୫-ଟି ସଚିବଙ୍କୁ ଅଭିଯୋଗ ପରେ ବି ଇକୋ ପାର୍କ ରାସ୍ତା ହେଲାନି

ମାଲକାନଗିରି,୧୭ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ମହକୁମାଠାରୁ ୫ କି.ମି.ଦୂର ସତୀଗୁଡା ଜଳଭଣ୍ଡାରକୁ ଲାଗି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳି ରହିଛି। ମାଲକାନଗିରି-ଜୟପୁର ଜାତୀୟ ରାଜପଥ ଡ୍ୟାମ୍‌ ସାଇଡ୍‌ ଛକଠାରୁ ପର୍ଯ୍ୟଟନ ସ୍ଥଳୀ ଯିବା ପାଇଁ ୫ କି.ମି.ରାସ୍ତା ୪ ବର୍ଷ ହେଲା ଶୋଚନୀୟ ହୋଇପଡିଛି। ବହୁବର୍ଷ ପୂର୍ବେ ଡ୍ୟାମ୍‌ସାଇଡ ଛକଠାକୁ ଏମ୍‌.ଭି. ୧୧୧ ପର୍ଯ୍ୟନ୍ତ ଅଣ ଓସାରିଆ ପିଚୁ ରାସ୍ତା ହୋଇଥିଲେ ମଧ୍ୟ ତାହା ନଷ୍ଟ ହୋଇଯାଇଛି। ଡ୍ୟାମ ଉପର ଦେଇ ପାର୍କକୁ ଯିବା ରାସ୍ତା ମଧ୍ୟ ଖାଲ ଖମାରରେ ଭର୍ତ୍ତି ହୋଇ ରହିଛି। ଏମ୍‌.ଭି. ୧୧୧ରୁ ଡ୍ୟାମ୍‌ ତଳ ରାସ୍ତା କାଦୁଅ ଏବଂ ବର୍ଷା ପାଣି ଜମି ରହିଛି। ଯାହାଦ୍ୱାରା ଚାଲି ଯିବା ମଧ୍ୟ ସମ୍ଭବ ହେଉନି। ଏହି ପାର୍କ ସିନ୍ଧ୍ରିମାଳ ପଞ୍ଚାୟତ ଅଧୀନରେ ଥିବା ବେଳେ ସରପଞ୍ଚ ଘାସି ନାୟକ ଏବଂ ସେହି ପଞ୍ଚାୟତ ଗ୍ରାମବାସୀ ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ବିଭିନ୍ନ ସମୟରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେବଳ ତିଆରି କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି, କିନ୍ତୁ ୫ ବର୍ଷ ହେଲା କାମ ହେଉନାହିଁ। ମାର୍ଚ୍ଚ ୨୯ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ ସହ ଏହାର ଉନ୍ନତି କରାଯିବ ବୋଲି କହିଥିଲେ। ଉକ୍ତ ଦିନ ପଞ୍ଚାୟତବାସୀ ୫-ଟି ସଚିବଙ୍କୁ ଏହି ରାସ୍ତା ସମ୍ବନ୍ଧରେ ଅବଗତ ସହ ଏକ ଲିଖିତ ଅଭିଯୋଗ କରିଥିଲେ।
କିନ୍ତୁ ସଚିବଙ୍କ ଗସ୍ତପରେ ମାଲକାନଗିରି ଜିଲାକୁ ଶିକ୍ଷା ବିଭାଗ, ବିଭିନ୍ନ ଧର୍ମାନୁଷ୍ଠାନକୁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଉକ୍ତ ରାସ୍ତା ପାଇଁ ଅଦ୍ୟାବଧି କୌଣସି ଅର୍ଥ ମଞ୍ଜୁର ହୋଇନାହିଁ । ରାସ୍ତା କେବ ହେବ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ବୋଲି ସରପଞ୍ଚ ଘାସି ନାୟକ ଓ ଯୁବ ନେତା ସଦାନନ୍ଦ ଖରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଧରିତ୍ରୀ ପ୍ରଭାବ: ପହଞ୍ଚିଲେ ଟେକ୍ନିକାଲ ଟିମ୍, ଆରମ୍ଭ ହେଲା ପାନୀୟଜଳ ପ୍ରକଳ୍ପ ମରାମତି

ଭେଡେନ,୧୩।୫(ହୃଷିକେଶ ଖମାରୀ)-ବରଗଡ଼ ଜିଲା ଭେଡେନ ବ୍ଲକ ଦେଶ ଭଟଲି ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମ ରାସ୍ତା ଉପରେ ଠିକାଦାର କଲର୍ଭଟ ନିର୍ମାଣ ଆରମ୍ଭ କରିବା ସମୟରେ ଜେସିବିରେ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

ଘୋଡ଼ାହାଡ଼ ପାଣି ପଞ୍ଚାୟତ ନିକଟରେ ଦୁର୍ଘଟଣା: ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣ…

ଦିଗପହଣ୍ଡି,୧୩|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବୁଧବାର ରାତି ପ୍ରାୟ ସାଢେ…

ଚମକିଲେ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର: ବାଣିଜ୍ୟରେ ମୟଙ୍କ,ବିଜ୍ଞାନରେ ଶିଳା ନୟନ ଜିଲା ଟପ୍ପର

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)- ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ହାସଲ କରି ଜିଲାରେ ଚମକଛନ୍ତି। ବିଜ୍ଞାନ ବିଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri