରଖିବା ଅଭିଯୋଗରେ ଅନେକ ସାମାଜିକ କର୍ମୀ, ଶିକ୍ଷାବିତ୍‌ ଓ ଆଇନଜୀବୀଙ୍କୁ ଆତଙ୍କବାଦ ନିରୋଧୀ ଆଇନରେ ଜେଲ ପଠାଯାଇଥିଲା। ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ସେମାନେ ଯୋଜନା କରୁଥିବା ଅଭିଯୋଗ ହୋଇଥିଲା ଏବଂ ପ୍ରମାଣକୁ କମ୍ପ୍ୟୁଟରରେ ଖଞ୍ଜା ଯାଇଥିଲା ବୋଲି ନୂଆ ରିପୋର୍ଟରେ କୁହାଯାଇଛି।
ଅନୂ୍ୟନ ୨ ଜଣ ଅଭିଯୁକ୍ତଙ୍କ କମ୍ପ୍ୟୁଟରରେ ହ୍ୟାକରମାନେ ଜାଲିଆତି କରି ବହୁସଂଖ୍ୟାରେ ଆପରାଧିକ ଦସ୍ତାବିଜ୍‌ ଭରିଥିଲେ ବୋଲି ୨୦୨୧ରେ ଓ୍ବାଶିଂଟନ ପୋଷ୍ଟ ଖବର ପ୍ରକାଶ କରିଥିଲା। ଉକ୍ତ ମାଲଓ୍ବେରରେ ଅନେକଙ୍କୁ ଟାର୍ଗେଟ କରାଯାଇଥିଲା। ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ ବିଭିନ୍ନ ସରକାର ଓ ସେମାନଙ୍କ ସଂସ୍ଥାକୁ ଯୋଗାଇଥିବା ସ୍ପାଏଓ୍ବେର୍‌ରେ ଉକ୍ତ ଅଭିଯୁକ୍ତମାନଙ୍କ ସମେତ ଅନେକଙ୍କୁ ଗୋଇନ୍ଦା ଟାର୍ଗେଟରେ ରଖାଯାଇଥିବା ପେଗାସସ୍‌ ପ୍ରୋଜେକ୍ଟ ତଦନ୍ତରୁ ଜଣାପଡ଼ିଥିଲା। ଓ୍ବାଶିଂଟନ ପୋଷ୍ଟ ଓ ଅନ୍ୟ ୧୬ଟି ନ୍ୟୁଜ୍‌ ସଂସ୍ଥା ପକ୍ଷରୁ ଏହି ତଦନ୍ତ କରାଯାଇଥିଲା। ତେବେ ଏନ୍‌ଏସ୍‌ଓରୁ ସ୍ପାଏଓ୍ବେର କିଣିଥିବା ଅଭିଯୋଗକୁ ଭାରତ ସରକାର ସ୍ପଷ୍ଟ କରି ନ ଥିଲେ କି ଖଣ୍ଡନ କରି ନ ଥିଲେ। ମୋଦି ସରକାରରେ ମାନବାଧିକାର ପାଇଁ ଲଢ଼େଇ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଏହା ଭୟଙ୍କର ଉଦାହରଣ ବୋଲି ସିଭିଲ୍‌ ସୋସାଇଟି ସଂଗଠନଗୁଡ଼ିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?