Posted inଜାତୀୟ

ଏଣିକି ପୁରୁଷ ଟେଲର ନେଇପାରିବେନି ମହିଳାଙ୍କ ଡ୍ରେସ୍‌ ମାପ, ସବୁ ଜିଲାରେ ନିର୍ଦ୍ଦେଶାବଳୀ ଜାରି

ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ମହିଳା ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ପୁରୁଷ ଟେଲରମାନେ ମହିଳାମାନଙ୍କ ଡ୍ରେସ୍‌ ମାପ ନେଇପାରିବେ ନାହିଁ। ବୁଟିକ ସେଣ୍ଟରରେ ମହିଳାଙ୍କ ଡ୍ରେସ୍‌ର ମାପ ପୁରୁଷଙ୍କ ପରିବର୍ତ୍ତେ ମହିଳାମାନେ ହିଁ ନେବେ। ଏହା ସହ ଜଡ଼ିତ ନିର୍ଦ୍ଦେଶ ସବୁ ଜିଲାକୁ ମଧ୍ୟ ଜାରି କରାଯାଇଛି।

ମହିଳା ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ବୁଟିକ୍‌ ସେଣ୍ଟରରେ ମହିଳାଙ୍କ ଡ୍ରେସ୍‌ର ମାପ ମହିଳାମାନେ ନେବେ। ଏହା ସହିତ ଜିମ୍‌ ସମ୍ବନ୍ଧରେ ମଧ୍ୟ ସମାନ ନିୟମ ସ୍ଥିର କରାଯାଇଛି। ଜିମ୍‌ ଅପରେଟରମାନଙ୍କୁ ମଧ୍ୟ ମହିଳା ପ୍ରଶିକ୍ଷକ ନିଯୁକ୍ତି କରିବାକୁ ପଡ଼ିବ। ସମସ୍ତ ଜିଲାକୁ ମହିଳା ଆୟୋଗର ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ବୁଟିକ୍‌ରେ ମହିଳାଙ୍କ ମାପ ନେବାକୁ ଜଣେ ମହିଳା ଟେଲର ନିଯୁକ୍ତ ହେବାକୁ ପଡ଼ିବ। ଏହା ସହିତ ବୁଟିକ୍‌ରେ ସିସିଟିଭି ଲଗାଯିବ। ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍‌ ବିକ୍ରୟ କରୁଥିବା ଦୋକାନଗୁଡ଼ିକ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ମହିଳା କର୍ମଚାରୀ ନିଯୁକ୍ତ କରିବାକୁ ପଡ଼ିବ। କୋଚିଂ ସେଣ୍ଟରରେ ମହିଳାମାନଙ୍କ ପାଇଁ ସିସିଟିଭି ଏବଂ ଶୌଚାଳୟ ରହିବା ମଧ୍ୟ ଆବଶ୍ୟକ। ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସମସ୍ତ ନିୟମ ସ୍ଥିର ହୋଇଛି।

ଏ ସମ୍ପର୍କରେ ଜିଲା ପ୍ରୋବେସନ ଅଧିକାରୀ ଶାମଲି ହମିଦ ହୁସେନ କହିଛନ୍ତି ଯେ, ଅକ୍ଟୋବର ୨୮ରେ ଉତ୍ତରପ୍ରଦେଶ ରାଜ୍ୟ ମହିଳା ଆୟୋଗର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମହିଳାଙ୍କ ସୁରକ୍ଷା ତଥା ସେମାନଙ୍କର ଅଧିକାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଯାହା କାର୍ଯ୍ୟକାରୀ ହେବ। ଏହା ଅଧୀନରେ କୁହାଯାଇଛି ଯେ, ମହିଳା ଜିମ୍‌ / ଯୋଗ କେନ୍ଦ୍ରରେ ଜଣେ ମହିଳା ପ୍ରଶିକ୍ଷକ ରହିବା ଉଚିତ। ପ୍ରଶିକ୍ଷକ ଏବଂ ମହିଳା ଜିମ୍‌ ଯାଞ୍ଚ କରିବା ମଧ୍ୟ ଆବଶ୍ୟକ।

ଏହା ବ୍ୟତୀତ ମହିଳା ଜିମ୍‌ କିମ୍ବା ଯୋଗ କେନ୍ଦ୍ରରେ ପ୍ରବେଶ କରିବା ସମୟରେ ଆଧାର କାର୍ଡ /ଭୋଟର ଆଇଡି ପରି ପ୍ରାର୍ଥୀଙ୍କ ପରିଚୟପତ୍ର ଯାଞ୍ଚ କରିବା ଏବଂ ଏହାର କପି ସୁରକ୍ଷିତ ରଖିବା ବାଧ୍ୟତାମୂଳକ ଅଟେ। ଏହି ସ୍ଥାନରେ ସିସିଟିଭି ଏବଂ ଡିଭିଆର ରହିବା ବାଧ୍ୟତାମୂଳକ। ସ୍କୁଲ ବସ୍‌ରେ ମହିଳା ସୁରକ୍ଷାକର୍ମୀ କିମ୍ବା ମହିଳା ଶିକ୍ଷକ ରହିବା ବାଧ୍ୟତାମୂଳକ। ଥିଏଟର କଳା କେନ୍ଦ୍ରରେ ମହିଳା ନୃତ୍ୟ ଶିକ୍ଷକ ଏବଂ ସିସିଟିଭି ରହିବା ଆବଶ୍ୟକ। ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଯାଞ୍ଚ କରାଯିବା ଉଚିତ। ମହିଳା ଡ୍ରେସ୍‌ ଦୋକାନରେ ମହିଳା କର୍ମଚାରୀ ନିଯୁକ୍ତ କରିବା ମଧ୍ୟ ବାଧ୍ୟତାମୂଳକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri