ଓଡ଼ିଶାରେ ବି ପାଳନ ହେଉନି ନିୟମ

ଭୁବନେଶ୍ୱର(ବ୍ୟୁରୋ),୧୪ା୬: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଲକ୍ଷ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ମଧ୍ୟ ୬୦,୦୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ରାଜ୍ୟର ୮୩ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାବାଦ୍‌ ୧୨୦ଟି କୋଭିଡ୍‌ କେୟାର ସେଣ୍ଟର(ସିସିସି) ଜରିଆରେ ଚିକିତ୍ସା ଓ ଅନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ସରକାରୀ ତଥ୍ୟକୁ ବାଦ୍‌ ଦେଲେ ଆହୁରି ୧୦୦ଟି ଛୋଟବଡ଼ ମେଡିକାଲ
ଓ ନର୍ସିଂହୋମ୍‌ରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଚାଲିଛି। ସେଗୁଡ଼ିକରୁ ବାହାରୁଥିବା ମାସ୍କ, ଗ୍ଲୋଭ, ସାନିଟାଇଜର ବୋତଲ, ପିପିଇ କିଟ୍‌, ପରୀକ୍ଷଣ ସାମଗ୍ରୀ ଓ ଅନ୍ୟ ବର୍ଜ୍ୟବସ୍ତୁ ମୁଣ୍ଡବ୍ୟଥାର କାରଣ ସାଜିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ବୁର୍ଲା ଭଳି ସହରରେ ବଡ଼ ବଡ଼ କୋଭିଡ୍‌ ହସ୍ପିଟାଲ ଥିବାରୁ ଏହି ସହରଗୁଡ଼ିକର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏପରି କି ହୋମ୍‌ ଆଇସୋଲେଶନରେ ଥିବା ଲୋକେ ରାସ୍ତାକଡ଼ ଡଷ୍ଟବିନ୍‌ରେ ମଧ୍ୟ ଏପରି ଆବର୍ଜନା ଫୋପାଡ଼ି ଦେଉଛନ୍ତି। ଏ ସମ୍ପର୍କରେ ବରିଷ୍ଠ ପରିବେଶବିତ୍‌ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, କୋଭିଡ୍‌ ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟବସ୍ତୁଗୁଡ଼ିକୁ ଠିକ୍‌ ଭାବେ ନିଷେଧନ କରିବା ପାଇଁ ଏକ ନିର୍ଦ୍ଦିିଷ୍ଟ ପଦ୍ଧତି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ଗାଇଡ୍‌ଲାଇନ ସମସ୍ତ ହସ୍ପିଟାଲଗୁଡ଼ିକୁ ଦିଆଯାଇଛି। ହେଲେ ଉଭୟ ସରକାରୀ ଓ ଘରୋଇ ଚିକିସତ୍ାଳୟଗୁଡ଼ିକରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଅଧିକାଂଶ ହସ୍ପିଟାଲ ଏହାକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି। ଫଳରେ ତା’ର ପ୍ରଭାବ ବାୟୁମଣ୍ଡଳ ଓ ପରିବେଶ ଉପରେ ପଡୁଛି। କୋଭିଡ୍‌ ସଂକ୍ରମଣ ବାୟୁ ଦ୍ୱାରା ବ୍ୟାପୁଛି ବୋଲି କୁହାଯାଉଥିବାବେଳେ ଏଭଳି ବର୍ଜ୍ୟବସ୍ତୁ ଜନସ୍ବାସ୍ଥ୍ୟ ପାଇଁ ବଡ଼ ବିପଦକୁ ନିମନ୍ତ୍ରଣ କରିପାରେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, କୋଭିଡ୍‌ ହସ୍ପିଟାଲ ଏବଂ ସିସିସିଗୁଡ଼ିକ ସରକାରଙ୍କ ଗାଇଡ୍‌ଲାଇନକୁ ପାଳନ କରୁଛନ୍ତି। ହସ୍ପିଟାଲଗୁଡିକରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବାୟୋମେଡିକାଲ ପଦ୍ଧତିରେ ନିଃଶେଷ କରାଯାଉଛି। ଯଦି କୌଣସି ହସ୍ପିଟାଲ ସରକାରଙ୍କ ନିୟମାବଳୀକୁ ଠିକ୍‌ ଭାବେ ପାଳନ କରୁ ନ ଥିବା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ବିଏମ୍‌ସି ଅଞ୍ଚଳରେ ଥିବା କୋଭିଡ୍‌ ହସ୍ପିଟାଲ ଓ ଅନ୍ୟ ଚିକିତ୍ସାଳୟଗୁଡ଼ିକରୁ ପ୍ରତିଦିନ ବାହାରୁଥିବା ଅଳିଆ ଆବର୍ଜନାକୁ ନିଜସ୍ବ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଜରିଆରେ ନିଷେଧନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନ କିମ୍ବା ଚିକିସତ୍ାଳୟରୁ ସେପରି କିଛି ସାମଗ୍ରୀ ବାହାରୁଥିଲେ ଆଗକୁ ସମାଧାନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?