କୋଟି କୋଟି ସମ୍ପତ୍ତିର ମାଲିକ ହୋଇ ସୁଦ୍ଧା ନିଜକୁ ଲେଟ୍‌ ନାଇଟ୍‌ ପାର୍ଟିରୁ ଦୂରେଇ ରଖନ୍ତି ଏହି ଅଭିନେତା: କାରଣ ଜାଣିଲେ…

୧୯୭୭ ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜୀବ ଓମ ଭାଟିଆ ଅର୍ଥାତ ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡି କିଙ୍ଗ୍‌ କୁହାଯାଏ। ଅକ୍ଷୟ ନିଜେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିଥିଲେ ଏବଂ ଆଜି ତାଙ୍କର ପ୍ରାୟ ପ୍ରତ୍ୟେକ ଫିଲ୍ମ କୋଟି କୋଟି ଟଙ୍କା ଆୟ କରୁଛି। ଅକ୍ଷୟ କୁମାର ଫିଲ୍ମ ‘ସୌଗନ୍ଧ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ଫିଲ୍ମ ‘ଖିଲାଡି’ରୁ ପ୍ରକୃତ ପରିଚୟ ପାଇଥିଲେ। ଏହା ପରେ ଅକ୍ଷୟ ‘ଖିଲାଡିଓ କା ଖିଲାଡି’, ‘ଇଣ୍ଟରନ୍ୟାଶନାଲ ଖିଲାଡି’, ‘ଖିଲାଡି୪୨୦’, ‘ହେରା ଫେରି’, ’ଅଜନାବି’, ‘ରୁସ୍ତମ’, ‘ବେଲବଟମ୍‌’, ‘ବେବି’, ‘ଗୁଡ ନ୍ୟୁଜ୍‌’ ଭଳି ଅନେକ ଫିଲ୍ମରେ ଅଭନୟ ଯାଦୁ ଦେଖାଇଛନ୍ତି। ଅକ୍ଷୟ ତାଙ୍କର ଷ୍ଟଣ୍ଟ ଏବଂ କାର୍ଯ୍ୟ ପାଇଁ ଜଣାଶୁଣା।

ଆପଣଙ୍କୁ ଅକ୍ଷୟଙ୍କ ଫିଲ୍ମ ବିଷୟରେ ଜଣାଥିବ ତେବେ ଆଜି ତାଙ୍କ ସମ୍ପତ୍ତି ଏବଂ ମୂଲ୍ୟବାନ ଜିନିଷ ଯାହା ସେ ବହୁତ ପସନ୍ଦ କରନ୍ତି ସେ ସମ୍ପର୍କରେ ଜାଣନ୍ତୁ ….

ଅକ୍ଷୟ ପ୍ରାୟ ୧୭୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକ ଅଟନ୍ତି। ସେ ବିଶ୍ୱର ଚତୁର୍ଥ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା। ଅକ୍ଷୟ ତାଙ୍କର ଗୋଟିଏ ଫିଲ୍ମ ପାଇଁ କୋଟି ଟଙ୍କା ଚାର୍ଜ କରନ୍ତି, ଏହା ବ୍ୟତୀତ ସେ ବିଜ୍ଞାପନ ମାଧ୍ୟମରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି।

ଅକ୍ଷୟଙ୍କ ସମୂଦ୍ର ନିକଟରେ ଏକ ବଙ୍ଗଳା ଅଛି ଯେଉଁଠାରେ ସେ ନିଜ ପରିବାର ସହିତ ରୁହନ୍ତି । ଏହା ବ୍ୟତୀତ ଅକ୍ଷୟଙ୍କର ଚାରୋଟି ଫ୍ଲାଟ ଅଛି, ପ୍ରତ୍ୟେକର ମୂଲ୍ୟ ପ୍ରାୟ ୪.୫ କୋଟି ଟଙ୍କା । ଗୋଆରେ ଅକ୍ଷୟଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି ଯେଉଁଠାରେ ସେ ନିଜ ପରିବାର ସହିତ ଛୁଟି କାଟିବାକୁଯାନ୍ତି।

ଅକ୍ଷୟଙ୍କୁ ଯାନବାହାନ ବହୁତ ପସନ୍ଦ। ତେଣୁ ତାଙ୍କ ପାଖରେ ୭ ଜେନେରେଶନ ଫାଣ୍ଟମ ଅଛି, ଯାହାର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା । ଏହା ବ୍ୟତୀତ ତାଙ୍କ ପାଖରେ ମର୍ସିଡିଜ ବେଞ୍ଜ ୫ କ୍ଲାସ ମଧ୍ୟ ଅଛି ଯାହାର ମୂଲ୍ୟ ୧.୧୦ କୋଟି ଟଙ୍କା । ବେଣ୍ଟଲି, ରେଞ୍ଜ ରୋଭର ଭଳି ଦାମୀ ଗାଡ଼ି ତାଙ୍କ ପାଖରେ ରହିଛି।

କେବଳ ଏତିକି ନୁହେଁ ଅକ୍ଷୟ ଏକ ଘରୋଇ ବିମାନର ମାଲିକ ମଧ୍ୟ ଅଟନ୍ତି। ଏହାର ମୂଲ୍ୟ ପ୍ରାୟ ୨୬୦ କୋଟି । ଅକ୍ଷୟ ଏହାକୁ ଯାତ୍ରା ପାଇଁ ବ୍ୟବହାର କରନ୍ତି । ଅକ୍ଷୟ କୋଟି କୋଟି ସମ୍ପତ୍ତିର ମାଲିକ କିନ୍ତୁ ସେ ବିଶ୍ୱାସ କରନ୍ତି ଯେ ସ୍ବାସ୍ଥ୍ୟ ହେଉଛି ସବୁଠାରୁ ବଡ ଧନ। ତେଣୁ ସେ ନିଜକୁ ଲେଟ୍‌ ନାଇଟ୍‌ ପାର୍ଟିରୁ ଦୂରେଇ ରଖନ୍ତି । ଫିଟ୍‌ ରହିବା ପାଇଁ ଯୋଗ ସହିତ ପ୍ରତିଦିନ ସକାଳେ ବ୍ୟାୟାମ କରନ୍ତି । ଅକ୍ଷୟଙ୍କୁ ଫିଟନେଶ ଫ୍ରିକ୍‌ ବୋଲି କୁହାଯାଏ ଏବଂ ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ।

 


Enter your email to get our daily news in your inbox.

All Right Reserved By Dharitri.Com

୫୯ ମଣ୍ଡିରେ ପଡ଼ିରହିଛି ୪ ଲକ୍ଷ ବସ୍ତା ଧାନ, ବର୍ଷା ନେଇ ଚିନ୍ତାରେ ଚାଷୀ

ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ସୁଧୁରୁ ନ ଥିବା ବେଳେ ଆଗାମୀ ମୌସୁମୀ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।…

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri