ସାତ ଦଶନ୍ଧି ପରେ ବି ଅପରିପକ୍ୱ

ରବିନାରାୟଣ ସାମଲ

ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଓ ପଣ୍ଡିଚେରୀର ବିଧାନସଭା ନିର୍ବାଚନ ଫଳାଫଳ ଦେଶର ରାଜନୀତିକୁ ବେଶ୍‌ ପ୍ରଭାବିତ କରିଛି। କାରଣ ନିର୍ବାଚନ ମଇଦାନରେ ବିଭିନ୍ନ ରାଜନୈତିକ ଦଳ ପୂରାମାତ୍ରାରେ ସେମାନଙ୍କ ଦମ୍‌ ଖଟାଇ ଦେଇଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ, ସମୁଦାୟ କେନ୍ଦ୍ର କ୍ୟାବିନେଟ୍‌ ଆଉ ଦିଲ୍ଲୀରେ ନ ରହି ପାଞ୍ଚଟି ରାଜ୍ୟରେ ନିର୍ବାଚନ ଶେଷ ଯାଏ ଡେରା ପକାଇ ରହିଥିଲେ। ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ପଶ୍ଚିମବଙ୍ଗରେ ମୋଦି ହାରିଲେ, ଦିଦି ଜିତିଲେ ବୋଲି କୁହାଗଲା। ଦିଦି ନିଜେ ନନ୍ଦିଗ୍ରାମରୁ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରିଗଲେ। ଫଳ ଯାହା ହେଉନା କାହିଁକି ନିର୍ବାଚନ ଭିତରେ ଫ୍ଲାଇଂ ସ୍କ୍ବାଡ୍‌ ଦ୍ୱାରା ବିପୁଳ ପରିମାଣର ଅର୍ଥ ଜବତ କରାଯାଇଥିବା ଘଟଣା ଆମ ଗଣତାନ୍ତ୍ରିକ ପଦ୍ଧତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏଠି ‘ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ’ ପ୍ରହସନ ପାଲଟିଥିଲା ବେଳେ ପ୍ରଲୋଭନ, ପ୍ରରୋଚନା ଓ ପ୍ରବଞ୍ଚନା ସମୁଦାୟ ନିର୍ବାଚନକୁ କବଳିତ କରିଛି। ନିଜର ବୁଦ୍ଧି, ବିବେକ ଓ ବିଚାରକୁ ଖଟାଇ ମତଦାନ କରିବାର ସୁଯୋଗ ମତଦାତାମାନଙ୍କ ପାଖରେ ନାହିଁ। ମଦ, ମାଂସ ଓ ଅର୍ଥ ପାଖରେ ସେସବୁ ଏକରକମ ବନ୍ଧା ପଡ଼ିଯାଇଛି। ନ ହେଲେ କୋଟି କୋଟି ଟଙ୍କାର ମଦ, କୋଟି କୋଟି ଟଙ୍କାର ସୁନାରୁପା ଓ ଶହ ଶହ କୋଟି ନଗଦ ଅର୍ଥ ଫ୍ଲାଇଂ ସ୍କ୍ବାଡ୍‌ ଦ୍ୱାରା ଜବତ ହୁଅନ୍ତା କିପରି ? ଗୋଟିଏ ବିଶାଳକାୟ ଆଇସ୍‌ବର୍ଗର କ୍ଷୁଦ୍ର ଉପରିଭାଗ ବୋଲି ଏହାକୁ ଧରିନେଲେ କ’ଣ ଭୁଲ୍‌ ହେବ ?
ସାଧାରଣ ନିର୍ବାଚନରେ ଜଣେ ଜଣେ ପ୍ରାର୍ଥୀ ଖର୍ଚ୍ଚ କରନ୍ତି ୨୦-୪୦ କୋଟି ଟଙ୍କା। ସେସବୁ ଆସେ କେଉଁଠୁ ଓ ଯାଏ କୁଆଡ଼େ? ‘ନିର୍ବାଚନୀ ବଣ୍ଡ୍‌’ର ପ୍ରଚଳନ ଏହି କଳା ଟଙ୍କାକୁ ଧଳା କରିବାରେ ବେଶ୍‌ ସହାୟକ ହୋଇଛି।
ଜାତିକୁ ନେଇ ଭୋଟ୍‌ ଭିକ୍ଷା, ଧର୍ମକୁ ନେଇ ଭୋଟ୍‌ ଭିକ୍ଷା, ସମ୍ପ୍ରଦାୟକୁ ନେଇ ଭୋଟ୍‌ ଭିକ୍ଷା ଆମ ଦେଶରେ ପୁରୁଣା ପ୍ରଥା। ବେଶ୍‌ କିଛି ଲୋକ ଏହି ଆଧାରରେ ମତଦାନ କରିଥାନ୍ତି। ଅପରାଧ ପୃଷ୍ଠଭୂମି ଥିବା ପ୍ରତିନିଧିଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ପ୍ରକୃତ ସାଧୁ, ସଚ୍ଚୋଟ ଓ ଯୋଗ୍ୟ ପ୍ରାର୍ଥୀ ଜିତିକରି ଆସିବା କଷ୍ଟସାଧ୍ୟ ହୋଇପଡ଼ୁଛି।
ଆସାମର ଦିମାହସାଓ ଜିଲାରେ ଗୋଟିଏ ବୁଥ୍‌ରେ ୯୦ ଜଣ ଭୋଟର ଥିଲା ବେଳେ ସେଠାରେ ୧୭୧ ପୋଲିଂ ହେବା ଆମ ନିର୍ବାଚନ ପ୍ରକ୍ରିୟାର ଗର୍ହିତ ରୂପକୁ ପଦାରେ ପକାଇଦେଇଛି। ସେହିପରି ଆସାମର ଜଣେ ଭାଜପା ନେତାଙ୍କ କାର୍‌ରୁ ଇଭିଏମ୍‌ ଜବତ ହେବା ଘଟଣା ନିର୍ବାଚନ କମିଶନଙ୍କ ଭୋଟ୍‌ ପରିଚାଳନାକୁ ଫୁତ୍‌କାର କରିଛି। ଶାସକ ଦଳ ସପକ୍ଷରେ ଶାସନକଳର ଅପବ୍ୟବହାର ବିଭିନ୍ନ ସମୟରେ ଲୋକଲୋଚନକୁ ଆସିଥାଏ। ମତଦାନର ପୂର୍ବ ରାତିରେ ଭୋଜିଭାତ ହେବା, ସାହିବସ୍ତିରେ ଲକ୍ଷ ଲକ୍ଷ ଟଙ୍କା ବଣ୍ଟାଯିବା ଏବଂ ସର୍ବଶେଷରେ ବୁଥ୍‌ ଜବରଦଖଲ ହେବା ଭଳି ଦୃଷ୍ଟାନ୍ତ ସହିତ ଆମେ ଅଳ୍ପ ବହୁତେ ଅବଗତ ଅଛୁ। ଏସବୁ ସତ୍ତ୍ୱେ ‘ମୁକ୍ତ-ଅବାଧ-ନିରପେକ୍ଷ ନିର୍ବାଚନ’ ଦେଶରେ ଚାଲିଛି ବୋଲି ଡିଣ୍ଡିମ ପିଟା ହେଉଛି।
ଭାରତ ଗୋଟିଏ ଗଣତାନ୍ତ୍ରିକ ଦେଶ। ନିର୍ବାଚନ ପ୍ରକ୍ରିୟା ହେଉଛି ଏହି ଗଣତନ୍ତ୍ରର ମୁଖ୍ୟ ଅଙ୍ଗ। ମାତ୍ର ଯେଉଁ ଧାରାରେ ନିର୍ବାଚନ ହେଉଛି ତାହା ଦେଖିଲେ ଯେ କେହି ନିଶ୍ଚୟ ଉଦ୍‌ବିଗ୍ନ ହେବେ। ଟଙ୍କା ନ ଦେଲେ ଭୋଟ୍‌ ମିଳିବ ନାହିଁ। ଟିଭି, ମୋବାଇଲ୍‌, ଲାପ୍‌ଟପ୍‌ , ମଙ୍ଗଳସୂତ୍ର ଆଦି ନ ବାଣ୍ଟିଲେ ଭୋଟ ମିଳିବ ନାହିଁ। ମଦମାଂସର ଆସର ନ ହେଲେ ଭୋଟ ମିଳିବ ନାହିଁ। ମିଥ୍ୟା ପ୍ରତିଶ୍ରୁତି ନ ଦେଲେ ଭୋଟରଙ୍କ ମନକୁ କିଣାଯାଇ ପାରିବ ନାହିଁ। ସେଇଥିପାଇଁ ହୁଏତ ତାମିଲନାଡ଼ୁର ଜନୈକ ପ୍ରାର୍ଥୀ ଚନ୍ଦ୍ରପୃଷ୍ଠକୁ ନେଇଯିବା ଭଳି ଅସମ୍ଭବ ପ୍ରତିଶ୍ରୁତିଟିଏ ଦେବାକୁ କୁଣ୍ଠାବୋଧ କରିନାହାନ୍ତି। ନିର୍ବାଚନ ପ୍ରକ୍ରିୟାକୁ ତାଚ୍ଛଲ୍ୟ କଲାଭଳି ଏହା ଏକ ପ୍ରତିଶ୍ରୁତି ନୁହେଁ କି?
କୁହାଯାଉଥିବା ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ବର୍ତ୍ତମାନ ପକ୍ଷଭୁକ୍ତ ଓ ଦୁର୍ବଳପ୍ରାୟ। କେଉଁ ମୁହୂର୍ତ୍ତରେ ସେଗୁଡ଼ିକ ଭୁଶୁଡ଼ି ପଡ଼ିବ ତାହାର କିଛି ଠିକଣା ନାହିଁ। ସ୍ତମ୍ଭ ଭୁଶୁଡ଼ିଲେ ଏତେ ବଡ଼ ଦେଶର ଗଣତନ୍ତ୍ର କ’ଣ ତିଷ୍ଠି ରହିପାରିବ? କେବଳ ନିର୍ବାଚନ ନୁହେଁ ଆମ ଦେଶରେ ଘଟୁଥିବା ଯାବତୀୟ ଘଟଣାବଳୀକୁ ତର୍ଜମା କଲେ ଏପରି ଏକ ଅଘଟଣ ନିଶ୍ଚୟ ଆଶଙ୍କାକୁ ଆସିବ। ବାକି ରହିଲା ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାର। ଏହା କ’ଣ ଦେଶରେ ସୁନିଶ୍ଚିତ ଅଛି?
ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଆମ ଦେଶର ଶତକଡ଼ା ୫ ଭାଗ ଲୋକ ରାଜନୈତିକ ଭାବେ ସଚେତନ। ଅବଶିଷ୍ଟ ୯୫ ଭାଗ ଲୋକ ଦେଶଦୁନିଆ ସମ୍ପର୍କରେ ଧାର ଧରନ୍ତି ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ରାଜନୈତିକ ଭାବେ ଅସଚେତନ ଏହି ୯୫ ଭାଗ ଲୋକଙ୍କୁ ମଦ, ମାଂସ, ମଙ୍ଗଳସୂତ୍ର, ନଗଦ ଅର୍ଥ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ କେତେକ ରାଜନୈତିକ ଦଳ ଭୋଟ ହାତେଇଥାନ୍ତି। ଗଣତନ୍ତ୍ରର ଖୋଳପା ଭିତରେ ଏ ଯେଉଁ ଅଗଣତାନ୍ତ୍ରିକ ପନ୍ଥା ଅବଲମ୍ବନ କରାଯାଏ ତାହା ଗଣତନ୍ତ୍ରକୁ ନଷ୍ଟଭ୍ରଷ୍ଟ କରିପକାଏ। ସେଥିଯୋଗୁ ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଆମ ଦେଶରେ ଗଣତନ୍ତ୍ର ଅପରିପକ୍ୱ ବୋଲି କହିବାକୁ ହେବ।
ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ବାଦ୍‌ ଆଉ ଯେଉଁ ସ୍ତମ୍ଭଟି ଲୁକ୍କାୟିତ ହୋଇ ରହିଯାଉଛି, ତାହା ହେଉଛି ଦେଶର ଜନଗଣ। ଏମାନଙ୍କ ଶକ୍ତି ଅମାପ। ଏମାନେ ଚାହିଁଲେ ସବୁକିଛି ଓଲଟପାଲଟ କରିଦେଇପାରିବେ, ଦେଶର ଗଣତନ୍ତ୍ରକୁ ସୁରକ୍ଷା ପ୍ରଦାନ କରିପାରିବେ। ଆସନ୍ତୁ ଆଜିର ଦିନରେ ଆମେ ଏମିତି କିଛି ଉଦ୍ୟମ କରିବା । ନୀରବ ଦର୍ଶକ ନ ସାଜି ଦେଶର ଗଣତନ୍ତ୍ରକୁ ସୁରକ୍ଷା ଦେବା।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ହିମାଳୟକୁ ଜଗ

ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri