ଯୁବବର୍ଗ ନା ବରିଷ୍ଠ

ଗତ ସପ୍ତାହରେ ବିଶ୍ୱର ଦୁଇ ଲୋକସଂଖ୍ୟା ବହୁଳ ରାଷ୍ଟ୍ର ଚାଇନା ଓ ଭାରତରେ ପୃଥକ୍‌ ଘଟଣା ଦେଖିବାକୁ ମିଳିଛି। ଯୁବସଂଖ୍ୟା କମିଯାଉଥିବାରୁ ପରିବାର ପିଛା ୩ ସନ୍ତାନ ନୀତି ପ୍ରଣୟନ କରିଛି ଚାଇନା। ବୟସ୍କଙ୍କ ସଂଖ୍ୟା ବଢ଼ିଯାଉଥିବାରୁ ଦେଶକୁ ଆଗକୁ ନେବାକୁ ହେଲେ ଏପରି ପଦକ୍ଷେପର ଯଥେଷ୍ଟ ଆବଶ୍ୟକତା ରହିଥିବା ସରକାରୀ ଭାବେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏକ ସନ୍ତାନ ନୀତି କରିଥିବା ଚାଇନା ୨୦୧୬ରେ ତାହାକୁ ଉଚ୍ଛେଦ କରି ଦୁଇ ସନ୍ତାନ ନୀତି ଆଣିଥିଲା। ଏବେ ସମୟର ଆବଶ୍ୟକତାକୁ ଦେଖି ବେଜିଂ ଯେଉଁ ନିଷ୍ପତ୍ତି ନେଇଛି ତାହା ସାଧାରଣରେ ଗ୍ରହଣୀୟ ହୋଇପାରି ନାହିଁ। ସନ୍ତାନ ଜନ୍ମ କଲେ ସେମାନଙ୍କ ଲାଳନପାଳନଠାରୁ ଆରମ୍ଭକରି ରୋଜଗାରକ୍ଷମ କରାଇବା କଷ୍ଟକର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆହୁରି ଅନେକେ ଯୁକ୍ତି ବାଢ଼ୁଛନ୍ତି ଯେ ଶସ୍ତା ଶ୍ରମଶକ୍ତି ସୃଷ୍ଟି କରି ଚାଇନା ବିଶ୍ୱବଜାରକୁ ଯେଭଳି ପୂର୍ବରୁ ଅକ୍ତିଆର କରି ରଖିଥିଲା, ଏବେ ଯୁବବର୍ଗଙ୍କ ସଂଖ୍ୟା କମିଯାଇଥିବାରୁ ଏହା ବହୁ ପଛରେ ପଡ଼ିଯିବ। ଅଧିକ ପିଲା ଜନ୍ମ ହେଲେ ପୂର୍ବବର୍ଷଗୁଡ଼ିକରେ କମ୍‌ ସନ୍ତାନ ନୀତି ଯୋଗୁ ଯେଉଁ ଶ୍ରମଶକ୍ତିର ଅଭାବ ଦେଖାଦେଇଛି, ତାହା ପୂରଣ ହୋଇପାରିବ। ଏହି ଯୁକ୍ତିରେ ଏବେକାର ୩ ସନ୍ତାନ ନୀତି ଗ୍ରହଣୀୟ ହୋଇପାରେ। ଏପଟେ ଭାରତ ଜନସଂଖ୍ୟାକୁ ନେଇ ସେଭଳି କିଛି କଠୋର ନୀତି କରି ନ ଥିଲେ ମଧ୍ୟ କୋଭିଡ୍‌-୧୯ର ପ୍ରତିକାର ଲାଗି ଟିକା ନୀତିରେ ଗଡ଼ବଡ଼ ଦେଖାଦେଇଥିବାରୁ ତାହା ଆଲୋଚନାର ବିଷୟ ପାଲଟିଛି।
ସରକାରଙ୍କ କହିବା ଅନୁଯାୟୀ, ୧୩୫ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟାବିଶିଷ୍ଟ ଦେଶ ଭାରତରେ ଅଦ୍ୟାବଧି ୨୨ କୋଟିରୁ କିଛି ଅଧିକ ଲୋକ ଟିକା ନେବାରେ ସକ୍ଷମ ହୋଇଛନ୍ତି। ଅର୍ଥାତ୍‌ ସରକାରୀ ହିସାବରେ ସମୁଦାୟ ଜନସଂଖ୍ୟାର ମାତ୍ର ୧୬ ପ୍ରତିଶତ ଲୋକଙ୍କୁ ଏହି ସୁବିଧା ମିଳିପାରିଛି। ପ୍ରଥମେ କେନ୍ଦ୍ର ସରକାର ଘୋଷଣା କଲେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ତା’ ପରେ କୁହାଗଲା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାର ସୁଯୋଗ ମିଳିବ। ଏହି ବର୍ଗର ସମସ୍ତଙ୍କୁ ଟିକାକରଣ କରାଯାଇ ନ ଥିବା ବେଳେ ୧୮ରୁ ୪୪ ବର୍ଷଙ୍କ ଲାଗି ଦିନ ଘୋଷଣା କରିଦିଆଗଲା। ଚାହିଦା ଅନୁଯାୟୀ ଟିକା ଉତ୍ପାଦନ ହୋଇପାରୁ ନ ଥିବାରୁ ଟିକାକରଣ ପ୍ରକ୍ରିୟା ଘୋର ବାଧାପ୍ରାପ୍ତ ହୋଇଛି। ଦେଶର ପ୍ରତ୍ୟେକ ଭାଗରେ ଅସନ୍ତୋଷ ଦେଖାଦେଇଛି। ଫଳରେ କେନ୍ଦ୍ର ସରକାରଙ୍କ ଟିକା ନୀତିକୁ ସବୁଆଡ଼ୁ ସମାଲୋଚନା କରାଯାଉଛି। ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ବିଚାରପତି ବିପିନ୍‌ ସାଙ୍ଘି ତାଙ୍କ ମତ ରଖିଲା ବେଳେ ଦେଇଥିବା ମନ୍ତବ୍ୟକୁ ନେଇ ଅବଶ୍ୟ ଏବେ ଅନେକାଂଶରେ ପ୍ରଶ୍ନ ଉଠିଛି। ଯୁବବର୍ଗଙ୍କ ଅପେକ୍ଷା ବରିଷ୍ଠ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବାରେ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ୮୦ ବର୍ଷୀୟ ବ୍ୟକ୍ତି ଏ ଦେଶକୁ ଆଉ ଆଗକୁ ନେଇପାରିବେ ନାହିଁ। ସେମାନେ ଜୀବନକୁ ନେଇ ଢେର ବଞ୍ଚିଗଲେଣି। ତେଣୁ ସରକାର ଯୁବବର୍ଗଙ୍କ ଉପରେ ଗୁରୁତ୍ୱ ଦେବା ଦରକାର। ବିଚାରପତିଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଯୁକ୍ତିସଙ୍ଗତ ହୋଇପାରି ନାହିଁ। ଏହା ସମସ୍ତେ ଜାଣନ୍ତି ଯେ ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ତେଣୁ ପିଲାମାନଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବା ଉଚିତ। କିନ୍ତୁ ଏହା ସତ୍ୟ ଯେ ଆଜି ଭାରତ ଯେଉଁ ଅବସ୍ଥାରେ ପହଞ୍ଚିଛି, ସେଥିରେ ବରିଷ୍ଠଙ୍କ ଯୋଗଦାନର ମହତ୍ତ୍ୱ ରହିଛି। ଏହି ବର୍ଗଙ୍କୁ ଅଣଦେଖା କରିବା ଠିକ୍‌ ନୁହେଁ। ବିଶ୍ୱର ବହୁ ବିକଶିତ ରାଷ୍ଟ୍ର ସେମାନଙ୍କ ବରିଷ୍ଠ ବର୍ଗଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେଇଛି। ଭାରତରେ ଯଦି କୁହାଯିବ ଯୁବବର୍ଗଙ୍କୁ ଗୁରୁତ୍ୱ ଦିଆଯିବାର ଥିଲା, ତାହା ହେଲେ କିଶୋର ବର୍ଗ ସବୁଠାରୁ ଆଗ ଟିକା ପାଇବା କଥା। ଏଠାରେ ଆଲୋଚନା କରାଯିବା ଦରକାର ଯେ, କେନ୍ଦ୍ର ସରକାରଙ୍କ ଟିକା ନୀତିରେ ସ୍ପଷ୍ଟତା ରହୁ ନ ଥିବାରୁ ସବୁକିଛି ଗଡ଼ବଡ଼ ହୋଇଯାଇଛି। ସରକାରଙ୍କ ଚିନ୍ତାଧାରା ‘ସମସ୍ତଙ୍କ ପାଇଁ ଟିକାକରଣ’ ଉପରେ କେନ୍ଦ୍ରିତ ହେବାର ଥିଲା।
ଭାରତରେ ନୀତି ଓ ଏହାର କାର୍ଯ୍ୟକାରିତାରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଯେକୌଣସି କାର୍ଯ୍ୟକ୍ରମ ବା ଅଭିଯାନ ବିଫଳ ହୋଇଯାଉଛି। ‘ଏକ ଦେଶ ଏକ ଦୃଢ଼ ନେତୃତ୍ୱ’ ବିଷୟରେ ଏଠାରେ ଯେତିକି କସରତ କରାଯାଉଛି, ସମପରିମାଣର ପ୍ରାଧାନ୍ୟ ନୀତି କାର୍ଯ୍ୟକାରିତା ଉପରେ ଦିଆଗଲେ ତାହା ଉତ୍ତମ ଫଳାଫଳ ଦେଇପାରନ୍ତା। ଏହି ଦୃଷ୍ଟିରୁ ଦେଖିଲେ ଚାଇନାର ନୀତି ସ୍ପଷ୍ଟ ରହିବା ସହିତ ସେଠାକାର ଅମଲାତନ୍ତ୍ରୀ ମଧ୍ୟ ନୀତିକୁ କାର୍ଯ୍ୟକାରୀ କରିବାରେ ଅତ୍ୟନ୍ତ ତତ୍ପର। ଅବସୋସର ବିଷୟ ହେଉଛି, ଭାରତର ସରକାରୀ କର୍ମଚାରୀଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭିନ୍ନ। ଚାଇନା ଦେଖିଲା ତା’ର ଯୁବଶକ୍ତି କମିଯାଉଥିବାରୁ ବିକଳ୍ପ ବାହାର କରାଯିବା ଉଚିତ। କିନ୍ତୁ ବରିଷ୍ଠଙ୍କୁ ହତାଦର କରିନାହିଁ। ହେଲେ ଭାରତରେ କେଉଁଭଳି ଓ କିପରି ଭାବେ ଲୋକଙ୍କୁ ସନ୍ତୁଷ୍ଟ କରାଯାଇପାରିଲେ, କ୍ଷମତା ଜାବୁଡ଼ି ହେବ ତାହା ରାଜନେତାଙ୍କ ମୁଖ୍ୟ ଚିନ୍ତାର ବିଷୟ ହୋଇଥିବା ବେଳେ ସରକାରୀ କଳର ଜନବିରୋଧୀ ଆଭିମୁଖ୍ୟ ଆଜିର ଏହି ପାଣ୍ଡେମିକ୍‌ ସମୟରେ ସ୍ପଷ୍ଟ ବୁଝାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri