କଂଗ୍ରେସର ସମସ୍ତେ ଗାନ୍ଧୀ ପରିବାର ସହ ଅଛନ୍ତି: ଶରତ

ଭୁବନେଶ୍ବର, ୨୭ା୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରରୋଚିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନାଶନାଲ ହେରାଲ୍ଡ ମାମଲାରେ ବାରମ୍ବାର ଜେରା କରିବାକୁ ଡାକି ନିର୍ଯାତନା ଦେଉଛି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ପିଏମ୍‌ଜି ଛକରେ ସତ୍ୟାଗ୍ରହ କରିଛନ୍ତି। ସତ୍ୟାଗ୍ରହ ପରେ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ ସହ ଭାଜପାର ଏହା ହୀନ ରାଜନୀତି ବୋଲି ସ୍ଲୋଗାନ ଦିଆଯାଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀରେ ରାହୁଲ ଗାନ୍ଧୀ ରାସ୍ତାରେ ବସି ପ୍ରତିବାଦ ଜଣାଉଥିବା ବେଳେ ପୋଲିସ ତାଙ୍କୁ ସେଠାରୁ ଉଠାଇନେଇ ଅଟକ ରଖିବା କଥାକୁ ରାଜ୍ୟର ଛାତ୍ର କଂଗ୍ରେସ ହଜମ କରିପାରିନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ ନେତା ଓ କର୍ମୀମାନେ ଦୀର୍ଘ ସମୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି। ଫଳରେ କିଛି ସମୟ ରାସ୍ତା ଜାମ୍‌ ହୋଇଥିଲା । ଅନ୍ୟପକ୍ଷରେ କେନ୍ଦ୍ର ସରକାର ନିଜ ବିଫଳତା ଲୁଚାଇବାକୁ ତଦନ୍ତକାରୀ ସଂସ୍ଥାଗୁଡିକର ଅପବ୍ୟବହାର କରି ଏଭଳି ଡରାଇବାର ଉଦ୍ୟମ ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନିନ୍ଦିତ କରିବା ଲାଗି ଏକ ପ୍ରକାର ଅପଚେଷ୍ଟା ଚଳାଇଛନ୍ତି। ଶାସନ କ୍ଷମତାକୁ ଆସିବା ପୂର୍ବରୁ ଦେଶର ଜନଗଣଙ୍କୁ ଭାଜପା ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଗୋଟିଏ ବି ପୂରଣ ହୋଇନାହିଁ। ଏପରି ସ୍ଥଳେ ଏସବୁ ସମସ୍ୟାକୁ ନେଇ ଯେତେବେଳେ ସୋନିଆ ଓ ରାହୁଲ ପାର୍ଲାମେଣ୍ଟ ଭିତରେ ଏବଂ ବାହାରେ ସରକାରଙ୍କ ନୀତି ଓ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରୁଥିବାରୁ ଇଡି, ସିବିଆଇ ଓ ଆଇଟିର ଭୟ ଦେଖାଇ ସେମାନଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା ଚାଲିଛି। ଏହି ଅବସରରେ ଶରତ ପଟ୍ଟନାୟକ କହିଛନ୍ତି, ମୋଦି ସରକାର ଆକ୍ରୋଶମୂଳକ ରାଜନୀତି ଚଳାଇଛନ୍ତି। ଏହାକୁ ଦୃଢ଼ ନିନ୍ଦା କରିବା ସହିତ ସାରା ରାଜ୍ୟର ସମସ୍ତ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତା ସୋନିଆ ଗାନ୍ଧୀଙ୍କ ପଛରେ ଛିଡ଼ା ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri