ଶିକ୍ଷାବର୍ଷ ଆରମ୍ଭର ୩ ମାସ ପରେ ବି ମିଳିନି ପାଠ୍ୟପୁସ୍ତକ: ଚିନ୍ତାରେ ଅଭିଭାବକ

ବାରିପଦା,୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେବା ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସରକାରୀ ସ୍କୁଲ ପ୍ରତି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ୫-ଟି ଯୋଜନାରେ ରୂପାନ୍ତରୀକରଣ ଓ ଶିକ୍ଷା ସମ୍ବନ୍ଧୀୟ ସମାଗ୍ରୀର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟରେ ଡିଜିଟାଲ ବୋର୍ଡଠାରୁ ଆରମ୍ଭ କରି ଅନ୍‌ଲାଇନ ଶିକ୍ଷା ପ୍ରଚଳନ ହୋଇଛି। ପାଠ୍ୟ ପୁସ୍ତକ, ସାଇକେଲ, ପୋଷାକ, ଜୋତା ଓ ଟୋପି ମାଗଣାରେ ଯୋଗାଇ ଦିଆଯାଉଛି। ମାତ୍ର ଶିକ୍ଷାବର୍ଷ ଆରମ୍ଭ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅଦ୍ୟାବଧି ମୟୂରଭଞ୍ଜ ଜିଲାରେ ୯ମ ଓ ୧୦ମ ଶ୍ରେଣୀରେ ପଢ଼ୁଥିବା ଅନୁସୂଚୀତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ମିଳିପାରିନାହିଁ। ଫଳରେ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଶିକ୍ଷାଦାନ ଚାଲିବା ସହ ଅନେକ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚତ୍ତ ହେବାରେ ଲାଗିଛନ୍ତି।
ଜିଲାରେ ୨୯୨ ସରକାରୀ, ୨୦୨ ବ୍ଲକଗ୍ରାଣ୍ଟ ଓ ୪୪ ଏଡେଡ୍‌ ସ୍କୁଲ ଓ ୫୫ଟି ଏସ୍‌ଏସ୍‌ଡିକୁ ମିଶାଇ ମୋଟ ୫୯୩ଟି ବିଦ୍ୟାଳୟ ରହିଛି। ଏଥିରେ ଏସ୍‌ଏସ୍‌ଡିକୁ ବାଦ୍‌ ଦେଇ ୬୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ସେଥିମଧ୍ୟରୁ ପ୍ରାୟ ୪୦ ହଜାର ଅନୁସୂଚୀତ ଜାତି ଓ ଜନଜାତିର ଛାତ୍ରୀଛାତ୍ର ରହିଛନ୍ତି। ଚଳିତ ବର୍ଷ ଏପ୍ରିଲ ୧ରୁ ଶିକ୍ଷାବର୍ଷ ଆରମ୍ଭ ହୋଇ ଏକମାସ ଧରି ପାଠପଢ଼ା ହୋଇଥିଲା। ଗ୍ରୀଷ୍ମ ଛୁଟି ଯୋଗୁ ଦେଢ଼ମାସ ଧରି ବିଭିନ୍ନ ଆପ୍‌ ମାଧ୍ୟମରେ ଅନ୍‌ଲାଇନ ଶିକ୍ଷାଦାନ ପ୍ରଦାନ କରାଯାଇଛି। ମାତ୍ର ଅନୁସୂଚୀତ ଜାତି ଓ ଜନଜାତିର ଏହି ୪୦ ହଜାର ଛାତ୍ରୀଛାତ୍ରଙ୍କୁ ମାଗଣା ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇ ପାରିନାହିଁ। ଅନ୍ୟ ପକ୍ଷରେ ଶିକ୍ଷା ବର୍ଷ ପ୍ରାରମ୍ଭରୁ ଦୋକାନ ବଜାରରେ ଏହି ପୁସ୍ତକଗୁଡ଼ିକ ବିକ୍ରି ହେଉଥିବା ବେଳେ ସରକାରୀସ୍ତରରେ ଏହାକୁ ପ୍ରଦାନ କରିବାରେ ବିଳମ୍ବତା ଦେଖାଦେଇଛି। ଏହାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଥିବା ବେଳେ ବିଷୟଗୁଡ଼ିକ ଭଲଭାବେ ବୁଝିପାରୁ ନ ଥିବା ଛାତ୍ରୀଛାତ୍ରମାନେ ପ୍ରକାଶ କରିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଅନୁଦାନରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପାଠ୍ୟ ପୁସ୍ତକ କିଣାଯାଇ ପ୍ରତି ସ୍କୁଲରେ ମାଗଣା ବଣ୍ଟନ କରାଯାଇଥାଏ। ଜିଲାର ବାରିପଦା, ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ସବ୍‌ଡିଭିଜନ ସ୍ତରରେ ପୁସ୍ତକ ଗଚ୍ଛିତ ରଖାଯାଇଥାଏ। ବାରିପଦାର ଏମ୍‌କେସି ବିଦ୍ୟାଳୟରେ ୧୦ଟି ବ୍ଲକ, ଉଦଳାରେ ୪ଟି ବ୍ଲକ, କରଞ୍ଜିଆରେ ୫ଟି ଓ ରାଇରଙ୍ଗପୁରରେ ୭ଟି ବ୍ଲକ ପାଇଁ ପୁସ୍ତକ ଗଚ୍ଛିତ ରହିଛି। ଏହି ସବୁ ସେଣ୍ଟରଗୁଡିକରୁ ସ୍କୁଲର ଶିକ୍ଷକମାନଙ୍କୁ ପୁସ୍ତକ ପ୍ରଦାନ କରାଯାଇଥାଏ। ତେବେ ଚଳିତ ବର୍ଷ ହିନ୍ଦୀ ଓ ସଂସ୍କୃତ ଭାଷାର ବହି ମିଳିବାରେ ବିଳମ୍ବ ହେବାରୁ ପୁସ୍ତକ ବଣ୍ଟନ କରାଯାଇ ପାରି ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏପରି ସ୍ଥଳେ ୧୦ମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କ ଅଳ୍ପ ଦିନ ପରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ପାଠ୍ୟ ପୁସ୍ତକ ବିନା ପାଠପଢ଼ିବା ସହଜ ହୋଇପାରୁନାହିଁ ବୋଲି ଅଭିଭାବକ ସୁରେନ୍ଦ୍ର ସିଂ, ରାମ ହାଁସଦା, ଜିତରାୟ ସିଂ ପ୍ରମୁଖ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ୧୦ମ ପାସ୍‌ କରୁଥିବା ଛାତ୍ରୀଛାତ୍ରଙ୍କଠାରୁ ପୁରୁଣା ବହିଗୁଡ଼ିକ ସଂଗ୍ରହ କରି ପାଠ୍ୟ ପୁସ୍ତକ ଯୋଗାଇବାର ବ୍ୟବସ୍ଥା ରହିଛି। ତେବେ ଖୁବଶୀଘ୍ର ଚଳିତ ବର୍ଷର ପୁସ୍ତକ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ତେବେ ଦଶମ ପାସ୍‌ କରୁଥିବା ଛାତ୍ରୀଛାତ୍ରମାନେ ପାଠ୍ୟପୁସ୍ତକ ଫେରାଉ ନ ଥିବାରୁ ସ୍କୁଲରେ ବୁକ ବ୍ୟାଙ୍କ କରିବାରେ ଅସୁବିଧା ପରିଲକ୍ଷିତ ହୋଇଥିବା ନେଇ କେତେକ ଶିକ୍ଷକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri