ଇଚ୍ଛାମୃତ୍ୟୁ ଆବେଦନ ପରେ ଚେତିଲା ପ୍ରଶାସନ: ଯୁବଚାଷୀ ଗୋପାଳକୃଷ୍ଣଙ୍କ ପରିବାରକୁ ୨୦ ହଜାର ଟଙ୍କାର ଚିକିତ୍ସା ସହାୟତା

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରି ଟୋକନ ପାଇବାରୁ ବଞ୍ଚିତ ହେବା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଯୁବଚାଷୀ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଟୋକନ ପାଇ ନଥିବା ଯୋଗୁ ସେ ଧାନବିକ୍ରିରୁ ବଞ୍ଚିତ ହୋଇଥିବା ଏବଂ ଧାର କରଜ କରି ମା’‌ ଚିନିପାନିଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ୫୦ହଜାର ଟଙ୍କା ମଧ୍ୟ ପରିଶୋଧ କରି ପାରି ନଥିବା ଗୋପାଳକୃଷ୍ଣ ଇଚ୍ଛାମୃତ୍ୟୁ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ତାଙ୍କ ଧାନ ବିକ୍ରିବଟା ପାଇଁ କିଛି ଠୋସ୍ ପ୍ରତିଶୃତି ମିଳି ନଥିବାବେଳେ ଗୋପାଳକୃଷ୍ଣଙ୍କ ମା’ଙ୍କ ଅସୁସ୍ଥତା ଓ ଚିକିତ୍ସା ପାଇଁ ଆର୍ଥିକ ଅଭାବକୁ ଦୃଷ୍ଟିରେ ରଖି ବରଗଡ଼ ଜିଲା ପ୍ରଶାସନ ଗୋପାଳକୃଷ୍ଣଙ୍କ ପରିବାରକୁ ଜିଲା ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସହାୟତା ରାଶିର ଏକ ଚେକ୍ ପ୍ରଦାନ କରିଛନ୍ତି । ଗୋପାଳକୃଷ୍ଣଙ୍କ ଆବେଦନରେ ଉଲ୍ଲେଖ ଥିବା ମା’ଙ୍କ ଅସୁସ୍ଥତାକୁ ଗମ୍ଭୀରତାର ସହ ନେଇ ପ୍ରଶାସନ ପକ୍ଷରୁ ମାନବିକତା ଦୃଷ୍ଟିକୋଣରୁ ଏବଂ ବୃଦ୍ଧାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏହି ତତ୍କାଳ ସରକାରୀ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି ।

ଜିଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ତହସିଲଦାର ମାନସ ରଞ୍ଜନ ପଣ୍ଡା ଗୋପାଳକୃଷ୍ଣଙ୍କ ବାସଭବନରେ ପହଞ୍ଚି ଅସୁସ୍ଥ ବୃଦ୍ଧା ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ଚେକ୍ ପ୍ରଦାନ କରିଥିଲେ । ସହାୟତା ରାଶି ପ୍ରଦାନ ସମୟରେ ପଦ୍ମପୁରର ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ଏବଂ ଗୋପାଳକୃଷ୍ଣଙ୍କ ମା’ଙ୍କୁ ସହାୟତା ଚେକ୍‌ ପ୍ରଦାନ କରାଯାଇଥିଲା । ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେକୌଣସି ଅଭାବୀ ରୋଗାକ୍ରାନ୍ତ ନାଗରିକଙ୍କୁ ଜୀବନରକ୍ଷାକାରୀ ସହାୟତା ଯୋଗାଇଦେବା ପ୍ରଶାସନର ଦାୟିତ୍ୱ ଏବଂ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ମହିଳାଙ୍କ ଚିକିତ୍ସା ସହାୟତା ନିମନ୍ତେ ହିଁ ଉଦ୍ଦିଷ୍ଟ ।ଏଥିସହିତ ପରିବାରର ଧାନ ବିକ୍ରି ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟା ପ୍ରଶାସନିକ ନିୟମାନୁସାରେ ତୁରନ୍ତ ତଦନ୍ତ କରାଯାଇ ଉପଯୁକ୍ତ ସମାଧାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଗୁରୁବାର ସେ ଏବଂ ଟୋକନ ପାଇବାରୁ ବଞ୍ଚିତ ଗ୍ରାମର ଅନ୍ୟ ଚାଷୀମାନେ ମେଲଛାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିକୁ ଯାଇଥିଲେ ଏବଂ ସମିତି ସମ୍ପାଦକଙ୍କୁ ଭେଟି ଟୋକନ ପ୍ରଦାନ ପାଇଁ ଯଦି କିଛି ସନ୍ଦେହ ରହିଛି, କ୍ଷେତ୍ର ପରିଦର୍ଶନ ସହିତ ଯାଞ୍ଚ କରି ତ୍ୱରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ବୋଲି ଗୋପାଳକୃଷ୍ଣ କହିଛନ୍ତି। ତେବେ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ସେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହିତ ଆବେଦନ କରିଥିବା ସତ୍ତ୍ୱେ କାହିଁକି ତାଙ୍କୁ ଧାନବିକ୍ରି ଟୋକନ ମିଳି ନାହିଁ, ସେ ମଧ୍ୟ ଜାଣି ପାରୁ ନାହାନ୍ତି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପଚାରିଲେ ମଧ୍ୟ ସେ ନେଇ କିଛି ସ୍ପଷ୍ଟ କରୁ ନାହାନ୍ତି ବୋଲି ଗୋପାଳକୃଷ୍ଣ କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

ସେବା-ସହଯୋଗର ବାର୍ତ୍ତା ବାଣ୍ଟିଲା ଲକ୍ଷ୍ମୀ ନାରାୟଣ ୟୁଥ କ୍ଲବ: ଚକ୍ରତୀର୍ଥ ପୀଠରେ…

ହାଟଡିହୀ/ଛେନାପଦୀ,୧୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଚୋରଗଡ଼ିଆ ନାରାୟଣ ୟୁଥ କ୍ଲବ ପକ୍ଷରୁ ନିକଟସ୍ଥ ଚକ୍ରତୀର୍ଥ ପୀଠରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri