Posted inଖେଳ

ପନ୍ତଙ୍କ ହାତରେ ଟିମ୍‌ ଇଣ୍ଡିଆର ଭାଗ୍ୟ

ଲଣ୍ଡନ,୧୫।୮: ଲଡର୍‌ସ ଟେଷ୍ଟରେ ଏବେ ଭାରତୀୟ ଦଳ ପରାଜୟ ଏଡ଼ାଇବା ପାଇଁ ଖେଳୁଛି । ରିଷଭ ପନ୍ତଙ୍କ ଉପରେ ନିର୍ଭର କରୁଛି ସବୁ କିଛି। ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ଚତୁର୍ଥ ଦିନ ସୁଦ୍ଧା ୬ ଉଇକେଟ ହରାଇ ମାତ୍ର ୧୮୧ ରନ୍‌ କରିଛି। ହାତରେ ୪ ଉଇକେଟ ଥିବା ବେଳେ ବର୍ତ୍ତମାନ ଘରୋଇ ଇଂଲଣ୍ଡ ଠାରୁ ୧୫୪ ରନ୍‌ ଆଗରେ ଅଛି ଟିମ୍‌ ଇଣ୍ଡିଆ। ପରାଜୟ ଏଡ଼ାଇବା ପାଇଁ ପ୍ରତିପକ୍ଷ ଦଳ ଆଗରେ ଅତିକମ୍‌ରେ ୨୦୦ ରନ୍‌ର ଟାର୍ଗେଟ ଛିଡ଼ା କରିବାକୁ ପଡ଼ିବ।

ଦ୍ୱିତୀୟ ଇନିଂସରେ ଫେଲ୍‌ ମାରିଥିଲା ଭାରତୀୟ ଦଳର ଟପ୍‌ ଅର୍ଡର। ମାତ୍ର ୫୫ ରନ୍‌ ମଧ୍ୟରେ ପଡ଼ି ସାରିଥିଲା ରୋହିତ ଶର୍ମା (୨୧), ଲୋକେଶ ରାହୁଲ (୫) ଓ ଅଧିନାୟକ ବିରାଟ କୋହଲି (୨୦)ଙ୍କ ଉଇକେଟ। ସଙ୍କଟ ଜନକ ପରିସ୍ଥିତିରେ ସ୍ଥିତି ସମ୍ଭାଳିଥିଲେ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୬୧) ଓ ଚେତେଶ୍ୱର ପୂଜାରା (୪୫)। ଦୁହେଁ ଚତୁର୍ଥ ଉଇକେଟ ପାଇଁ ଯୋଡ଼ିଥିଲେ ୧୦୦ ରନ୍‌। କିନ୍ତୁ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ପଡ଼ିବାରୁ ଟିମ୍‌ ଇଣ୍ଡିଆ ପୁଣି ଥରେ ସଙ୍କଟରେ ପଡ଼ିଛି। ଭାରତୀୟ ଦଳ ଚତୁର୍ଥ ଦିନ ସୁଦ୍ଧା ୬ ଉଇକେଟ ହରାଇ ୧୮୧ ରନ୍‌ କରିଛି। ପନ୍ତ ୧୪ ଓ ଈଶାନ୍ତ ଶର୍ମା ୪ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଆୟୋଜିତ ୪ର୍ଥ ମୃତ୍ୟୁଞ୍ଜୟ ପାତ୍ର ମେମୋରିଆଲ ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌ରେ ଫିଡେ...

ଗୋକୁଳମ୍‌ କେରଳ ଜିତିଲା ଡୁରାଣ୍ଡ୍‌ କପ୍‌

କୋଲକାତା, ୨୫।୮ (ପି.ଟି.)- ଟାଇଟଲ୍‌ ଫେଭରାଇଟ୍‌ ମୋହନ ବାଗାନକୁ ପରାସ୍ତ କରି ଗୋକୁଳମ୍‌ କେରଳ ଏଫ୍‌ସି ସମ୍ମାନଜନକ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୧୨୯ତମ ସଂସ୍କରଣରେ...

ଡବଲ୍ସ ଖେଳିବେ ସେରେନା-ଓଜନିଆକି

ଅକ୍‌ଲାଣ୍ଡ, ୨୪ା୧୨ (ଏପି)-ଦୀର୍ଘ ଦିନର ବାନ୍ଧବୀ ସେରେନା ଓ୍ବିଲିୟମ୍ସ ଓ କାରୋଲିନ୍‌ ଓଜନିଆକି ପ୍ରଥମ ଥର ପାର୍ଟନର ହୋଇ ଡବଲ୍ସ ମ୍ୟାଚ ଖେଳିବେ। ଜାନୁୟାରୀ ୬ରେ...

ଲଗାତର ୪ ମ୍ୟାଚ୍‌ ପରାଜୟ ସତ୍ତ୍ୱେ କେମିତି ଫ୍ଲେ-ଅଫ୍‌ରେ ପହଞ୍ଚିଲା ବେଙ୍ଗାଲୁରୁ, ଜାଣନ୍ତୁ ପୂରା ଗଣିତ

ଦୁବାଇ,୩।୧୧:ଆଇପିଏଲ ୨୦୨୦ ରେ ପ୍ଲେ ଅଫ ଯୋଗ୍ୟତା ପାଇଁ ଆଉ ମାତ୍ର ଗୋଟିଏ ଲିଗ୍‌ ମ୍ୟାଚ୍‌ ବାକି ଅଛି। ତେବେ ସୋମବାର ଆବୁଧାବିରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ...

ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ଗୁପ୍ତିଲ-ବୋଲ୍ଟ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଓ୍ବେଲିଂଟନ,୧୫।୧୧: ନଭେମ୍ବର ୧୮ରୁ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ସୀମିତ ଓଭର ସିରିଜ ଖେଳିବ । ଏହାକୁ ନେଇ ମଙ୍ଗଳବାର ୧୩ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା...

ଟୁର୍ନାମେଣ୍ଟର ପ୍ରଥମ ଶତକ

ମୁମ୍ବାଇ,୨।୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ଜୋସ୍‌ ବଟଲର୍‌ଙ୍କ ଶତକ ଏବଂ...

କୋହଲିଙ୍କ ଉପରେ ଖେଳପ୍ରେମୀଙ୍କ ନଜର

ବେଙ୍ଗାଲୁରୁ,୧୨।୩: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଏହି ଦିବାରାତ୍ର ମ୍ୟାଚ୍‌ ଫ୍ଲଡଲାଇଟ୍‌ରେ ଖେଳାଯିବ।...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ନୂଆ ମୋଟେରା ଷ୍ଟାଡିୟମ

ମୁମ୍ବାଇ,୩୧।୮: ଆଉ କିଛି ମାସରେ ଗୁଜରାଟର ଆର୍ଥିକ ରାଜଧାନୀ ଅହମ୍ମଦାବାଦଠାରେ ରାଜ୍ୟର ନୂଆ କ୍ରିକେଟ ଷ୍ଟାଡିୟମ ଉଦ୍‌ଘାଟିତ ହେବ। ୧ ଲକ୍ଷ ୧୦ ହଜାର ଦର୍ଶକ...

Advertisement
Archives

Model This Week