କୋଟି କୋଟି ସମ୍ପତ୍ତିର ମାଲିକ ହୋଇ ସୁଦ୍ଧା ନିଜକୁ ଲେଟ୍‌ ନାଇଟ୍‌ ପାର୍ଟିରୁ ଦୂରେଇ ରଖନ୍ତି ଏହି ଅଭିନେତା: କାରଣ ଜାଣିଲେ…

୧୯୭୭ ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜୀବ ଓମ ଭାଟିଆ ଅର୍ଥାତ ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡି କିଙ୍ଗ୍‌ କୁହାଯାଏ। ଅକ୍ଷୟ ନିଜେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିଥିଲେ ଏବଂ ଆଜି ତାଙ୍କର ପ୍ରାୟ ପ୍ରତ୍ୟେକ ଫିଲ୍ମ କୋଟି କୋଟି ଟଙ୍କା ଆୟ କରୁଛି। ଅକ୍ଷୟ କୁମାର ଫିଲ୍ମ ‘ସୌଗନ୍ଧ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ଫିଲ୍ମ ‘ଖିଲାଡି’ରୁ ପ୍ରକୃତ ପରିଚୟ ପାଇଥିଲେ। ଏହା ପରେ ଅକ୍ଷୟ ‘ଖିଲାଡିଓ କା ଖିଲାଡି’, ‘ଇଣ୍ଟରନ୍ୟାଶନାଲ ଖିଲାଡି’, ‘ଖିଲାଡି୪୨୦’, ‘ହେରା ଫେରି’, ’ଅଜନାବି’, ‘ରୁସ୍ତମ’, ‘ବେଲବଟମ୍‌’, ‘ବେବି’, ‘ଗୁଡ ନ୍ୟୁଜ୍‌’ ଭଳି ଅନେକ ଫିଲ୍ମରେ ଅଭନୟ ଯାଦୁ ଦେଖାଇଛନ୍ତି। ଅକ୍ଷୟ ତାଙ୍କର ଷ୍ଟଣ୍ଟ ଏବଂ କାର୍ଯ୍ୟ ପାଇଁ ଜଣାଶୁଣା।

ଆପଣଙ୍କୁ ଅକ୍ଷୟଙ୍କ ଫିଲ୍ମ ବିଷୟରେ ଜଣାଥିବ ତେବେ ଆଜି ତାଙ୍କ ସମ୍ପତ୍ତି ଏବଂ ମୂଲ୍ୟବାନ ଜିନିଷ ଯାହା ସେ ବହୁତ ପସନ୍ଦ କରନ୍ତି ସେ ସମ୍ପର୍କରେ ଜାଣନ୍ତୁ ….

ଅକ୍ଷୟ ପ୍ରାୟ ୧୭୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକ ଅଟନ୍ତି। ସେ ବିଶ୍ୱର ଚତୁର୍ଥ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା। ଅକ୍ଷୟ ତାଙ୍କର ଗୋଟିଏ ଫିଲ୍ମ ପାଇଁ କୋଟି ଟଙ୍କା ଚାର୍ଜ କରନ୍ତି, ଏହା ବ୍ୟତୀତ ସେ ବିଜ୍ଞାପନ ମାଧ୍ୟମରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି।

ଅକ୍ଷୟଙ୍କ ସମୂଦ୍ର ନିକଟରେ ଏକ ବଙ୍ଗଳା ଅଛି ଯେଉଁଠାରେ ସେ ନିଜ ପରିବାର ସହିତ ରୁହନ୍ତି । ଏହା ବ୍ୟତୀତ ଅକ୍ଷୟଙ୍କର ଚାରୋଟି ଫ୍ଲାଟ ଅଛି, ପ୍ରତ୍ୟେକର ମୂଲ୍ୟ ପ୍ରାୟ ୪.୫ କୋଟି ଟଙ୍କା । ଗୋଆରେ ଅକ୍ଷୟଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି ଯେଉଁଠାରେ ସେ ନିଜ ପରିବାର ସହିତ ଛୁଟି କାଟିବାକୁଯାନ୍ତି।

ଅକ୍ଷୟଙ୍କୁ ଯାନବାହାନ ବହୁତ ପସନ୍ଦ। ତେଣୁ ତାଙ୍କ ପାଖରେ ୭ ଜେନେରେଶନ ଫାଣ୍ଟମ ଅଛି, ଯାହାର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା । ଏହା ବ୍ୟତୀତ ତାଙ୍କ ପାଖରେ ମର୍ସିଡିଜ ବେଞ୍ଜ ୫ କ୍ଲାସ ମଧ୍ୟ ଅଛି ଯାହାର ମୂଲ୍ୟ ୧.୧୦ କୋଟି ଟଙ୍କା । ବେଣ୍ଟଲି, ରେଞ୍ଜ ରୋଭର ଭଳି ଦାମୀ ଗାଡ଼ି ତାଙ୍କ ପାଖରେ ରହିଛି।

କେବଳ ଏତିକି ନୁହେଁ ଅକ୍ଷୟ ଏକ ଘରୋଇ ବିମାନର ମାଲିକ ମଧ୍ୟ ଅଟନ୍ତି। ଏହାର ମୂଲ୍ୟ ପ୍ରାୟ ୨୬୦ କୋଟି । ଅକ୍ଷୟ ଏହାକୁ ଯାତ୍ରା ପାଇଁ ବ୍ୟବହାର କରନ୍ତି । ଅକ୍ଷୟ କୋଟି କୋଟି ସମ୍ପତ୍ତିର ମାଲିକ କିନ୍ତୁ ସେ ବିଶ୍ୱାସ କରନ୍ତି ଯେ ସ୍ବାସ୍ଥ୍ୟ ହେଉଛି ସବୁଠାରୁ ବଡ ଧନ। ତେଣୁ ସେ ନିଜକୁ ଲେଟ୍‌ ନାଇଟ୍‌ ପାର୍ଟିରୁ ଦୂରେଇ ରଖନ୍ତି । ଫିଟ୍‌ ରହିବା ପାଇଁ ଯୋଗ ସହିତ ପ୍ରତିଦିନ ସକାଳେ ବ୍ୟାୟାମ କରନ୍ତି । ଅକ୍ଷୟଙ୍କୁ ଫିଟନେଶ ଫ୍ରିକ୍‌ ବୋଲି କୁହାଯାଏ ଏବଂ ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ।

 


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri