
ଖରାଦିନେ ପ୍ରାୟତଃ ବିଜୁଳି ବିଲ ଅଧିକ ଆସିଥାଏ । ବିଶେଷ କରି ଏସି, କୁଲର ଓ ପଙ୍ଖା ଅଧିକ ସମୟ ବ୍ୟବହାର କରାଯାଉଥିବାରୁ ବିଲ ଦୁଇଗୁୁଣା ଅଧିକ ଆସିଥାଏ । ମାତ୍ର କିଛି ସରଳ ଓ ସହଜ ଉପାୟ ଦ୍ୱାରା ବିଜୁଳି ବିଲ ୫୦% ପର୍ଯ୍ୟନ୍ତ କମ କରାଯାଇପାରିବ । ଜାଣନ୍ତୁ କେମିତି…
ବିଜୁଳି ବିଲ କମ କରିବା ପାଇଁ ଇଚ୍ଛୁକ ଥିଲେ ସୋଲାର୍ ପ୍ୟାନେଲ ବ୍ୟବହାର କରିବା ଏକ ଉତ୍ତମ ବିକଳ୍ପ । ଥରେ ସୋଲାର୍ ପ୍ୟାନେଲ ଲଗାଇବା ପରେ ବର୍ଷ ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲରୁ ମୁକ୍ତି ମିଳିବ । ଘରର ଆବଶ୍ୟକତା ଅନୁଯାୟୀ ସୋଲାର୍ ପ୍ୟାନେଲ ଚୟନ କରିପାରିବେ । ପୁରୁଣା ବଲବ ଓ ଟ୍ୟୁବଲାଇଟ ବ୍ୟବହାର କଲେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ । ଏହା ବଦଳରେ ସିଏଏଫଏଲ କିମ୍ବା ଏଲଇଡି ଲାଇଟ ବ୍ୟବହାର କରନ୍ତୁ । ଲାଇଟର ଆବଶ୍ୟକତା ନଥିଲେ ସୁଇଚ ବନ୍ଦ କରି ରଖନ୍ତୁ ।
ଉନ୍ନତ ଧରଣର ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରନ୍ତୁ । ୫ ଷ୍ଟାରର ଏସି, ୱାଶିଂମେସିନ, ଫ୍ରିଜ ଆଦି ବ୍ୟବହାର କରନ୍ତୁ । ଏହା କମ ବିଜୁଳି ଖର୍ଚ୍ଚ କରିଥାଏ । ଯାଦ୍ୱାରା ବିଜୁଳି ବିଲ କମ ଆସିଥାଏ । କମ ତାପମାତ୍ରା ଅର୍ଥାତ ୧୬ ରୁ ୧୮ ଡିଗ୍ରୀରେ ଏସି ଅଧିକ ସମୟ ବ୍ୟବହାର କଲେ ବିଲ ଅଧିକ ଆସିଥାଏ। ଏସି ଲଗାଇବା ସମୟରେ ଝରକା, କବାଟ ନିଶ୍ଚୟ ବନ୍ଦ ରଖନ୍ତୁ । ଖରା ଅଧିକ ପଡୁଥିବା ସ୍ଥାନରେ ଫ୍ରିଜ ରଖନ୍ତୁ ନାହିଁ । ଘରର ଏପରି ସ୍ଥାନରେ ଫ୍ରିଜ ରଖନ୍ତୁ । ଯାହା ଅଧିକ ସମୟ ଥଣ୍ଡା ରହୁଥିବ । ବାରମ୍ବାର ଫ୍ରିଜ ଖୋଲନ୍ତୁ ନାହିଁ ।