ବିରୋଧ ପରେ ଗଙ୍ଗନଗରରେ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ରାଜଧାନୀରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରାଯାଉଛି। ହେଲେ ବିରୋଧ ଯୋଗୁ ଉଚ୍ଛେଦ ବାଧାପ୍ରାପ୍ତ ହେଉଛି। ଗୁରୁବାର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୧, ୨, ୩ ଏବଂ ୪ ବିମାନବନ୍ଦର ଓ କ୍ୟାପିଟାଲ ଥାନା ଅଧୀନରୁ ବ୍ୟାପକ ଜବରଦଖଲ ହଟାଇଥିଲେ। ହେଲେ ୟୁନିଟ-୬ସ୍ଥିତ ଗଙ୍ଗନଗର ଅଞ୍ଚଳରେ ଥିବା ପୁମାସ ଇଣ୍ଟରନ୍ୟାଶନାଲ ଜୁଡୋ ଟ୍ରେନିଂ ସେଣ୍ଟରକୁ ଭାଙ୍ଗିବା ସମୟରେ କଂଗ୍ରେସ ନେତା ତଥା ଆଇନ୍‌ଜୀବୀ ଶିବାନନ୍ଦ ରାୟ ବିରୋଧ କରିଥିଲେ। ପ୍ରବଳ ବିରୋଧ ସହିତ ୫ଦିନ ସମୟ ମଧ୍ୟରେ ସେଣ୍ଟର ଭାଙ୍ଗିବାକୁ ଅଣ୍ଡରଟେକିଂ ଲେଖିବା ପରେ ଉଚ୍ଛେଦ ବନ୍ଦ ରହିଥିଲା। ବିଡିଏ ପକ୍ଷରୁ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ କୁମାର ପାତ୍ର, ଜନସମ୍ପର୍କ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଅମିୟ କୁମାର ଦାଶ, ଖଣ୍ଡଗିରି ଥାନାଧିକାରୀ ମଧୁସୂଦନ ଭୋଇଙ୍କ ସମେତ ଏକ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ଉପସ୍ଥିତ ଥିଲେ।
ଅପରପକ୍ଷେ ଭୀମପୁର ମୌଜାର ରାଜସ୍ବ ବିଭାଗ ଅଧୀନ ପ୍ଲଟ ନଂ. ୫୬ରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ସଂପୃକ୍ତ ଅଞ୍ଚଳରୁ ପ୍ରାୟ ୨ହଜାର ବର୍ଗଫୁଟ ସରକାରୀ ଜମି ଜବରଦଖଲ ମୁକ୍ତ ହୋଇଛି। ସେହିପରି ସ୍ବାର୍ଡ଼ ୯, ୧୦, ୧୧ ଓ ୧୨ ପକ୍ଷରୁ ଆଚାର୍ଯ୍ୟ ବିହାରରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି। ଲକ୍ଷ୍ମୀସାଗର, ଝାରପଡ଼ା, ବାପୁଜୀନଗର, କଳ୍ପନା ଛକସ୍ଥିତି ଫଳ ଭେଣ୍ଡିଂ ଜୋନ୍‌, ବମିଖାଲ ଆଦି ଅଞ୍ଚଳରେ ଖାଦ୍ୟ ନିରାପତ୍ତା, ପରିମଳ ରକ୍ଷା ଯାଞ୍ଚ ପାଇଁ ବିଭିନ୍ନ ଦୋକାନ, ବଜାର ଏବଂ ହୋଟେଲରେ ଚଢ଼ାଉ କରାଯାଇଥିଲା। ଏହି କ୍ରମରେ ୧୦ କେଜି ପଲିଥିନ୍‌ ଜବତ କରାଯିବା ସହ ମୋଟ ୨୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସ୍କ୍ବାଡ୍‌ ନମ୍ବର ୧୩, ୧୪, ୧୫ ଓ ୧୬ କଳିଙ୍ଗ ଷ୍ଟୁଡ଼ିଓ ଛକରୁ ପଟାସ ଛକ ମଧ୍ୟରେ ଗଢ଼ିଉଠିଥିବା ବେଆଇନ୍‌ ନିର୍ମାଣକୁ ମାଟିରେ ମିଶାଇଥିଲେ। ଅନ୍ୟପଟେ ସ୍କ୍ବାଡ୍‌ ନମ୍ବର ୫, ୬, ୭ ଓ ୮ ରଘୁନାଥପୁର, କିଟ୍‌ ରୋଡ୍‌, ପ୍ରଶାନ୍ତି ବିହାର ଅଞ୍ଚଳରେ ଥିବା ରାସ୍ତାକଡ଼ରୁ ଜବରଦଖଲ ହଟାଇଥିଲେ। ତେବେ ପରିମଳ କ୍ଷେତ୍ରରେ ଖିଲାପ କାରଣରୁ କେତେଜଣ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି କ୍ରମରେ ମୋଟ ୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?