Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ: ଚେକ୍‌ ଗଣରାଜ୍ୟକୁ ହରାଇଲା ଇଂଲଣ୍ଡ

ଲଣ୍ଡନ,୨୪।୬: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ମଙ୍ଗଳବାର ଗ୍ରୁପ୍‌ ଡି’ରେ ଇଂଲଣ୍ଡ ୧-୦ ଗୋଲରେ ଚେକ୍‌ ଗଣରାଜ୍ୟକୁ ପରାସ୍ତ କରିଛି। ୩ଟି ମ୍ୟାଚ୍‌ ଖେଳି ଇଂଲଣ୍ଡ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ହାସଲ କରି ଗ୍ରୁପ୍‌ ଶୀର୍ଷକୁ ଉଠିଛି। ଅନ୍ୟପଟେ ଚେକ୍‌ ଗଣରାଜ୍ୟ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି।
ସ୍ଥାନୀୟ ଓ୍ବିମ୍ବେଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ରାହିମ ଷ୍ଟିର୍ଲିଂ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ଦ୍ୱାଦଶ ମିନିଟ୍‌ରେ ସେ ଏକ ସୁନ୍ଦର ଗୋଲ ଦେଇ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ବୃହତ୍‌ ବିଜୟ ହାସଲ କରିପାରି ନ ଥିଲେ ମଧ୍ୟ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଥିଲା। ବଲ୍‌କୁ ଅଧିକ ସମୟ ଇଂଲଣ୍ଡ ଖେଳାଳିମାନେ ନିଜ ପାଖରେ ରଖିଥିଲେ। ସେହିପରି ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମଧ୍ୟ ଇଂଲଣ୍ଡ ବହୁ ଆଗରେ ରହିଥିଲା। ଷ୍ଟିର୍ଲିଂଙ୍କ ପ୍ରଦର୍ଶନକୁ ଇଂଲଣ୍ଡ କୋଚ୍‌ ଗାରେଥ ସାଉଥଗେଟ୍‌ ପ୍ରଶଂସା କରିଛନ୍ତି। ଷ୍ଟିର୍ଲିଂ ହେଡ୍‌ କରି ଗୋଲ ସ୍କୋର କରିଥିଲେ ଓ ଚଳିତ ୟୁରୋକପ୍‌ରେ ଏହା ତାଙ୍କର ଦ୍ୱିତୀୟ ଗୋଲ ସାବ୍ୟସ୍ତ ହୋଇଛି। ଘରୋଇ ପରିବେଶ ଇଂଲଣ୍ଡ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ଏବେ ରାଉଣ୍ଡ ଅଫ୍‌ ୧୬ରେ ଇଂଲଣ୍ଡ ଓ୍ବିମ୍ବେଲେ ଷ୍ଟାଡିୟମରେ ୨୯ ତାରିଖରେ ମ୍ୟାଚ୍‌ ଖେଳିବ ଓ ବିଜୟୀ ହେଲେ ରୋମ୍‌ରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବ। ୨୦୧୪ ଓ ୨୦୧୮ ବିଶ୍ୱକପ୍‌ ଓ ୟୁରୋ ୨୦୧୬ରେ ଷ୍ଟିର୍ଲିଂ ଗୋଲ ଦେଇପାରି ନ ଥିଲେ ମଧ୍ୟ ଏଥର ସଫଳ ହୋଇଛନ୍ତି। ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ କ୍ରୋଏସିଆକୁ ହରାଇଥିଲା ଓ ଏହି ମ୍ୟାଚ୍‌ରେ ମଧ୍ୟ ମାଞ୍ଚେଷ୍ଟର ସିଟି ଖେଳାଳି ଷ୍ଟିର୍ଲିଂ ଗୋଲ ସ୍କୋର କରିଥିଲେ। ଦଳ ପରାଜୟରେ ଚେକ୍‌ କୋଚ୍‌ ଜାରୋସ୍ଲାଭ ସିଲହାଭି ନୈରାଶ୍ୟ ଜାହିର କରିଛନ୍ତି। ଇଂଲଣ୍ଡ ଅପେକ୍ଷାକୃତ ଭଲ ଖେଳିଥିଲା ବୋଲି ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri