ସାରାଦିନ ଏସି ଚଲେଇ ବି କମ୍‌ ଆସିବ ବିଜୁଳି ବିଲ୍‌, ଜାଣନ୍ତୁ କେମିତି…

ଖରାଦିନେ ପ୍ରାୟତଃ ବିଜୁଳି ବିଲ ଅଧିକ ଆସିଥାଏ । ବିଶେଷ କରି ଏସି, କୁଲର ଓ ପଙ୍ଖା ଅଧିକ ସମୟ ବ୍ୟବହାର କରାଯାଉଥିବାରୁ ବିଲ ଦୁଇଗୁୁଣା ଅଧିକ ଆସିଥାଏ । ମାତ୍ର କିଛି ସରଳ ଓ ସହଜ ଉପାୟ ଦ୍ୱାରା ବିଜୁଳି ବିଲ ୫୦% ପର୍ଯ୍ୟନ୍ତ କମ କରାଯାଇପାରିବ । ଜାଣନ୍ତୁ କେମିତି…

ବିଜୁଳି ବିଲ କମ କରିବା ପାଇଁ ଇଚ୍ଛୁକ ଥିଲେ ସୋଲାର୍‌ ପ୍ୟାନେଲ ବ୍ୟବହାର କରିବା ଏକ ଉତ୍ତମ ବିକଳ୍ପ । ଥରେ ସୋଲାର୍‌ ପ୍ୟାନେଲ ଲଗାଇବା ପରେ ବର୍ଷ ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲରୁ ମୁକ୍ତି ମିଳିବ । ଘରର ଆବଶ୍ୟକତା ଅନୁଯାୟୀ ସୋଲାର୍‌ ପ୍ୟାନେଲ ଚୟନ କରିପାରିବେ । ପୁରୁଣା ବଲବ ଓ ଟ୍ୟୁବଲାଇଟ ବ୍ୟବହାର କଲେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ । ଏହା ବଦଳରେ ସିଏଏଫଏଲ କିମ୍ବା ଏଲଇଡି ଲାଇଟ ବ୍ୟବହାର କରନ୍ତୁ । ଲାଇଟର ଆବଶ୍ୟକତା ନଥିଲେ ସୁଇଚ ବନ୍ଦ କରି ରଖନ୍ତୁ ।

ଉନ୍ନତ ଧରଣର ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରନ୍ତୁ । ୫ ଷ୍ଟାରର ଏସି, ୱାଶିଂମେସିନ, ଫ୍ରିଜ ଆଦି ବ୍ୟବହାର କରନ୍ତୁ । ଏହା କମ ବିଜୁଳି ଖର୍ଚ୍ଚ କରିଥାଏ । ଯାଦ୍ୱାରା ବିଜୁଳି ବିଲ କମ ଆସିଥାଏ । କମ ତାପମାତ୍ରା ଅର୍ଥାତ ୧୬ ରୁ ୧୮ ଡିଗ୍ରୀରେ ଏସି ଅଧିକ ସମୟ ବ୍ୟବହାର କଲେ ବିଲ ଅଧିକ ଆସିଥାଏ। ଏସି ଲଗାଇବା ସମୟରେ ଝରକା, କବାଟ ନିଶ୍ଚୟ ବନ୍ଦ ରଖନ୍ତୁ । ଖରା ଅଧିକ ପଡୁଥିବା ସ୍ଥାନରେ ଫ୍ରିଜ ରଖନ୍ତୁ ନାହିଁ । ଘରର ଏପରି ସ୍ଥାନରେ ଫ୍ରିଜ ରଖନ୍ତୁ । ଯାହା ଅଧିକ ସମୟ ଥଣ୍ଡା ରହୁଥିବ । ବାରମ୍ବାର ଫ୍ରିଜ ଖୋଲନ୍ତୁ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri