ମହାମାରୀ ସଙ୍କଟରେ ବି ରାଜସ୍ବ ସଂଗ୍ରହ ଲୋଭ, ଆର୍‌ଟି-ପିସିଆର୍‌ ପରୀକ୍ଷା ଦାମ୍‌ ଆକାଶ ଛୁଆଁ…

ନୂଆଦିଲ୍ଲୀ, ୧୨।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସରକାରୀ ବିମାନବନ୍ଦରରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଉଛି। ତେବେ ଏହାର ପରୀକ୍ଷା ଦାମ୍‌ ଏବେ ଆକାଶ ଛୁଆଁ ହୋଇଛି। ସରକାରୀ ବିମାନବନ୍ଦର ତୁଳନାରେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାର ଦାମ୍‌ ଯଥେଷ୍ଟ ଅଧିକ ରହିଛି।

ଉଦାହରଣ ସ୍ବରୂପ, କୋଝିକୋଡେ ବିମାନ ବନ୍ଦରରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷଣର ମୂଲ୍ୟ ୧,୫୮୦ ଟଙ୍କା ଥିବାବେଳେ ମୁମ୍ବାଇ ଏବଂ ହାଇଦ୍ରାବାଦ ବିମାନବନ୍ଦରରେ ଏହାର ମୂଲ୍ୟ ଅଢ଼େଇଗୁଣା ଅଧିକ ରହିଛି। ଏଠାରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ପାଇଁ ଯାତ୍ରୀଙ୍କଠାରୁ ୩,୯୦୦ ଟଙ୍କା ନିଆଯାଉଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ମୂଲ୍ୟରେ ୧୩.୩ ପ୍ରତିଶତ ହ୍ରାସ ହୋଇଛି। ଦେଶର ଚାରିଟି ପ୍ରମୁଖ ଅନ୍ତର୍ଜାତୀୟ ବିମାନବନ୍ଦର ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋରରୁ ଲୋକମାନେ ଅଧିକ ଯାତ୍ରା କରିଥାନ୍ତି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ର ତଥ୍ୟ ଅନୁଯାୟୀ ଅକ୍ଟୋବରରେ ୧୨.୨୩ ଲକ୍ଷ ଯାତ୍ରୀ ଏହି ଚାରିଟି ବିମାନବନ୍ଦରରୁ ଯାତ୍ରା କରିଥିଲେ।

ଏହି ମାସରେ ସମୁଦାୟ ୨୨.୨୨ ଲକ୍ଷ ଯାତ୍ରୀ ଭାରତ ଆସିଥିଲେ। ସେଥିମଧ୍ୟରୁ କୋଝିକୋଡେରେ ୧.୪୫ ଲକ୍ଷ, ଗୋଆରେ ୯,୫୬୫, କୋଲକାତାରେ ୩୪,୦୭୪ ଏବଂ ଚେନ୍ନାଇରେ ୧.୫୭ ଲକ୍ଷ ଯାତ୍ରୀ ଯିବାଆସିବା କରିଥିଲେ।

ଇଂଲିଶ୍‌ ଖବରକାଗଜ ଦି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ଅଧିକ ମୂଲ୍ୟ ହେବାର ମୁଖ୍ୟ କାରଣ ପାଲଟିଛନ୍ତି ପରିଚାଳନା କମ୍ପାନୀ। ବିମାନବନ୍ଦର ପରିଚାଳନା କରୁଥିବା କମ୍ପାନୀଗୁଡିକ ଏଥିରୁ ୩୦-୩୫ ପ୍ରତିଶତ ଅଂଶ ରାଜସ୍ବ ସଂଗ୍ରହ କରୁଛନ୍ତି।

ତେବେ ସରକାରୀ ବିମାନ ବନ୍ଦରରେ ରାଜସ୍ବ ଆଦାୟ କରାଯାଉ ନାହିଁ। ଓମିକ୍ରନ ସଂକ୍ରମଣ ପରେ, ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି।

ବିମାନ ବନ୍ଦର ପରିଚାଳନା କରୁଥିବା ଜଣେ ଅଧିକାରୀଙ୍କ ଅନୁଯାୟୀ, ସାଧାରଣ ଆର୍‌ଟି-ପିସିଆର୍‌ର ମୂଲ୍ୟ ସରକାର ସ୍ଥିର କରିଛନ୍ତି, କିନ୍ତୁ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ମୂଲ୍ୟ କ୍ଲିନିକାଲ ଲ୍ୟାବ ଦ୍ୱାରା ସ୍ଥିର ହୋଇଛି। ଦିଲ୍ଲୀ ବିମାନବନ୍ଦରରେ ଜେନଷ୍ଟ୍ରିଙ୍ଗ୍ ଡାଇଗ୍ନୋଷ୍ଟିକ ଏହି ପରୀକ୍ଷା କରିଥାଏ।

ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ବିମାନ ବନ୍ଦରକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅଧିକ ଲ୍ୟାବ ସ୍ଥାପନ କରିବାକୁକୁହାଯାଇଛି। ଦିଲ୍ଲୀ ବିମାନବନ୍ଦର ଜିଏମଆର ଦ୍ୱାରା ପରିଚାଳିତ। ଦିଲ୍ଲୀ ବ୍ୟତୀତ ଜିଏମଆର ହାଇଦ୍ରାବାଦର ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ପରିଚାଳନା କାର୍ଯ୍ୟ କରୁଛି।

ଆଦାନୀ ଗ୍ରୁପ ଦ୍ୱାରା ପରିଚାଳିତ ମୁମ୍ବାଇ ବିମାନବନ୍ଦରରେ ତିନୋଟି ଲ୍ୟାବ ଅଛି। ଯେଉଁଥିରେ ଲାଇଫ୍ନିଟି, ସବଅର୍ବାନ ଡାଇଗ୍ନୋଷ୍ଟିକ ଏବଂ ଏକ୍ୟୁ ଏମ୍‌ଡି(ମାଇଁଲ୍ୟାବ) ଅନ୍ତର୍ଭୁକ୍ତ। ଏହା ସହିତ ନର୍ଥଷ୍ଟାର ପାଥୋଲୋଜି ଲ୍ୟାବ ଅହମ୍ମଦାବାଦ ବିମାନବନ୍ଦରରେ କାମ କରୁଛି।

ଅହମ୍ମଦାବାଦରେ ସାଧାରଣ ଆର୍‌ଟି-ପିସିଆର୍‌ ପରୀକ୍ଷା ମୂଲ୍ୟ ୪୦୦ ଟଙ୍କା ଥିବାବେଳେ ରାପିଡ୍‌ ଆର୍‌ଟି-ପିସିଆର୍‌ର ମୂଲ୍ୟ ୨,୭୦୦ ଟଙ୍କା ରହିଛି। ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷଣର ମୂଲ୍ୟ କେବଳ ଘରୋଇ ବିମାନବନ୍ଦରରେ ନୁହେଁ ବରଂ ଏଏଆଇ ଦ୍ୱାରା ପରିଚାଳିତ ବିମାନବନ୍ଦରରେ ମଧ୍ୟ ଅଧିକ ଅଛି।

ଦୁଇଥର ହ୍ରାସ ହେବା ପରେ କୋଲକାତା ବିମାନବନ୍ଦରରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷଣର ମୂଲ୍ୟ ୨,୯୦୦ ଟଙ୍କା ରହିଛି। ସାଧାରଣ ଆର୍‌ଟି-ପିସିଆର୍‌ର ମୂଲ୍ୟ ଏବଂ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ମଧ୍ୟରେ ଏହି ପାର୍ଥକ୍ୟ ସମୟ ଆଧାରରେ କରାଯାଉଛି।

ମୁମ୍ବାଇ ବିମାନବନ୍ଦରର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ଆର୍‌ଟି-ପିସିଆର୍‌ ପରୀକ୍ଷଣର ଫଳାଫଳ ପାଇଁ ୮ରୁ ୧୦ଘଣ୍ଟା ସମୟ ଲାଗିଥାଏ। ଅପରପକ୍ଷରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ଫଳାଫଳ ଘଣ୍ଟେରୁ ୨ ଘଣ୍ଟା ମଧ୍ୟରେ ଉପଲବ୍ଧ ହୋଇ ପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?