ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କର

ଜଗତ୍‌ସିଂହପୁର ଅଫିସ, ୨୨ା୧୦: ବଙ୍ଗେପସାଗରରେ ସୃଷ୍ଟ ଲଘୁଚାପଜନିତ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଶୁକ୍ରବାର ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଓସ୍‌ୱାନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପାରୁଲ ପଟୱାରୀ ପୌରୋହିତ୍ୟ କରି କି ପ୍ରକାର ସତର୍କତା ଓ ପ୍ରସ୍ତୁତି କରିବାକୁ ପଡିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ବିଡିଓ, ତହସିଲଦାର, କ୍ଷେତ୍ରୀୟ ଅଧିକାରୀ ଓ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ କହିଥିଲେ, ଓଡ଼ିଶାରେ ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। କିନ୍ତୁ ଏହା ପ୍ରଭାବରେ ଅଧିକ ବର୍ଷା ହେବ। ତେଣୁ ଜିଲା ଜରୁରୀ ବିଭାଗ ସମେତ ସମସ୍ତ ବ୍ଲକ, ତହସିଲ, କ୍ଷେତ୍ରୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଚାଲୁ ରହିବ। ତା’ପୂର୍ବରୁ କର୍ତ୍ତବ୍ୟରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଡ୍ୟୁଟି ଚାର୍ଟ ଜିଲା କାର୍ଯ୍ୟାଳୟକୁ ପ୍ରେରଣ କରିବାକୁ ହେବ। ଡିଜିଟାଲ ମୋବାଇଲ ରେଡିଓ କମ୍ୟୁନିକେଶନ୍‌ ସ୍ଥାପନ ହେବ। ତଳିଆ ଅଞ୍ଚଳରେ ପାଣି ଜମି ରହିବା ସମ୍ଭାବନା ଅଧିକ। ସେ ଦୃଷ୍ଟିରୁ ଆବଶ୍ୟକସ୍ଥଳେ ଜନସାଧାରଣଙ୍କୁ ବହୁମୁଖୀ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳ, ବିଦ୍ୟାଳୟ ଓ ସରକାରୀ କୋଠାଗୁଡିକୁ ସ୍ଥାନାନ୍ତର କରିବା ଜରୁରୀ। ବିଶେଷକରି ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ, ମହିଳା ଓ ଶିଶୁଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନାନ୍ତର କରିବାକୁ ପଡିବ। ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଚିହ୍ନଟ କରି ଜିଓ ଟ୍ୟାଗ୍‌ କରିବାକୁ ହେବ। ଏଥିସହ ଆଶ୍ରୟସ୍ଥଳୀ ଦାୟିତ୍ୱରେ ୨ଜଣ ପୁରୁଷ ଓ ଜଣେ ମହିଳା କର୍ମଚାରୀ (ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷୟିତ୍ରୀ, ମହିଳା କନ୍‌ଷ୍ଟେବଳ କିମ୍ବା ହୋମଗାର୍ଡ) ରହିବେ। ସମସ୍ତ ଆଶ୍ରୟସ୍ଥଳୀକୁ ସ୍ଥାନୀୟ ବିଡିଓ, ତହସିଲଦାର ତଦାରଖ କରିବେ। କୌଣସି ସ୍ଥାନରେ ଯେପରି ପାନୀୟ ଜଳ, ଟଏଲେଟ୍‌, ଜେନେରେଟର, ଟାୱାର ଲାଇଟ୍‌, ମେକାନିକାଲ କଟର ଏବଂ ଅନ୍ୟାନ୍ୟ ସାମଗ୍ରୀର ସମସ୍ୟା ରହିବ ନାହିଁ। ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଓ ସ୍ବାସ୍ଥ୍ୟ ବିଭାଗରେ ଜେନେରେଟର ଓ ଇନ୍ଧନ ବ୍ୟବସ୍ଥା ଆଗୁଆ କରିବାକୁ ପଡିବ। ଯେଉଁ ଗର୍ଭବତୀ ମହିଳାଙ୍କ ପ୍ରସବ ସମୟ ହୋଇ ଯାଇଥିବ ସେମାନଙ୍କୁ ଚିଠି କରି ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଦକ୍ଷେପ ନେବେ। ଦିନେ ଦୁଇଦିନ ମଧ୍ୟରେ ସମ୍ଭାବ୍ୟ ପରିସ୍ଥିତି ସମ୍ପର୍କରେ ସୂଚନା ଆସିଯିବ। ଜିଲାର ଜନସାଧାରଣ କୌଣସି ପ୍ରକାର ଆତଙ୍କିତ ନ ହେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଶନିବାର ସୁଦ୍ଧା ସମୁଦ୍ର ମଧ୍ୟକୁ ଯେପରି କୌଣସି ମତ୍ସ୍ୟଜୀବୀ ନ ଯାଆନ୍ତି ସେ ସମ୍ପର୍କରେ ନିଶ୍ଚିତ କରିବାକୁ ଜିଲା ମତ୍ସ୍ୟ ଅଧିକାରୀ ସୁନିଶ୍ଚିତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଚିନ୍ମୟୀ ବିଶ୍ୱାଳ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁ ଚରଣ ଧୀର, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଓ କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri