Posted inଖେଳ

ୟୁରୋକପ୍‌: ଇଟାଲୀ- ସ୍ପେନ୍‌ ସେମି ଫାଇଟ୍‌

ଲଣ୍ଡନ,୭।୭: ୟୁରୋକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଦୁଇ ଫୁଟବଲ ପାଓ୍ବାର ହାଉସ୍‌ ଇଟାଲୀ ଓ ସ୍ପେନ ମୁହାଁମୁହିଁ ହେବେ। ବୁଧବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଆୟୋଜନ ହେବାକୁ ଥିବା ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟର ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। କ୍ୱାର୍ଟର ଫାଇନାଲରେ ସ୍ପେନ୍‌ ପେନାଲ୍ଟି ଜରିଆରେ ୩-୧ ଗୋଲରେ ସୁଇଜରଲାଣ୍ଡକୁ ହରାଇ ସେମିକୁ ଉଠିଥିଲା। ସେହିପରି ଇଟାଲୀ ୨-୧ ଗୋଲରେ ଶକ୍ତିଶାଳୀ ତଥା ଅନ୍ୟତମ ଫେଭରାଇଟ ଦଳ ବେଲଜିୟମକୁ ହରାଇ ସେମିରେ ପ୍ରବେଶ କରିଥିଲା। ସବୁ ଦୃଷ୍ଟିକୋଣରୁ ଉଭୟ ଦଳ ସମାନ ଭାବେ ଶକ୍ତିଶାଳୀ ମନେ ହେଉଛନ୍ତି। ଡିଫେନ୍ସ, ଆଟାକରେ ଇଟାଲୀ ବେଶ ଦୃଢ ମନେହେଉଛି। ଦଳରେ ମଧ୍ୟ ସନ୍ତୁଳନ ରହିଛି। ଏ ନେଇ ସ୍ପେନ କୋଚ୍‌ ଲୁଇସ୍‌ ଏନ୍‌ରିକ ଅବଗତ ରହିଛନ୍ତି। ୧୯୯୪ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ଇଟାଲୀ ୧-୦ ଗୋଲରେ ସ୍ପେନ୍‌କୁ ହରାଇଥିଲା। ସେତେବେଳେ ଏନ୍‌ରିକ ସ୍ପେନ୍‌ ଦଳର ସଦସ୍ୟ ଥିଲେ। ତେଣୁ ଏନ୍‌ରିକ ଏହାର ମଧୁର ପ୍ରତିଶୋଧ ନେବାକୁ ପ୍ରୟାସ କରିବେ। ୨୦୦୮ ପର୍ଯ୍ୟନ୍ତ ଗତ ୮୮ ବର୍ଷ ମଧ୍ୟରେ ସ୍ପେନ୍‌ କେବେ ବି ଇଟାଲୀକୁ ହରାଇ ନାହିଁ। ୨୦୦୮ରେ ସ୍ପେନ୍‌ ୟୁରୋକପ୍‌ କ୍ୱାର୍ଟର ଫାଇନାଲରେ ଇଟାଲୀକୁ ହରାଇଥିଲା ଓ ପରେ ଫାଇନାଲରେ ବିଜୟୀ ହୋଇ ୪୪ ବର୍ଷ ପରେ ଟାଇଟଲ ଜିତିଥିଲା। ଏହାର ୪ ବର୍ଷ ପରେ ୨୦୧୨ରେ ସ୍ପେନ୍‌ ପୁଣିଥରେ ଇଟାଲୀକୁ ୟୁରୋକପ୍‌ରେ ୪-୦ରେ ହରାଇ ଇତିହାସ ସୃଷ୍ଟି କରିଥିଲା।
ଟୁର୍ନାମେଣ୍ଟରେ ସ୍ପେନ୍‌ର ହାରହାରି ବୟସ ୨୪.୧ ରହିଛି। ଦଳରେ ଯୁବ ଖେଳାଳି ଅଧିକ ରହିଛନ୍ତି। କିନ୍ତୁ ଦଳରେ ଅଭିଜ୍ଞତା କମ୍‌ ରହିଛି ବୋଲି ସେ ସ୍ବୀକାର କରିଛନ୍ତି। ୧୯୬୮ରେ ଇଟାଲୀ ୟୁରୋକପ୍‌ ଟାଇଟଲ ଜିତିଥିଲା। ସେହିପରି ୨୦୦୦ ଓ ୨୦୧୨ରେ ଇଟାଲୀ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ବିବେଚିତ ହୋଇଥିଲା। ଗତ ୧୪ଟି ମୁକାବିଲାରେ ଇଟାଲୀଠାରୁ ସ୍ପେନ୍‌ ମାତ୍ର ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଇଟାଲୀର ଡିଫେନ୍ସ ଓ ଆଟାକ ମଧ୍ୟ ଉଚ୍ଚକୋଟୀର ରହିଛି। ଏହି ମୁକାବିଲା ବେଶ୍‌ ରୋମାଞ୍ଚକ ତଥା ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri