ଧାନ ବିକ୍ରି କରିବାର ୫୦ ଦିନ ପରେ ବି ମିଳୁନି ପ୍ରାପ୍ୟ

କର୍ଲାମୁଣ୍ଡା,୩।୨(ଡି.ଏନ.ଏ.): ମଣ୍ଡିରେ ଧାନ ବିକ୍ରି କରିବା ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା କରାଯିବା ନିୟମ ରହିଛି। ହେଲେ ଚାଷୀମାନେ ସମୟ ସୀମା ଭିତରେ ପ୍ରାପ୍ୟ ରାଶି ପାଇପାରୁ ନ ଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଚାଷୀମାନେ ଏପରି ଅଭିଯୋଗ କରିଛନ୍ତି। ଅଭିଯୋଗ ମତେ ଏହି ବ୍ଲକର ସଦର ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରିଞ୍ଜା ସବମଣ୍ଡିରେ ଚାଷୀ ଧନପତି ସାହୁ ଡିସେମ୍ବର ୬ ତାରିଖରେ ୫୭.୩୭ କୁଇଣ୍ଟାଲ, ଚାଷୀ ଚିନ୍ତାମଣି ସାହୁ ଡିସେମ୍ବର ୨୩ରେ ୩୨.୮୭ କୁଇଣ୍ଟାଲ, ସ. ମାଲପଡା ମଣ୍ଡିରେ ଚାଷୀ ସୁରେନ୍ଦ୍ର ସାହୁ ଡିସେମ୍ବର ୯ ତାରିଖରେ ୩୦.୨୧ କୁଇଣ୍ଟାଲ, ଚାଷୀ କନିଷ୍ଠ ରଣା ଡିସେମ୍ବର ୩୦ ତାରିଖରେ ୩୮.୭୬ କୁଇଣ୍ଟାଲ, କର୍ଲାମୁଣ୍ଡା ମଣ୍ଡିରେ ଚାଷୀ ଶକୁନ୍ତଳା ସାହୁ ଡିସେମ୍ବର ୨୭ ତାରିଖରେ ୩୧.୧୬ କୁଇଣ୍ଟାଲ, ଚାଷୀ ଉମାକାନ୍ତ ଭୋଇ ଡିସେମ୍ବର ୧୩ ତାରିଖରେ ୭୫ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ଏ ନେଇ ଯୋଗାଣ ଅଧିକାରୀ ସନ୍ତାକାର ପଧାନଙ୍କୁ ପଚାରିବାରୁ ଆମ ହାତରେ କିଛି ନାହିଁ ବୋଲି କହିଥିଲେ। ଅନ୍ୟପଟେ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଭବାନୀ ଶଙ୍କର ସାହୁଙ୍କୁ ପଚାରିବାରୁ ଆମେ ପ୍ରଶାସନ ନିକଟରେ ସୂଚନା ଦେଇସାରିଛୁ ବୋଲି କହିଛନ୍ତି। ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର, ୩୧ା୭ (ସ୍ବ.ପ୍ର.)-ମଙ୍ଗଳବାର ଅପରାହ୍ବରେ ଏକ ଘରୋଇ ବସ ଉପରେ ଚଢାଉ କରି ଶ୍ରମ ବିଭାଗ ନାବାଳିକା ଶିଶୁ ଶ୍ରମିକଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର...

ଭାଙ୍ଗିଲା ଘର, ଉଜୁଡିଲା ଧାନ

ଖଇରା, ୯।୧୧(ଡି.ଏନ.ଏ.): ବୁଲୁବୁଲ ପ୍ରଭାବରେ ଖଇରା ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ବହୁ ସ୍ଥାନରେ ଘର ଉପରେ ଗଛ ପଡିବା ଯୋଗୁ ଛପର ଘର ଭାଙ୍ଗିରୁଜି...

ସାଇକେଲରେ ଆସୁଥିବା ୮ ଶ୍ରମିକ ପୋଲିସ ହାତରେ ଧରାପଡି ସଙ୍ଗରୋଧ ଗୃହରେ ରହିଲେ

ଭବାନୀପାଟଣା/କୋକସରା,୧୦।୪(ସ୍ବ.ପ୍ର/ଡି.ଏନ.ଏ.): ଲକ୍‌ଡାଉନ ଯୋଗଁୁ ଓଡିଶାର ଅନେକ ଦାଦନ ଶ୍ରମିକ ରାଜ୍ୟ ତଥା ରାଜ୍ୟ ବାହରେ ଫସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲାର ୮ଜଣ ଶ୍ରମିକ...

ହାତୀ ପାଇଁ ରାତି ଅନିଦ୍ରା ଗ୍ରାମବାସୀ

ଚମ୍ପୁଆ,୨୫ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଦିନକୁ ଦିନ ବଢି ଚାଲିଥିବା ବେଳେ ବନ ବିଭାଗର ନାଚର ପଣିଆ ଗ୍ରାମବାସୀଙ୍କୁ ରାତ୍ରୀ ଅନିଦ୍ରା ହେବାକୁ ବାଧ୍ୟ କରୁଛି।...

ରାତି ପାହିଲେ ଗଛ ଚିନ୍ତା

ଭଦ୍ରକ ଅଫିସ,୧୧।୯-ପେସା ଶିକ୍ଷକତା, ନିଶା ସବୁଜବନାନୀ ସୃଷ୍ଟି କରିବା। ଶିକ୍ଷକତା ସମୟକୁ ବାଦ୍‌ ଦେଇ ଅନ୍ୟ ସମୟରେ ଗଛ ଲଗାଇଥାନ୍ତି। ତାଙ୍କର ଏଭଳି ରୁଚି ପାଇଁ...

ଜମ୍‌ତରା ଗ୍ୟାଙ୍ଗ୍‌ର ୩ ସଦସ୍ୟ ଗିରଫ

ସମ୍ବଲପୁର,୧୬।୨(ବ୍ୟୁରୋ): ଅନ୍‌ଲାଇନ ଠକେଇ କରି ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଜମତରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ସମ୍ବଲପୁର ପୋଲିସ ମଙ୍ଗଳବାର ଭୁବନେଶ୍ୱରରୁ ଗିରଫ କରିଛି। ସେମାନେ ହେଲେ...

ଜିଲାପାଳ ସ୍ବାଗତ କଲେନି ବୋଲି ରାଗିଗଲେ ଏମ୍‌ପି

ବଲାଙ୍ଗୀର ଅଫିସ,୨୧।୧: ଜିଲାପାଳ ସ୍ବାଗତ କଲେନି ବୋଲି ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ରାଗିଯିବା ଏବଂ ଦିଶା କମିଟି ବୈଠକ ସ୍ଥାନ ପରିବର୍ତ୍ତନ କରିବା...

ସମଲ ଥାନା ଅଞ୍ଚଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ତାଳଚେର,୨୦।୮(ନି.ପ୍ର.): ଅନୁଗୋଳ ଜିଲା ସମଲ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ଇଟାଭାଟି ପାଖରେ ଥିବା ଏକ ଗଛ ମୂଳରୁ ମଙ୍ଗଳବାର ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।...

Advertisement
Archives

Model This Week