ବିରୋଧ ପରେ ଗଙ୍ଗନଗରରେ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ରାଜଧାନୀରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରାଯାଉଛି। ହେଲେ ବିରୋଧ ଯୋଗୁ ଉଚ୍ଛେଦ ବାଧାପ୍ରାପ୍ତ ହେଉଛି। ଗୁରୁବାର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୧, ୨, ୩ ଏବଂ ୪ ବିମାନବନ୍ଦର ଓ କ୍ୟାପିଟାଲ ଥାନା ଅଧୀନରୁ ବ୍ୟାପକ ଜବରଦଖଲ ହଟାଇଥିଲେ। ହେଲେ ୟୁନିଟ-୬ସ୍ଥିତ ଗଙ୍ଗନଗର ଅଞ୍ଚଳରେ ଥିବା ପୁମାସ ଇଣ୍ଟରନ୍ୟାଶନାଲ ଜୁଡୋ ଟ୍ରେନିଂ ସେଣ୍ଟରକୁ ଭାଙ୍ଗିବା ସମୟରେ କଂଗ୍ରେସ ନେତା ତଥା ଆଇନ୍‌ଜୀବୀ ଶିବାନନ୍ଦ ରାୟ ବିରୋଧ କରିଥିଲେ। ପ୍ରବଳ ବିରୋଧ ସହିତ ୫ଦିନ ସମୟ ମଧ୍ୟରେ ସେଣ୍ଟର ଭାଙ୍ଗିବାକୁ ଅଣ୍ଡରଟେକିଂ ଲେଖିବା ପରେ ଉଚ୍ଛେଦ ବନ୍ଦ ରହିଥିଲା। ବିଡିଏ ପକ୍ଷରୁ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ କୁମାର ପାତ୍ର, ଜନସମ୍ପର୍କ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଅମିୟ କୁମାର ଦାଶ, ଖଣ୍ଡଗିରି ଥାନାଧିକାରୀ ମଧୁସୂଦନ ଭୋଇଙ୍କ ସମେତ ଏକ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ଉପସ୍ଥିତ ଥିଲେ।
ଅପରପକ୍ଷେ ଭୀମପୁର ମୌଜାର ରାଜସ୍ବ ବିଭାଗ ଅଧୀନ ପ୍ଲଟ ନଂ. ୫୬ରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ସଂପୃକ୍ତ ଅଞ୍ଚଳରୁ ପ୍ରାୟ ୨ହଜାର ବର୍ଗଫୁଟ ସରକାରୀ ଜମି ଜବରଦଖଲ ମୁକ୍ତ ହୋଇଛି। ସେହିପରି ସ୍ବାର୍ଡ଼ ୯, ୧୦, ୧୧ ଓ ୧୨ ପକ୍ଷରୁ ଆଚାର୍ଯ୍ୟ ବିହାରରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି। ଲକ୍ଷ୍ମୀସାଗର, ଝାରପଡ଼ା, ବାପୁଜୀନଗର, କଳ୍ପନା ଛକସ୍ଥିତି ଫଳ ଭେଣ୍ଡିଂ ଜୋନ୍‌, ବମିଖାଲ ଆଦି ଅଞ୍ଚଳରେ ଖାଦ୍ୟ ନିରାପତ୍ତା, ପରିମଳ ରକ୍ଷା ଯାଞ୍ଚ ପାଇଁ ବିଭିନ୍ନ ଦୋକାନ, ବଜାର ଏବଂ ହୋଟେଲରେ ଚଢ଼ାଉ କରାଯାଇଥିଲା। ଏହି କ୍ରମରେ ୧୦ କେଜି ପଲିଥିନ୍‌ ଜବତ କରାଯିବା ସହ ମୋଟ ୨୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସ୍କ୍ବାଡ୍‌ ନମ୍ବର ୧୩, ୧୪, ୧୫ ଓ ୧୬ କଳିଙ୍ଗ ଷ୍ଟୁଡ଼ିଓ ଛକରୁ ପଟାସ ଛକ ମଧ୍ୟରେ ଗଢ଼ିଉଠିଥିବା ବେଆଇନ୍‌ ନିର୍ମାଣକୁ ମାଟିରେ ମିଶାଇଥିଲେ। ଅନ୍ୟପଟେ ସ୍କ୍ବାଡ୍‌ ନମ୍ବର ୫, ୬, ୭ ଓ ୮ ରଘୁନାଥପୁର, କିଟ୍‌ ରୋଡ୍‌, ପ୍ରଶାନ୍ତି ବିହାର ଅଞ୍ଚଳରେ ଥିବା ରାସ୍ତାକଡ଼ରୁ ଜବରଦଖଲ ହଟାଇଥିଲେ। ତେବେ ପରିମଳ କ୍ଷେତ୍ରରେ ଖିଲାପ କାରଣରୁ କେତେଜଣ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି କ୍ରମରେ ମୋଟ ୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri