Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ: ଜର୍ମାନୀକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ

ଲଣ୍ଡନ,୧।୭: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ୪୦,୦୦୦ ଦର୍ଶକଙ୍କ ସମ୍ମୁଖରେ ସ୍ଥାନୀୟ ଓ୍ବେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ନାମେଣ୍ଟର ରାଉଣ୍ଡ ଅଫ୍‌ ୧୬ ମୁକାବିଲାରେ ଇଂଲଣ୍ଡ ୨-୦ ଗୋଲରେ ଦୀର୍ଘବର୍ଷର ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ ଟିକେଟ ହାସଲ କରିଛି। ଏହି ମ୍ୟାଚ୍‌ ଐତିହାସିକ ଥିଲା। କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଜର୍ମାନୀ ଗୋଲ ଦେବାରେ ସଫଳ ହୋଇପାରି ନ ଥିଲା। ଜର୍ମାନୀ ଅଧିକ ସମୟ ବଲ୍‌ ନିଜ ପାଖରେ ରଖିଥିଲା। ପାସ୍‌ ମଧ୍ୟ ଅପେକ୍ଷାକୃତ ଅଧିକ ସଂଖ୍ୟାରେ ଦେଇଥିଲା। କିନ୍ତୁ ଦୁଇ ଦଳ ମଧ୍ୟରେ ପାସ୍‌ ଆକ୍ୟୁରେସି ସମାନ ଥିଲା।
ପ୍ରଥମାର୍ଦ୍ଧରେ ଦୁଇ ଦଳ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ମଧ୍ୟ ସଂଘର୍ଷ ହୋଇଥିଲା। କିନ୍ତୁ ଇଂଲଣ୍ଡ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ ଦେଇ ଏହି ଐତିହାସିକ ବିଜୟ ହାସଲ କରିଥିଲା। ମ୍ୟାଚ୍‌ର ୭୫ତମ ମିନିଟ୍‌ରେ ଇଂଲଣ୍ଡର ଆଟାକିଙ୍ଗ୍‌ ମିଡ୍‌ଫିଲ୍ଡର ରାହିମ ଷ୍ଟିର୍ଲିଂ ଏକ ସୁନ୍ଦର ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାର ୧୧ ମିନିଟ୍‌ ପରେ ହାରି କେନ୍‌ ଦଳ ତରଫରୁ ଦ୍ୱିତୀୟ ଗୋଲ ଦେଇ ଇଂଲଣ୍ଡକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଫଳରେ ଇଂଲଣ୍ଡ ବିଜୟୀ ହେ ାଇଥିଲା। ଏଥିସହ ୟୁରୋକପ୍‌ରୁ ଜର୍ମାନୀ ବିଦାୟ ନେଇଛି।
ଭିଆଇପି ସିଟ୍‌ରେ କିମ୍ବଦନ୍ତୀ ଫୁଟ୍‌ବଲର ଡେଭିଡ୍‌ ବେକ୍‌ହାମ ଓ ବ୍ରିଟିଶ ସଙ୍ଗୀତକାର ଏଡ ଶିରାନ ଏହି ମ୍ୟାଚ୍‌କୁ ବେଶ୍‌ ଉପଭୋଗ କରିଥିଲେ। ପ୍ରିନ୍ସ ଓ୍ବିଲିୟମ୍ସ, ସ୍ତ୍ରୀ କାଥେରାଇନ ମିଡିଲଟନ ଓ ତାଙ୍କ ୭ ବର୍ଷରୁ ପୁଅ ପ୍ରିନ୍ସ ଜର୍ଜ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହି ଅନ୍ୟ ପ୍ରଶଂସକଙ୍କ ସହ ଇଂଲଣ୍ଡର ଏହି ବିଜୟକୁ ଉପଭୋଗ କରିଥିଲେ। ୟୁରୋକପ୍‌ ନକ୍‌ଆଉଟରେ ଇଂଲଣ୍ଡର ଏହା ଦ୍ୱିତୀୟ ବିଜୟ ସାବ୍ୟସ୍ତ ହୋଇଛି। ଏହାପୂର୍ବରୁ ୧୯୯୬ ୟୁରୋକପ୍‌ରେ ଇଂଲଣ୍ଡ ସ୍ପେନ୍‌କୁ ପେନାଲ୍ଟି ମାଧ୍ୟମରେ ହରାଇଥିଲା। ତେବେ ୧୯୯୦ ବିଶ୍ୱକପ୍‌ରେ ଜର୍ମାନୀ ପେନାଲ୍ଟି ମାଧ୍ୟମରେ ଇଂଲଣ୍ଡକୁ ସେମିଫାଇନାଲରେ ପରାସ୍ତ କରିଥିଲା। ଏବେ ଶନିବାର ରୋମ୍‌ରେ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ୟୁକ୍ରେନ୍‌କୁ ଭେଟିବ। ଓ୍ବେମ୍ବଲି ଷ୍ଟାଡିୟମରେ ସେମି ଫାଇନାଲ ଓ ଫାଇନାଲ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଘରୋଇ ପରିବେଶରୁ ଫାଇଦା ଉଠାଇ ଏଥର ଇଂଲଣ୍ଡ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି। ଏହି ବିଜୟ ଇଂଲଣ୍ଡ କୋଚ୍‌ ଗାରେଥ ସାଉଥ୍‌ଗେଟଙ୍କ ପାଇଁ ଏକ ବଡ଼ ଉପଲବ୍ଧି ଆଣିଦେଇଛି। ତାଙ୍କ ଯୋଜନା ଓ ରଣନୀତି କାମରେ ଆସିଛି। ଅନ୍ୟପଟେ ଜର୍ମାନୀ କୋଚ୍‌ ଜୋଆଚିମ ଲୋ ନୌରାଶ୍ୟ ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri