ମହାମାରୀ ସଙ୍କଟରେ ବି ରାଜସ୍ବ ସଂଗ୍ରହ ଲୋଭ, ଆର୍‌ଟି-ପିସିଆର୍‌ ପରୀକ୍ଷା ଦାମ୍‌ ଆକାଶ ଛୁଆଁ…

ନୂଆଦିଲ୍ଲୀ, ୧୨।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସରକାରୀ ବିମାନବନ୍ଦରରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଉଛି। ତେବେ ଏହାର ପରୀକ୍ଷା ଦାମ୍‌ ଏବେ ଆକାଶ ଛୁଆଁ ହୋଇଛି। ସରକାରୀ ବିମାନବନ୍ଦର ତୁଳନାରେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାର ଦାମ୍‌ ଯଥେଷ୍ଟ ଅଧିକ ରହିଛି।

ଉଦାହରଣ ସ୍ବରୂପ, କୋଝିକୋଡେ ବିମାନ ବନ୍ଦରରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷଣର ମୂଲ୍ୟ ୧,୫୮୦ ଟଙ୍କା ଥିବାବେଳେ ମୁମ୍ବାଇ ଏବଂ ହାଇଦ୍ରାବାଦ ବିମାନବନ୍ଦରରେ ଏହାର ମୂଲ୍ୟ ଅଢ଼େଇଗୁଣା ଅଧିକ ରହିଛି। ଏଠାରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ପାଇଁ ଯାତ୍ରୀଙ୍କଠାରୁ ୩,୯୦୦ ଟଙ୍କା ନିଆଯାଉଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ମୂଲ୍ୟରେ ୧୩.୩ ପ୍ରତିଶତ ହ୍ରାସ ହୋଇଛି। ଦେଶର ଚାରିଟି ପ୍ରମୁଖ ଅନ୍ତର୍ଜାତୀୟ ବିମାନବନ୍ଦର ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋରରୁ ଲୋକମାନେ ଅଧିକ ଯାତ୍ରା କରିଥାନ୍ତି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ର ତଥ୍ୟ ଅନୁଯାୟୀ ଅକ୍ଟୋବରରେ ୧୨.୨୩ ଲକ୍ଷ ଯାତ୍ରୀ ଏହି ଚାରିଟି ବିମାନବନ୍ଦରରୁ ଯାତ୍ରା କରିଥିଲେ।

ଏହି ମାସରେ ସମୁଦାୟ ୨୨.୨୨ ଲକ୍ଷ ଯାତ୍ରୀ ଭାରତ ଆସିଥିଲେ। ସେଥିମଧ୍ୟରୁ କୋଝିକୋଡେରେ ୧.୪୫ ଲକ୍ଷ, ଗୋଆରେ ୯,୫୬୫, କୋଲକାତାରେ ୩୪,୦୭୪ ଏବଂ ଚେନ୍ନାଇରେ ୧.୫୭ ଲକ୍ଷ ଯାତ୍ରୀ ଯିବାଆସିବା କରିଥିଲେ।

ଇଂଲିଶ୍‌ ଖବରକାଗଜ ଦି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ଅଧିକ ମୂଲ୍ୟ ହେବାର ମୁଖ୍ୟ କାରଣ ପାଲଟିଛନ୍ତି ପରିଚାଳନା କମ୍ପାନୀ। ବିମାନବନ୍ଦର ପରିଚାଳନା କରୁଥିବା କମ୍ପାନୀଗୁଡିକ ଏଥିରୁ ୩୦-୩୫ ପ୍ରତିଶତ ଅଂଶ ରାଜସ୍ବ ସଂଗ୍ରହ କରୁଛନ୍ତି।

ତେବେ ସରକାରୀ ବିମାନ ବନ୍ଦରରେ ରାଜସ୍ବ ଆଦାୟ କରାଯାଉ ନାହିଁ। ଓମିକ୍ରନ ସଂକ୍ରମଣ ପରେ, ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି।

ବିମାନ ବନ୍ଦର ପରିଚାଳନା କରୁଥିବା ଜଣେ ଅଧିକାରୀଙ୍କ ଅନୁଯାୟୀ, ସାଧାରଣ ଆର୍‌ଟି-ପିସିଆର୍‌ର ମୂଲ୍ୟ ସରକାର ସ୍ଥିର କରିଛନ୍ତି, କିନ୍ତୁ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ମୂଲ୍ୟ କ୍ଲିନିକାଲ ଲ୍ୟାବ ଦ୍ୱାରା ସ୍ଥିର ହୋଇଛି। ଦିଲ୍ଲୀ ବିମାନବନ୍ଦରରେ ଜେନଷ୍ଟ୍ରିଙ୍ଗ୍ ଡାଇଗ୍ନୋଷ୍ଟିକ ଏହି ପରୀକ୍ଷା କରିଥାଏ।

ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ବିମାନ ବନ୍ଦରକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅଧିକ ଲ୍ୟାବ ସ୍ଥାପନ କରିବାକୁକୁହାଯାଇଛି। ଦିଲ୍ଲୀ ବିମାନବନ୍ଦର ଜିଏମଆର ଦ୍ୱାରା ପରିଚାଳିତ। ଦିଲ୍ଲୀ ବ୍ୟତୀତ ଜିଏମଆର ହାଇଦ୍ରାବାଦର ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ପରିଚାଳନା କାର୍ଯ୍ୟ କରୁଛି।

ଆଦାନୀ ଗ୍ରୁପ ଦ୍ୱାରା ପରିଚାଳିତ ମୁମ୍ବାଇ ବିମାନବନ୍ଦରରେ ତିନୋଟି ଲ୍ୟାବ ଅଛି। ଯେଉଁଥିରେ ଲାଇଫ୍ନିଟି, ସବଅର୍ବାନ ଡାଇଗ୍ନୋଷ୍ଟିକ ଏବଂ ଏକ୍ୟୁ ଏମ୍‌ଡି(ମାଇଁଲ୍ୟାବ) ଅନ୍ତର୍ଭୁକ୍ତ। ଏହା ସହିତ ନର୍ଥଷ୍ଟାର ପାଥୋଲୋଜି ଲ୍ୟାବ ଅହମ୍ମଦାବାଦ ବିମାନବନ୍ଦରରେ କାମ କରୁଛି।

ଅହମ୍ମଦାବାଦରେ ସାଧାରଣ ଆର୍‌ଟି-ପିସିଆର୍‌ ପରୀକ୍ଷା ମୂଲ୍ୟ ୪୦୦ ଟଙ୍କା ଥିବାବେଳେ ରାପିଡ୍‌ ଆର୍‌ଟି-ପିସିଆର୍‌ର ମୂଲ୍ୟ ୨,୭୦୦ ଟଙ୍କା ରହିଛି। ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷଣର ମୂଲ୍ୟ କେବଳ ଘରୋଇ ବିମାନବନ୍ଦରରେ ନୁହେଁ ବରଂ ଏଏଆଇ ଦ୍ୱାରା ପରିଚାଳିତ ବିମାନବନ୍ଦରରେ ମଧ୍ୟ ଅଧିକ ଅଛି।

ଦୁଇଥର ହ୍ରାସ ହେବା ପରେ କୋଲକାତା ବିମାନବନ୍ଦରରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷଣର ମୂଲ୍ୟ ୨,୯୦୦ ଟଙ୍କା ରହିଛି। ସାଧାରଣ ଆର୍‌ଟି-ପିସିଆର୍‌ର ମୂଲ୍ୟ ଏବଂ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ମଧ୍ୟରେ ଏହି ପାର୍ଥକ୍ୟ ସମୟ ଆଧାରରେ କରାଯାଉଛି।

ମୁମ୍ବାଇ ବିମାନବନ୍ଦରର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ଆର୍‌ଟି-ପିସିଆର୍‌ ପରୀକ୍ଷଣର ଫଳାଫଳ ପାଇଁ ୮ରୁ ୧୦ଘଣ୍ଟା ସମୟ ଲାଗିଥାଏ। ଅପରପକ୍ଷରେ ରାପିଡ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ଫଳାଫଳ ଘଣ୍ଟେରୁ ୨ ଘଣ୍ଟା ମଧ୍ୟରେ ଉପଲବ୍ଧ ହୋଇ ପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri