Posted inଜାତୀୟ

ପ୍ରମାଣ ନଷ୍ଟ ହେବାକୁ ଦିଅନି

କୋଲକାତା,୨୪ା୩: ପଶ୍ଚିମବଙ୍ଗର ବୀରଭୂମ ଜିଲା ରାମପୁରହାଟରେ ୮ ଜଣଙ୍କ ଜୀବନ ନେଇଥିବା ଗୃହଦାହ ଘଟଣାରେ ବୁଧବାର କାଲକାଟା ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାର ପ୍ରମାଣ ଯେପରି ନଷ୍ଟ ନ ହେବ ତା’ର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରାମର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପଞ୍ଚାୟତ ଉପମୁଖ୍ୟ ଭାଦୁ ଶେଖ୍‌ଙ୍କୁ ସୋମବାର ରାତି ୮ଟା ୩୦ରେ ହତ୍ୟା କରାଯାଇଥିଲା। ରାମପୁରହାଟର ବୋଗ୍‌ତୁଇ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତଦେହ ମିଳିଥିବାବେଳେ ଅନ୍ୟ ଜଣେ ଆହତ ହସ୍ପିଟାଲରେ ଆଖି ବୁଜିଦେଇଥିଲେ। ଏହାକୁ ନେଇ ଶାସକ ଟିଏମ୍‌ସି ଓ ବିରୋଧୀ ଭାଜପା ମଧ୍ୟରେ କାଦୁଅଫିଙ୍ଗା ଲାଗିରହିଥିବାବେଳେ ବୁଧବାର ହାଇକୋର୍ଟ ନିଜ ଆଡ଼ୁ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ଜଷ୍ଟିସ୍‌ ପ୍ରକାଶ ଶ୍ରୀବାସ୍ତବ ଏବଂ ରାଜଶ୍ରୀ ଭରଦ୍ୱାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପରାଧସ୍ଥଳରେ ତୁରନ୍ତ ସିସିଟିଭି କ୍ୟାମେରା ଲଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ବର୍ଦ୍ଧମାନ ଜିଲା ଜଜ୍‌ଙ୍କ ଉପସ୍ଥିତିରେ ସିସିଟିଭି କ୍ୟାମେରା ସଂଲଗ୍ନ କରାଯିବ, ଯେପରି କି ସବୁ ଦିଗରୁ କଭରେଜ୍‌ ମିଳିପାରିବ ବୋଲି ହାଇକୋର୍ଟ କହିଛନ୍ତି। ଏତିକି ନୁହେଁ, ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଫରେନ୍ସିକ୍‌ ସାଇନ୍ସ ଲାବରେଟୋରି (ସିଏଫ୍‌ଏସ୍‌ଏଲ୍‌)କୁ ମଧ୍ୟ ଅବିଳମ୍ବେ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପ୍ରମାଣ ସଂଗ୍ରହ ଓ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କିମ୍ବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ଏହି ମାମଲାର ତଦନ୍ତ କରାଯିବା ଦାବିରେ ଆଇନଜୀବୀ ଅନିନ୍ଦ୍ୟ କୁମାର ଦାସଙ୍କ ପକ୍ଷରୁ ହୋଇଥିବା ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ରାଜ୍ୟର ତଦନ୍ତକାରୀ ଅଧିକାରୀମାନଙ୍କୁ ପ୍ରଥମେ ସୁଯୋଗ ଦିଆଯାଉ। ସେମାନେ ଗୁରୁବାର ଅପରାହ୍ନ ୨ଟା ସୁଦ୍ଧା କେସ୍‌ ଡାଏରି ଦାଖଲ କରିବେ। ପୂର୍ବ ବର୍ଦ୍ଧମାନ ଜିଲା ଜଜ୍‌ଙ୍କ ପରାମର୍ଶ କ୍ରମେ ପୋଲିସ ଡିଜି ଏବଂ ଆଇଜି ସାକ୍ଷୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବେ। ସାକ୍ଷୀମାନଙ୍କୁ ଯେପରି କେହି ଧମକାଇ ପ୍ରଭାବିତ ନ କରନ୍ତି ସେଦିଗରେ ପୋଲିସ ପଦକ୍ଷେପ ନେବ। ମୃତକମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ନେଇ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡ୍‌ଭୋକେଟ ଜେନେରାଲ ଏସ୍‌.ଏନ୍‌. ମୁଖାର୍ଜୀ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।

ଅପରାଧ ସ୍ଥଳରେ ଫରେନ୍ସିକ୍‌ ଟିମ୍‌

ଗୃହଦାହ କରାଯାଇଥିବା ସ୍ଥାନରେ ବୁଧବାର ଏକ ଫରେନ୍ସିକ୍‌ ଟିମ୍‌ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଛି। ରାମପୁରହାଟରେ ଉକ୍ତ ଟିମ୍‌ ସବୁ ଦିଗରୁ ପ୍ରମାଣ ସଂଗ୍ରହ କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ ଏହି ଘଟଣାରେ ୨୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଟିଏମ୍‌ସି ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ ସୂଚନା ଦେଇଛନ୍ତି। ଏଥିସହ ଏହି ଘଟଣାକୁ ନେଇ ଭାଜପା ଏମ୍‌ପିମାନେ ଗୃହରେ ରାଜନୀତି ନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ତଦନ୍ତ ପାଇଁ ପ୍ରସ୍ତୁତ: ସିବିଆଇ

ରାମପୁରହାଟ ଗୃହଦାହ ମାମଲାର ତଦନ୍ତ ପାଇଁ ସିବିଆଇ ପ୍ରସ୍ତୁତ ଥିବା ବୁଧବାର କାଲକାଟା ହାଇକୋର୍ଟଙ୍କୁ ଅବଗତ କରାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲେ ଏହି ମାମଲାର ତଦନ୍ତ କରିବ ବୋଲି ଶୁଣାଣି ବେଳେ ସିବିଆଇ ଜଷ୍ଟିସ୍‌ ପ୍ରକାଶ ଶ୍ରୀବାସ୍ତବ ଏବଂ ରାଜଶ୍ରୀ ଭରଦ୍ୱାଜଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠଙ୍କୁ ଜଣାଇଛି।

 

ଦୋଷୀଙ୍କୁ ଦଣ୍ଡ ଦେବେ ପଶ୍ଚିମବଙ୍ଗବାସୀ: ମୋଦି
ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ଘଟିଥିବା ଗୃହଦାହ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଭଳି ଘୃଣ୍ୟ ଅପରାଧ ଭିଆଇଥିବା ଲୋକଙ୍କୁ ରାଜ୍ୟ ସରକାର ନିଶ୍ଚିତ ଭାବେ ଦଣ୍ଡିତ କରିବେ ବୋଲି ଆଶା। ଅପରାଧୀଙ୍କୁ ପଶ୍ଚିମବଙ୍ଗବାସୀ ଦଣ୍ଡ ଦେବେ। ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସବୁ ପ୍ରକାର ସହାୟତା ଦେବେ ବୋଲି ମୋଦି କହିଛନ୍ତି।

ଏଇଟା ୟୁପି ନୁହେଁ: ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ରାମପୁରହାଟ ଗସ୍ତ କରିବେ। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମମତା କହିଛନ୍ତି, ଏଇଟା ଉତ୍ତର ପ୍ରଦେଶ ନୁହେଁ, ପଶ୍ଚିମବଙ୍ଗ। ୟୁପି, ଗୁଜରାଟ ଓ ରାଜସ୍ଥାନରେ ମଧ୍ୟ ଏପରି ଘଟଣା ଘଟିଥାଏ। ଅପରାଧସ୍ଥଳ ପରିଦର୍ଶନ ଲାଗି ୟୁପି ଭଳି ଆମେ କାହାକୁ ଅଟକାଉନାହୁଁ। ୟୁପିର ହାଥ୍‌ରସ ଗଣବଳାତ୍କାର ମାମଲା ବେଳେ ଟିଏମ୍‌ସିର ଏକ ପ୍ରତିନିଧି ଦଳକୁ ସେଠାକୁ ଯାଇଥିବାବେଳେ ଭାଜପା ସରକାର ପ୍ରବେଶ ଅନୁମତି ଦେଇ ନ ଥିବା ମମତା ଅଭିଯୋଗ ଆଣିଛନ୍ତି।

ସିବିଆଇ ତଦନ୍ତ ହେଉ: ଶୁଭେନ୍ଦୁ

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୃହଦାହ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଶୁଭେନ୍ଦୁଙ୍କ ନେତୃତ୍ୱରେ ଭାଜପାର ଏକ ପ୍ରତିନିଧି ଦଳ ବୀରଭୂମ ଜିଲାର ଅପରାଧସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଉପରେ ଆମର ବିଶ୍ୱାସ ନାହିଁ। ସିବିଆଇକୁ ଏହାର ଦାୟିତ୍ୱ ଦିଆଯାଉ। ବିସ୍ଫୋରଣ ଘଟି ଘରେ ନିଅଁା ଲାଗିଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମଧ୍ୟ ଏହାର ତଦନ୍ତ କରିପାରିବ। ରାଷ୍ଟ୍ରପତି ଶାସନ ହିଁ ପଶ୍ଚିମବଙ୍ଗକୁ ରକ୍ଷା କରିପାରିବ ବୋଲି ଶୁଭେନ୍ଦୁ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?