Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ: ଚେକ୍‌ ଗଣରାଜ୍ୟକୁ ହରାଇଲା ଇଂଲଣ୍ଡ

ଲଣ୍ଡନ,୨୪।୬: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ମଙ୍ଗଳବାର ଗ୍ରୁପ୍‌ ଡି’ରେ ଇଂଲଣ୍ଡ ୧-୦ ଗୋଲରେ ଚେକ୍‌ ଗଣରାଜ୍ୟକୁ ପରାସ୍ତ କରିଛି। ୩ଟି ମ୍ୟାଚ୍‌ ଖେଳି ଇଂଲଣ୍ଡ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ହାସଲ କରି ଗ୍ରୁପ୍‌ ଶୀର୍ଷକୁ ଉଠିଛି। ଅନ୍ୟପଟେ ଚେକ୍‌ ଗଣରାଜ୍ୟ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି।
ସ୍ଥାନୀୟ ଓ୍ବିମ୍ବେଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ରାହିମ ଷ୍ଟିର୍ଲିଂ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ଦ୍ୱାଦଶ ମିନିଟ୍‌ରେ ସେ ଏକ ସୁନ୍ଦର ଗୋଲ ଦେଇ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ବୃହତ୍‌ ବିଜୟ ହାସଲ କରିପାରି ନ ଥିଲେ ମଧ୍ୟ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଥିଲା। ବଲ୍‌କୁ ଅଧିକ ସମୟ ଇଂଲଣ୍ଡ ଖେଳାଳିମାନେ ନିଜ ପାଖରେ ରଖିଥିଲେ। ସେହିପରି ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମଧ୍ୟ ଇଂଲଣ୍ଡ ବହୁ ଆଗରେ ରହିଥିଲା। ଷ୍ଟିର୍ଲିଂଙ୍କ ପ୍ରଦର୍ଶନକୁ ଇଂଲଣ୍ଡ କୋଚ୍‌ ଗାରେଥ ସାଉଥଗେଟ୍‌ ପ୍ରଶଂସା କରିଛନ୍ତି। ଷ୍ଟିର୍ଲିଂ ହେଡ୍‌ କରି ଗୋଲ ସ୍କୋର କରିଥିଲେ ଓ ଚଳିତ ୟୁରୋକପ୍‌ରେ ଏହା ତାଙ୍କର ଦ୍ୱିତୀୟ ଗୋଲ ସାବ୍ୟସ୍ତ ହୋଇଛି। ଘରୋଇ ପରିବେଶ ଇଂଲଣ୍ଡ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ଏବେ ରାଉଣ୍ଡ ଅଫ୍‌ ୧୬ରେ ଇଂଲଣ୍ଡ ଓ୍ବିମ୍ବେଲେ ଷ୍ଟାଡିୟମରେ ୨୯ ତାରିଖରେ ମ୍ୟାଚ୍‌ ଖେଳିବ ଓ ବିଜୟୀ ହେଲେ ରୋମ୍‌ରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବ। ୨୦୧୪ ଓ ୨୦୧୮ ବିଶ୍ୱକପ୍‌ ଓ ୟୁରୋ ୨୦୧୬ରେ ଷ୍ଟିର୍ଲିଂ ଗୋଲ ଦେଇପାରି ନ ଥିଲେ ମଧ୍ୟ ଏଥର ସଫଳ ହୋଇଛନ୍ତି। ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ କ୍ରୋଏସିଆକୁ ହରାଇଥିଲା ଓ ଏହି ମ୍ୟାଚ୍‌ରେ ମଧ୍ୟ ମାଞ୍ଚେଷ୍ଟର ସିଟି ଖେଳାଳି ଷ୍ଟିର୍ଲିଂ ଗୋଲ ସ୍କୋର କରିଥିଲେ। ଦଳ ପରାଜୟରେ ଚେକ୍‌ କୋଚ୍‌ ଜାରୋସ୍ଲାଭ ସିଲହାଭି ନୈରାଶ୍ୟ ଜାହିର କରିଛନ୍ତି। ଇଂଲଣ୍ଡ ଅପେକ୍ଷାକୃତ ଭଲ ଖେଳିଥିଲା ବୋଲି ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri