Posted inଜାତୀୟ

ବ୍ଲାକ୍‌ ଡାଏରିରେ ପ୍ରମାଣ

ନୂଆଦିଲ୍ଲୀ, ୨୭ା୭: ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବ୍ଲାକ୍‌ ଡାଏରି ଏବଂ ପକେଟ୍‌ ବୁକ୍‌ ଜବତ କରିଛି। ଡାଇମଣ୍ଡ ସିଟିସ୍ଥିତ ଅର୍ପିତାଙ୍କ ଘରୁ ମିଳିଥିବା ଏହି ଡାଏରିରେ ପାର୍ଥ କିପରି ଟଙ୍କା ନେଇ ଶିକ୍ଷକ ନିଯୁକ୍ତି କରାଉଥିଲେ ତାହାର ବହୁ ପ୍ରମାଣ ଲୁଚି ରହିଥିବା କୁହାଯାଉଛି। ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଡାଏରିରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଲାଞ୍ଚ ନେଇଥିବା ବ୍ୟକ୍ତିଙ୍କ ନାମ ରହିଛି। ପାର୍ଥ ଚାଟାର୍ଜୀଙ୍କ ବ୍ୟତୀତ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ବହୁ ବରିଷ୍ଠ ନେତାଙ୍କ ନାମ ମଧ୍ୟ ସେଥିରେ ଉଲ୍ଲେଖ ରହିଛି। ଏଥିରେ ଓଡ଼ିଶା ଏବଂ ତାମିଲନାଡ଼ୁର ମଧ୍ୟ କେତେଜଣଙ୍କ ନାଁ ଥିବା କୁହାଯାଉଛି। ସେମାନେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଡାଏରିରେ ନାଁ ଲେଖାଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିବା ପାଇଁ ପ୍ରସ୍ତୁତି ଚଲାଇଛି। ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ଇଡି ଜବତ କରିଥିବା ସାମଗ୍ରୀ ତାଲିକା ଦାଖଲ କରିଛି। ଅପରପକ୍ଷେ ପାର୍ଥ ଏବଂ ଅର୍ପିତାଙ୍କୁ ଇଡି ୧୦ ଦିନିଆ ରିମାଣ୍ଡରେ ନେବାକୁ ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଅନୁମତି ଦେଇଛନ୍ତି।
ଓ ଅର୍ପିତା ମିଳିତ ଭାବେ କେତେକ ସମ୍ପତ୍ତି କ୍ରୟ କରିଥିବା ଇଡି ଜାଣିବାକୁ ପାଇଛି। ତେଣୁ ଏହି ଦୁଇଜଣ ପରସ୍ପରର ଘନିଷ୍ଠ ସହଯୋଗୀ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌. ଭି. ରାଜୁ କହିଛନ୍ତି। ଉଚ୍ଚ ଶିକ୍ଷା ବିଭାଗର ଏନ୍‌ଭେଲପ୍‌ରେ ୫ ଲକ୍ଷ ନଗଦ ଟଙ୍କା ମିଳିଛି। ତେଣୁ ପାର୍ଥ ଓ ଅର୍ପିତା ନିୟମିତ ଭାବେ ପରସ୍ପରର ଯୋଗାଯୋଗରେ ଥିଲେ ବୋଲି ଏସ୍‌. ରାଜୁ କହିଛନ୍ତି। ମିଳିଥିବା ବ୍ଲାକ୍‌ ଡାଏରୀରେ ଅନୂ୍ୟନ ୪୦ ପୃଷ୍ଠାରେ ଲାଞ୍ଚ ବଦଳରେ ଶିକ୍ଷକ ନିଯୁକ୍ତି ଦିଆଯାଇଥିବା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ସେହିପରି ପକେଟ୍‌ ବୁକ୍‌ର ୧୬ ପେଜ୍‌ରେ ମଧ୍ୟ ଏହି ଦୁର୍ନୀତି ବାବଦରେ ପ୍ରମାଣ ରହିଛି ବୋଲି ଇଡି କହିଛି। ପ୍ରକାଶ ଯେ, ପାର୍ଥ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଥିବାବେଳେ ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ବେଳେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହିସାବ ବହିର୍ଭୂତ ୨୧ କୋଟି ଟଙ୍କ, ୭୬ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଆଦି ଜବତ କରିବା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର ହେବା ପୂର୍ବରୁ ପାର୍ଥ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସ ନେବାକୁ ରବିବାର କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପାର୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଏମ୍ସ ଡାକ୍ତର ସୋମବାର ମନା କରିବା ପରେ ସେ ଭୁବନେଶ୍ୱରରୁ କୋଲକାତା ଫେରିଥିଲେ। ଅନ୍ୟପକ୍ଷରେ ଅର୍ପିତା କେତେକ ନକଲି କମ୍ପାନୀ ଚଲାଉଥିଲେ ବୋଲି ଇଡି ଜାଣିବାକୁ ପାଇଛି। ଅନୂ୍ୟନ ୧୨ କମ୍ପାନୀର ଦସ୍ତାବିଜ୍‌ ଏହି ତଦନ୍ତକାରୀ ଏଜେନ୍ସି ହାତରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri