Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ: ଜର୍ମାନୀକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ

ଲଣ୍ଡନ,୧।୭: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ୪୦,୦୦୦ ଦର୍ଶକଙ୍କ ସମ୍ମୁଖରେ ସ୍ଥାନୀୟ ଓ୍ବେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ନାମେଣ୍ଟର ରାଉଣ୍ଡ ଅଫ୍‌ ୧୬ ମୁକାବିଲାରେ ଇଂଲଣ୍ଡ ୨-୦ ଗୋଲରେ ଦୀର୍ଘବର୍ଷର ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ ଟିକେଟ ହାସଲ କରିଛି। ଏହି ମ୍ୟାଚ୍‌ ଐତିହାସିକ ଥିଲା। କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଜର୍ମାନୀ ଗୋଲ ଦେବାରେ ସଫଳ ହୋଇପାରି ନ ଥିଲା। ଜର୍ମାନୀ ଅଧିକ ସମୟ ବଲ୍‌ ନିଜ ପାଖରେ ରଖିଥିଲା। ପାସ୍‌ ମଧ୍ୟ ଅପେକ୍ଷାକୃତ ଅଧିକ ସଂଖ୍ୟାରେ ଦେଇଥିଲା। କିନ୍ତୁ ଦୁଇ ଦଳ ମଧ୍ୟରେ ପାସ୍‌ ଆକ୍ୟୁରେସି ସମାନ ଥିଲା।
ପ୍ରଥମାର୍ଦ୍ଧରେ ଦୁଇ ଦଳ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ମଧ୍ୟ ସଂଘର୍ଷ ହୋଇଥିଲା। କିନ୍ତୁ ଇଂଲଣ୍ଡ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ ଦେଇ ଏହି ଐତିହାସିକ ବିଜୟ ହାସଲ କରିଥିଲା। ମ୍ୟାଚ୍‌ର ୭୫ତମ ମିନିଟ୍‌ରେ ଇଂଲଣ୍ଡର ଆଟାକିଙ୍ଗ୍‌ ମିଡ୍‌ଫିଲ୍ଡର ରାହିମ ଷ୍ଟିର୍ଲିଂ ଏକ ସୁନ୍ଦର ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାର ୧୧ ମିନିଟ୍‌ ପରେ ହାରି କେନ୍‌ ଦଳ ତରଫରୁ ଦ୍ୱିତୀୟ ଗୋଲ ଦେଇ ଇଂଲଣ୍ଡକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଫଳରେ ଇଂଲଣ୍ଡ ବିଜୟୀ ହେ ାଇଥିଲା। ଏଥିସହ ୟୁରୋକପ୍‌ରୁ ଜର୍ମାନୀ ବିଦାୟ ନେଇଛି।
ଭିଆଇପି ସିଟ୍‌ରେ କିମ୍ବଦନ୍ତୀ ଫୁଟ୍‌ବଲର ଡେଭିଡ୍‌ ବେକ୍‌ହାମ ଓ ବ୍ରିଟିଶ ସଙ୍ଗୀତକାର ଏଡ ଶିରାନ ଏହି ମ୍ୟାଚ୍‌କୁ ବେଶ୍‌ ଉପଭୋଗ କରିଥିଲେ। ପ୍ରିନ୍ସ ଓ୍ବିଲିୟମ୍ସ, ସ୍ତ୍ରୀ କାଥେରାଇନ ମିଡିଲଟନ ଓ ତାଙ୍କ ୭ ବର୍ଷରୁ ପୁଅ ପ୍ରିନ୍ସ ଜର୍ଜ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହି ଅନ୍ୟ ପ୍ରଶଂସକଙ୍କ ସହ ଇଂଲଣ୍ଡର ଏହି ବିଜୟକୁ ଉପଭୋଗ କରିଥିଲେ। ୟୁରୋକପ୍‌ ନକ୍‌ଆଉଟରେ ଇଂଲଣ୍ଡର ଏହା ଦ୍ୱିତୀୟ ବିଜୟ ସାବ୍ୟସ୍ତ ହୋଇଛି। ଏହାପୂର୍ବରୁ ୧୯୯୬ ୟୁରୋକପ୍‌ରେ ଇଂଲଣ୍ଡ ସ୍ପେନ୍‌କୁ ପେନାଲ୍ଟି ମାଧ୍ୟମରେ ହରାଇଥିଲା। ତେବେ ୧୯୯୦ ବିଶ୍ୱକପ୍‌ରେ ଜର୍ମାନୀ ପେନାଲ୍ଟି ମାଧ୍ୟମରେ ଇଂଲଣ୍ଡକୁ ସେମିଫାଇନାଲରେ ପରାସ୍ତ କରିଥିଲା। ଏବେ ଶନିବାର ରୋମ୍‌ରେ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ୟୁକ୍ରେନ୍‌କୁ ଭେଟିବ। ଓ୍ବେମ୍ବଲି ଷ୍ଟାଡିୟମରେ ସେମି ଫାଇନାଲ ଓ ଫାଇନାଲ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଘରୋଇ ପରିବେଶରୁ ଫାଇଦା ଉଠାଇ ଏଥର ଇଂଲଣ୍ଡ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି। ଏହି ବିଜୟ ଇଂଲଣ୍ଡ କୋଚ୍‌ ଗାରେଥ ସାଉଥ୍‌ଗେଟଙ୍କ ପାଇଁ ଏକ ବଡ଼ ଉପଲବ୍ଧି ଆଣିଦେଇଛି। ତାଙ୍କ ଯୋଜନା ଓ ରଣନୀତି କାମରେ ଆସିଛି। ଅନ୍ୟପଟେ ଜର୍ମାନୀ କୋଚ୍‌ ଜୋଆଚିମ ଲୋ ନୌରାଶ୍ୟ ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍‌ରେ ସାମିଲ ହୋଇପାରେ କ୍ରିକେଟ୍‌

ନୂଆଦିଲ୍ଲୀ,୨୨।୧: ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ ଗେମ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିଜର ଅଭିଯାନକୁ ତ୍ୱରାନ୍ବିତ କରିଛି। ଆୟୋଜକ...

ଆରଆର ପାଇଁ ବିଜୟ ଲକ୍ଷ୍ୟ ୧୭୨ରନ…

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ମ୍ୟାଚ ହେଉଛି। ଏହି ମ୍ୟାଚ ଜୟପୁରର ସାୱାଇ...

ଅଜଗରକୁ ବେକରେ ଗୁଡାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର ୟୁଜଭେନ୍ଦ୍ର ଚହଲ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆରୁ ଫେରିବା ଚହଲ...

ପରାଜୟ ପରେ ଆଫଗାନିସ୍ତାନ ଅଧିନାୟକ ପଦ ଛାଡ଼ିଲେ ନବୀ

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଆଫଗାନିସ୍ତାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏହାକୁ ନେଇ ଦଳ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଶୁକ୍ରବାର ଅନ୍ତିମ ମ୍ୟାଚ୍‌ରେ ଆଫଗାନ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତୀୟ ଦଳ ସ୍ବତନ୍ତ୍ର ଆଇସୋଲେଶନରେ ରହିବ

ଦୁବାଇ,୩୦।୫(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ସାଉଥାମ୍ପଟନରେ ସ୍ବତନ୍ତ୍ର ମ୍ୟାନେଜ୍‌ଡ ଅର୍ଥାତ ପ୍ରବନ୍ଧିତ ଆଇସୋଲେଶନରେ ରହିବ।...

ବାଜି ମାରିଲେ ବିଜେନ୍ଦର

ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ବିଜେନ୍ଦର ସିଂ ପେସାଦାର ବକ୍ସିଂ କ୍ୟାରିୟରରେ ମଧ୍ୟ ସଫଳତାର ସହ ଆଗକୁ ବଢ଼ୁଛନ୍ତି। ଘାନାର ଏଲିଆସ୍‌...

ରଣଜୀ ଟ୍ରଫିରେ ପ୍ରଥମ ଥର ମହିଳା ଅମ୍ପାୟର

ନୂଆଦିଲ୍ଲୀ, ୭।୧୨ (ପି.ଟି.): ରଣଜୀ ଟ୍ରଫିରେ ମହିଳା ଅମ୍ପାୟରଙ୍କୁ ମ୍ୟାଚ ପରିଚାଳନା ଲାଗି ସୁଯୋଗ ଦିଆଯିବ। ସେମାନେ ହେଲେ ବ୍ରିନ୍ଦା ରାଠି, ଜନନୀ ନାରାୟଣ ଓ...

ଏଲିଟ୍‌ ଗ୍ରୁପ୍‌ ବି’ରେ ଓଡ଼ିଶା

  ମୁମ୍ବାଇ, ୧୮ା୧୨ (ପି.ଟି.)-ଆସନ୍ତା ଜାନୁୟାରୀ ୧୦ରୁ ୩୧ ପର୍ଯ୍ୟନ୍ତ ଜୈବ ସୁରକ୍ଷିତ ପରିବେଶରେ ସୟଦ ମୁସ୍ତାକ ଅଲି ଟି୨୦ ଚାମ୍ପିୟନଶିପ୍‌ ଖେଳାଯିବ। ଏଥିସହିତ ଭାରତୀୟ...

Advertisement
Archives

Model This Week