Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ: ଇଂଲଣ୍ଡ- ଡେନ୍‌ମାର୍କ ସେମିଫାଇନାଲ

ରୋମ,୫।୭: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଦୀର୍ଘ ୨୫ ବର୍ଷ ପରେ ସେମିଫାଇନାଲରେ ପହଞ୍ଚିଛି। ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୪-୦ ଗୋଲ ବୃହତ୍‌ ବ୍ୟବଧାନରେ ୟୁକ୍ରେନ୍‌କୁ ପରାସ୍ତ କରି ସେମିକୁ ଉଠିଛି। ଯୋଜନା ଅନୁଯାୟୀ ଇଂଲଣ୍ଡ ନିଜ ରଣନୀତିକୁ ସାକାର କରିବା ସହ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଓ ଗୋଟିଏ ପରେ ଗୋଟିଏ ଗୋଲ ଦେଇଥିଲା। ଲଣ୍ଡନର ଓ୍ବିମ୍ବଲି ଷ୍ଟାଡିୟମରେ ୭ ତାରିଖ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡେନ୍‌ମାର୍କକୁ ଇଂଲଣ୍ଡ ଘରୋଇ ପରିବେଶରେ ଭେଟିବ। ଶନିବାର ଡେନ୍‌ମାର୍କ ବାକୁରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ୨-୧ ଗୋଲରେ ଚେକ୍‌ଗଣରାଜ୍ୟକୁ ହରାଇ ସେମିକୁ ଉଠିଥିଲା। ପୂର୍ବରୁ ପ୍ରଥମ ସେମିରେ ଇଟାଲୀ ଓ ସ୍ପେନ୍‌ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ଏହି ନିର୍ଣ୍ଣାୟକ ମୁକାବିଲା ଓ୍ବିମ୍ବଲି ଷ୍ଟାଡିୟମରେ ୬ ତାରିଖ ମଙ୍ଗଳବାର ଖେଳାଯିବ। ଫାଇନାଲ ମ୍ୟାଚ୍‌ ମଧ୍ୟ ୧୧ ତାରିଖ ରବିବାର ଓ୍ବିମ୍ବଲିରେ ଖେଳାଯିବ।
ସମ୍ପୂର୍ଣ୍ଣ ଏହି ଏକପାଖିଆ ମୁକାବିଲାରେ ୨୭ ବର୍ଷୀୟ ତାରକା ଷ୍ଟ୍ରାଇକର ହ୍ୟାରି କେନ୍‌ ଇଂଲଣ୍ଡ ତରଫରୁ ଦୁଇଟି ଗୋଲ ସ୍କୋର କରିଥିଲେ। ଚତୁର୍ଥ ମିନିଟ୍‌ରେ ଗୋଲ ଦେଇ ସେ ପ୍ରଥମେ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ୪୬ତମ ମିନିଟ୍‌ରେ ସେଣ୍ଟର ବ୍ୟାକ୍‌ ହ୍ୟାରି ମାଗୁଇର ଗୋଲ ଦେଇ ଇଂଲଣ୍ଡକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାର ୪ ମିନିଟ୍‌ ପରେ ହ୍ୟାରି କେନ୍‌ ଆଉ ଏକ ଗୋଲ ଦେଇ ଇଂଲଣ୍ଡର ବିଜୟ ସମ୍ଭାବନାକୁ ଦୃଢ କରିଥିଲେ। ଶେଷରେ ୬୩ତମ ମିନିଟ୍‌ରେ ଅଭିଜ୍ଞ ମିଡ୍‌ଫିଲ୍ଡର ଜୋର୍ଡାନ ହାଣ୍ଡେରସନ ଅନ୍ତିମ ଗୋଲ ଦେଇ ଇଂଲଣ୍ଡକୁ ବୃହତ୍‌ ବିଜୟ ପ୍ରଦାନ କରିଥିଲେ। ପ୍ରଥମଥର ପାଇଁ ୫୬ ବର୍ଷ ପରେ କୌଣସି ମେଜର ଟୁର୍ନାମେଣ୍ଟର ନକ୍‌ଆଉଟ ପର୍ଯ୍ୟାୟ ମୁକାବିଲାରେ ଇଂଲଣ୍ଡ ୪ଟି ଗୋଲ ସ୍କୋର କରିଛି। ପୂର୍ବରୁ ୧୯୬୬ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ ୪-୨ ଗୋଲରେ ପଶ୍ଚିମ ଜର୍ମାନୀକୁ ହରାଇ ଘରୋଇ ପରିବେଶରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଏହାପୂର୍ବରୁ ଇଂଲଣ୍ଡ ୧୯୯୬ରେ ଶେଷଥର ପାଇଁ ୟୁରୋକପ୍‌ ସେମିରେ ପ୍ରବେଶ କରିଥିଲା।
୨୦୧୮ ବିଶ୍ୱକପ୍‌ରେ କେନ୍‌ ୬ଟି ଗୋଲ ସ୍କୋର କରି ଗୋଲ୍ଡେନ ବୁଟ୍‌ ପୁରସ୍କାର ପାଇଥିଲେ। ଇଂଲଣ୍ଡ ଓ କେନ୍‌ଙ୍କ ପ୍ରଦର୍ଶନକୁ ୟୁକ୍ରେନ କୋଚ୍‌ ଆଣ୍ଡ୍ରି ଶେଭଚେଙ୍କୋ ପ୍ରଶଂସା କରିଛନ୍ତି। ବଲ ପଜେଶନ, ପାସ ଓ ପାସ୍‌ ଆକ୍ୟୁରେସିରେ ୟୁକ୍ରେନଠାରୁ ଇଂଲଣ୍ଡ ଯଥେଷ୍ଟ ଆଗରେ ଥିଲା। କେନ୍‌ ଏଥିସହ ଟୁର୍ନାମେଣ୍ଟରେ ୩ଟି ଗୋଲ ସ୍କୋର କରିଛନ୍ତି। ତେବେ ଲିଗ୍‌ ପର୍ଯ୍ୟାୟରେ ସେ ଗୋଲ କରିବାରେ ସଫଳ ହୋଇ ନ ଥିଲେ। ଅନ୍ୟପଟେ ଡେର୍ନ୍‌ମାକ ତା’ର ଦମ୍‌ଦାର ପ୍ରଦର୍ଶନ ବଜାୟ ରଖିଛି। କ୍ୱାର୍ଟରରେ ଚେକ୍‌ ଗଣରାଜ୍ୟକୁ ୨-୧ ଗୋଲରେ ହରାଇବା ପୂର୍ବରୁ ଡେନ୍‌ମାର୍କ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ରୁଷିଆକୁ ୪-୧ ଗୋଲରେ ଓ ପ୍ରି କ୍ୱାର୍ଟରରେ ଓ୍ବେଲ୍ସକୁ ୪-୦ ଗୋଲରେ ପରାସ୍ତ କରିଥିଲା। କ୍ରମାଗତ ୩ଟି ଦମ୍‌ଦାର ବିଜୟ ହାସଲ କରି ଡେନ୍‌ମାର୍କ ଜବରଦସ୍ତ ଫର୍ମରେ ଥିବାର ସୂଚନା ଦେଇଛି। ଓ୍ବିମ୍ବଲିରେ ଏବେ ଦୁଇଟି ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଫଳରେ ଘରୋଇ ପରିବେଶରୁ ଫାଇଦା ଉଠାଇ ଇଂଲଣ୍ଡ ଏଥର ଟାଇଟଲ ହାସଲ କରିବାର ଅଧିକ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?