ଓଡ଼ିଶାରେ ବି ପାଳନ ହେଉନି ନିୟମ

ଭୁବନେଶ୍ୱର(ବ୍ୟୁରୋ),୧୪ା୬: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଲକ୍ଷ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ମଧ୍ୟ ୬୦,୦୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ରାଜ୍ୟର ୮୩ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାବାଦ୍‌ ୧୨୦ଟି କୋଭିଡ୍‌ କେୟାର ସେଣ୍ଟର(ସିସିସି) ଜରିଆରେ ଚିକିତ୍ସା ଓ ଅନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ସରକାରୀ ତଥ୍ୟକୁ ବାଦ୍‌ ଦେଲେ ଆହୁରି ୧୦୦ଟି ଛୋଟବଡ଼ ମେଡିକାଲ
ଓ ନର୍ସିଂହୋମ୍‌ରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଚାଲିଛି। ସେଗୁଡ଼ିକରୁ ବାହାରୁଥିବା ମାସ୍କ, ଗ୍ଲୋଭ, ସାନିଟାଇଜର ବୋତଲ, ପିପିଇ କିଟ୍‌, ପରୀକ୍ଷଣ ସାମଗ୍ରୀ ଓ ଅନ୍ୟ ବର୍ଜ୍ୟବସ୍ତୁ ମୁଣ୍ଡବ୍ୟଥାର କାରଣ ସାଜିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ବୁର୍ଲା ଭଳି ସହରରେ ବଡ଼ ବଡ଼ କୋଭିଡ୍‌ ହସ୍ପିଟାଲ ଥିବାରୁ ଏହି ସହରଗୁଡ଼ିକର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏପରି କି ହୋମ୍‌ ଆଇସୋଲେଶନରେ ଥିବା ଲୋକେ ରାସ୍ତାକଡ଼ ଡଷ୍ଟବିନ୍‌ରେ ମଧ୍ୟ ଏପରି ଆବର୍ଜନା ଫୋପାଡ଼ି ଦେଉଛନ୍ତି। ଏ ସମ୍ପର୍କରେ ବରିଷ୍ଠ ପରିବେଶବିତ୍‌ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, କୋଭିଡ୍‌ ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟବସ୍ତୁଗୁଡ଼ିକୁ ଠିକ୍‌ ଭାବେ ନିଷେଧନ କରିବା ପାଇଁ ଏକ ନିର୍ଦ୍ଦିିଷ୍ଟ ପଦ୍ଧତି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ଗାଇଡ୍‌ଲାଇନ ସମସ୍ତ ହସ୍ପିଟାଲଗୁଡ଼ିକୁ ଦିଆଯାଇଛି। ହେଲେ ଉଭୟ ସରକାରୀ ଓ ଘରୋଇ ଚିକିସତ୍ାଳୟଗୁଡ଼ିକରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଅଧିକାଂଶ ହସ୍ପିଟାଲ ଏହାକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି। ଫଳରେ ତା’ର ପ୍ରଭାବ ବାୟୁମଣ୍ଡଳ ଓ ପରିବେଶ ଉପରେ ପଡୁଛି। କୋଭିଡ୍‌ ସଂକ୍ରମଣ ବାୟୁ ଦ୍ୱାରା ବ୍ୟାପୁଛି ବୋଲି କୁହାଯାଉଥିବାବେଳେ ଏଭଳି ବର୍ଜ୍ୟବସ୍ତୁ ଜନସ୍ବାସ୍ଥ୍ୟ ପାଇଁ ବଡ଼ ବିପଦକୁ ନିମନ୍ତ୍ରଣ କରିପାରେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, କୋଭିଡ୍‌ ହସ୍ପିଟାଲ ଏବଂ ସିସିସିଗୁଡ଼ିକ ସରକାରଙ୍କ ଗାଇଡ୍‌ଲାଇନକୁ ପାଳନ କରୁଛନ୍ତି। ହସ୍ପିଟାଲଗୁଡିକରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବାୟୋମେଡିକାଲ ପଦ୍ଧତିରେ ନିଃଶେଷ କରାଯାଉଛି। ଯଦି କୌଣସି ହସ୍ପିଟାଲ ସରକାରଙ୍କ ନିୟମାବଳୀକୁ ଠିକ୍‌ ଭାବେ ପାଳନ କରୁ ନ ଥିବା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ବିଏମ୍‌ସି ଅଞ୍ଚଳରେ ଥିବା କୋଭିଡ୍‌ ହସ୍ପିଟାଲ ଓ ଅନ୍ୟ ଚିକିତ୍ସାଳୟଗୁଡ଼ିକରୁ ପ୍ରତିଦିନ ବାହାରୁଥିବା ଅଳିଆ ଆବର୍ଜନାକୁ ନିଜସ୍ବ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଜରିଆରେ ନିଷେଧନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନ କିମ୍ବା ଚିକିସତ୍ାଳୟରୁ ସେପରି କିଛି ସାମଗ୍ରୀ ବାହାରୁଥିଲେ ଆଗକୁ ସମାଧାନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା...

ଘୋଷଣା ହେଲା ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri