ଦୋକାନ ଥାଇ ରାସ୍ତାରେ କାଟୁଛନ୍ତି ମଟନ

ଭୁବନେଶ୍ୱର,୩।୨(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଘାଟିକିଆରେ ଅତ୍ୟାଧୁନିକ ମାଂସ ମାର୍କେଟ ଖୋଲାଯାଇଛି। ଏଠାରେ ଆବଶ୍ୟକ ବ୍ୟବସ୍ଥା କରାଯିବା ସହ ବ୍ୟବସାୟୀଙ୍କୁ ଏସି, ଡିପ୍‌ ଫ୍ରିଜର୍‌ ଓ ମାଂସ କାଟିବା ପାଇଁ ହତିଆର ଯୋଗାଇ ଦିଆଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ନାକାଗେଟ୍‌, ରେଣ୍ଟାଲ, ଷ୍ଟୁଡିଓ ଛକ ଓ ଘାଟିକିଆ ଅଞ୍ଚଳରେ ରାସ୍ତାକଡ଼ରେ ଚାଲିଥିବା ମାଂସ ବେପାର ବନ୍ଦ ହୋଇଯିବ ବୋଲି ଆଶା କରାଯାଉଥିଲା। ହେଲେ ସେପରି କିଛି ହେଲା ନାହିଁ। ବ୍ୟବସାୟୀମାନେ ଏହି ମାର୍କେଟରେ ଦୋକାନ ଘର ପାଇ ମଧ୍ୟ ପୂର୍ବପରି ରାସ୍ତାକଡ଼ରେ ମାଂସ କାଟି ବିକୁଛନ୍ତି।
ଭରତପୁରସ୍ଥିତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ସମ୍ମୁଖରେ ଏହି ବ୍ୟବସାୟୀମାନେ ମଟନ ବେପାର ଜାରି ରଖିଛନ୍ତି। ବିଶେଷକରି ବୁଧବାର, ଶୁକ୍ରବାର ଓ ରବିବାର ସଂପୃକ୍ତ ରାସ୍ତାରେ ଗ୍ରାହକଙ୍କ ଭିଡ଼ ଜମୁଛି। ବ୍ୟବସାୟୀମାନେ ମାଂସ ମାର୍କେଟରେ ଖାସି ମାରିବା ପରେ ଏଠାକୁ ଆଣି କାଟି ବିକୁଛନ୍ତି। ତେଣୁ ଆଖପାଖ ଅଞ୍ଚଳର ଲୋକମାନେ ମାଂସ ମାର୍କେଟ ଯିବା ପରିବର୍ତ୍ତେ ପୂର୍ବପରି ରାସ୍ତାକଡ଼ରୁ ମାଂସ କିଣି ନେଉଛନ୍ତି। ସମାନ ଚିତ୍ର ମଧ୍ୟ ଘାଟିକିଆ ସିଇଟି କଲେଜ୍‌ ରୋଡ୍‌ରେ ଦେଖିବାକୁ ମିଳୁଛି। ଆମିଷ ବାରରେ ପୂର୍ବପରି ସେଠାରେ ଜମୁଛି ବେପାର। ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ସବୁଠାରୁ ଉଦ୍‌ବେଗଜନକ ପ୍ରସଙ୍ଗ ହେଉଛି, ଆମ୍ବୁଲାନ୍ସ ମଧ୍ୟ ଅନେକ ସମୟରେ ଫସି ରହୁଛି। ଏଥିସହ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଫଳରେ ବିଏମ୍‌ସିର ଲକ୍ଷ୍ୟ ସାଧନ ହୋଇପାରୁ ନ ଥିବାବେଳେ ବିପୁଳ ଅର୍ଥ ପାଣିରେ ପଡୁଛି।
ଏ ସମ୍ପର୍କରେ ଆମିଷ ବ୍ୟବସାୟୀ ସେକ୍‌ ମୁଜିବୁର୍‌ ରେହମାନ କୁହନ୍ତି, ଘାଟିକିଆଠାରେ ଖୋଲାଯାଇଥିବା ମାଂସ ମାର୍କେଟ ସମ୍ପର୍କରେ ଅନେକ ଲୋକ ଜାଣିନାହାନ୍ତି। କେବଳ ଲୋକଙ୍କୁ ସୂଚନା ଦେବା ପାଇଁ ଆମେ କିଛିଦିନ ପୂର୍ବ ସ୍ଥାନରେ ବେପାର କରୁଛୁ। ନିୟମିତ ଆସୁଥିବା ଗ୍ରାହକମାନେ ମାଂସ ମାର୍କେଟ ବିଷୟରେ ଅବଗତ ହେବା ପରେ ଆମେ ଏଠାରେ ଆଉ ବ୍ୟବସାୟ କରିବୁ ନାହିଁ। ତେବେ ଲୋକ ଗହଳି ଯେପରି ବେଶି ନ ହେବ ତାହାକୁ ଆମେ ଦୃଷ୍ଟି ଦେଉଛୁ। ଅନ୍ୟଜଣେ ଆମିଷ ବ୍ୟବସାୟୀ ଆୟୁବୁ ଖାନ୍‌ଙ୍କ କହିବା ଅନୁସାରେ, ଆମେ ଦୋକାନ ଏଠାରେ ଲଗାଇଛୁ, କିନ୍ତୁ ସେପରି ବେପାର କରୁନାହୁଁ। ଗ୍ରାହକଙ୍କୁ ଆମିଷ ବଜାରକୁ ପଠାଉଛୁ। କେହି ଗ୍ରାହକ ଦୂରରୁ ଆସିଥିଲେ କିମ୍ବା ବ୍ୟସ୍ତ ଥିଲେ ସେମାନଙ୍କୁ ଫେରାଉନାହୁଁ। ତେବେ ଆଗକୁ ଏପରି ରାସ୍ତାକଡ଼ରେ ଆଉ ମଟନ୍‌ କାଟିବେ ନାହିଁ ବୋଲି ସେ କହିଛନ୍ତି।
ସୂଚନାଥାଉକି, ୨୦୧୮ ମସିହାରୁ ନିର୍ମିତ ଏହି ମାଂସ ବଜାର ବିଭିନ୍ନ ସମସ୍ୟା କାରଣରୁ ଖୋଲାଯାଇପାରି ନ ଥିଲା। ଆବଶ୍ୟକ ବ୍ୟବସ୍ଥା ସହ ୨୦୨୨ ଶେଷଆଡ଼କୁ ଏହି ବଜାର କାର୍ଯ୍ୟକ୍ଷମ ହୋଇଥିଲା। ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଏହା କାର୍ଯ୍ୟକ୍ଷମ ହୋଇଥିଲା ତାହା ପୂରଣ ହୋଇ ନ ଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?