Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ:ଅଷ୍ଟ୍ରିଆକୁ ହରାଇ ନେଦରଲାଣ୍ଡ୍ସ ନକ୍‌ଆଉଟ୍‌ରେ

ଆମଷ୍ଟରଡାମ,୧୯।୬: ୟୁରୋକପ୍‌ରେ ଗୁରୁବାର ନେଦରଲାଣ୍ଡ୍ସ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ଆମଷ୍ଟରଡାମ ଏରିନାରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଅଷ୍ଟ୍ରିଆକୁ ହରାଇଛି। ଏଥିସହ ନେଦରଲାଣ୍ଡ୍ସ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଫରଓ୍ବାର୍ଡ ମେମଫିସ୍‌ ଡିପେ ପେନାଲ୍ଟି ଜରିଆରେ ଗୋଲ ଦେଇ ନେଦରଲାଣ୍ଡ୍ସକୁ ଅଗ୍ରଣୀ କରାଇଥିଲେ। ସେହିପରି ୬୭ତମ ମିନିଟ୍‌ରେ ରାଇଟ୍‌ବ୍ୟାକ୍‌ ଡେଞ୍ଜେଲ ଡମ୍‌ଫ୍ରାଇଜ୍‌ ଆଉ ଏକ ଗୋଲ ଦେଇଥିଲେ। ୨-୦ରେ ଅଗ୍ରଣୀ ହାସଲ କରିବା ପରେ ନେଦରଲାଣ୍ଡ୍ସ ଏହାକୁ ବେକାର ହେବାକୁ ଦେଇ ନ ଥିଲା। ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଦଳ ବିଜୟରେ କୋଚ୍‌ ଫ୍ରାଙ୍କ ଡି ବୋଏର ଖୁସି ଜାହିର କରିଛନ୍ତି। ଯୋଜନା ଅନୁଯାୟୀ ଖେଳି ଆମେ ସଫଳ ହୋଇଛୁ। ଆମେ ଭିନ୍ନ ପ୍ରକାର କୌଶଳ ଆପଣେଇ ଥିଲୁ। ଏହା କାମ ଦେଲା ବୋଲି ସେ କହିଛନ୍ତି।
ଗୋଟିଏ ମ୍ୟାଚ୍‌ ବାକି ଥାଇ ନେଦରଲାଣ୍ଡ୍ସ ଗ୍ରୁପ୍‌ ସି’ରେ ୨ଟି ମ୍ୟାଚ୍‌ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିବା ସହ ରାଉଣ୍ଡ ଅଫ୍‌ ୧୬କୁ ପ୍ରବେଶ କରିଛି। ଅନ୍ୟପଟେ ୟୁକ୍ରେନ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଦୀର୍ଘ ୭ ବର୍ଷ ପରେ ନେଦରଲାଣ୍ଡ୍ସ କୌଣସି ମେଜର ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳି ନକ୍‌ଆଉଟ ପର୍ଯ୍ୟାୟକୁ ଉଠିଛି। ୧୯୮୮ ୟୁରୋକପ୍‌ରେ ନେଦରଲାଣ୍ଡ୍ସ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୪ରେ ବ୍ରାଜିଲରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ରେ ଏହି ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ସୋମବାର ନେଦରଲାଣ୍ଡ୍ସ ଗ୍ରୁପ୍‌ ସି’ରେ ତାର ଅନ୍ତିମ ମ୍ୟାଚ୍‌ରେ ନର୍ଜ ମାସିଡୋନିଆକୁ ଆମଷ୍ଟରଡାମରେ ଭେଟିବ। ସେହିପରି ଅଷ୍ଟ୍ରିଆ ବୁକାରେଷ୍ଟରେ ୟୁକ୍ରେନଙ୍କୁ ଭେଟିବ। ଆମ ପାଖରେ ଏବେ ବି ସୁଯୋଗ ରହିଛି ବୋଲି ଅଷ୍ଟ୍ରିଆ କୋଚ୍‌ ଫ୍ରାଙ୍କୋ ଫୋଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ହକି: ଆଜି ଆଉ ୮ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ)-ଓଡ଼ିଶାରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ...

ଏହି କାରଣରୁ ରାଗିଯାନ୍ତି କୋହଲି

ନୂଆଦିଲ୍ଲୀ,୨୫।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ଅନ୍ଦାଜ୍‌ ପାଇଁ ଜଣାଶୁଣା। ପଡ଼ିଆରେ ସେ ନିଜର କ୍ରୋଧ ଅନେକ ଥର...

ଧୋନୀଙ୍କୁ ଅଟୋଗ୍ରାଫ୍‌ ମାଗିଲେ ଗାଭାସ୍କର, ଟି-ଶର୍ଟରେ ଲେଖିଲେ ମାହୀ

ନୂଆଦିଲ୍ଲୀ,୧୫ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶେଷ ମ୍ୟାଚ୍‌ରେ ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୬ ଓ୍ବିକେଟରେ ପରାସ୍ତ...

ଟି-୨୦ ମ୍ୟାଚ୍‌ରେ ଚମତ୍କାର: ୬ ବଲ୍‌ରେ ୬ ଉଇକେଟ୍‌! ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୧୩।୪:ଯଦି ଏକ କ୍ରିକେଟ ମ୍ୟାଚରେ ବ୍ୟାଟିଂ କରୁଥିବା ଦଳ ୬ଟି ବଲରେ ୬ଟି ଉଇକେଟ ହରାଇଥାଏ, ତେବେ ବୋଧହୁଏ ଏହାକୁ ସହଜରେ କେହି ବିଶ୍ୱାସ କରି...

ଆଇପିଏଲ୍‌-୧୩ ଆୟୋଜନ ପାଇଁ ୟୁଏଇର ପ୍ରସ୍ତାବ

ମୁମ୍ବାଇ,୧୧।୫- କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଠିକ୍‌ ସମୟରେ ଆରମ୍ଭ ହୋଇ ପାରିନାହିଁ । ଭାରତରେ କରୋନା...

ଦ୍ୱିତୀୟ ଥର ବାପା ହେଲେ ରାଇନା

ଲକ୍ଷ୍ନୌ,୨୩।୩- ଭାରତୀୟ କ୍ରିକେଟର ସୁରେଶ ରାଇନା ଦ୍ୱିତୀୟ ଥର ବାପା ହେବାର ସୁଖ ପାଇଛନ୍ତି। ତାଙ୍କ ପତ୍ନୀ ପ୍ରିୟଙ୍କା ସୋମବାର ପୁଅକୁ ଜନ୍ମ ଦେଇଛନ୍ତି। ତେବେ...

୪ଥର ବିଶ୍ୱ ଚାମ୍ପିଅନ୍‌ ଜର୍ମାନୀର ସ୍ବପ୍ନ ଧୂଳିସାତ୍‌

କାତାର,୨।୧୨: ଚାରିଥର ଚାମ୍ପିଅନ ଜର୍ମାନୀ ଫିଫା ବିଶ୍ୱକପ୍‌ ୨୦୨୨ର ଗ୍ରୁପ ଇ ମ୍ୟାଚରେ କୋଷ୍ଟାରିକା ବିପକ୍ଷରେ ୪-୨ରେ ବିଜୟ ହାସଲ କରିବା ପରେ ମଧ୍ୟ ଟୁର୍ନାମେଣ୍ଟରୁ...

ଛେତ୍ରୀ, ମନୀଷା ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାରତ ପୁରୁଷ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଙ୍ଗଳବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦ୍ୱାରା ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ...

Advertisement
Archives

Model This Week