Posted inଖେଳ

ୟୁରୋ କପ୍‌ ଫୁଟ୍‌ବଲ: ଇଂଲଣ୍ଡ-ସ୍କଟ୍‌ଲାଣ୍ଡ ମ୍ୟାଚ ଡ୍ର

ଲଣ୍ଡନ, ୨୦।୬(ଏପି)- ୟୁରୋ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ-ସ୍କଟ୍‌ଲାଣ୍ଡ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ପ୍ରିମିୟର ଲିଗ୍‌ର ଟପ୍‌ ସ୍କୋରର ହାରି କେନ୍‌ ଏଠାରେ ଇଂଲଣ୍ଡ ପକ୍ଷରୁ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଏକଦା ନିଜ କ୍ଲବ ଟୋଟେନହାମ୍‌ ଏବଂ ଇଂଲଣ୍ଡର ମୁଖ୍ୟ ଖେଳାଳି ବିବେଚିତ ହେଉଥିବା କେନ୍‌ ଏହି ମ୍ୟାଚରେ କିନ୍ତୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିପାରି ନ ଥିଲେ। ମାତ୍ର ଏହା ଏକ କଷ୍ଟସାଧ୍ୟ ଗେମ୍‌ ଥିଲା ବୋଲି ମ୍ୟାଚ ପରେ କେନ୍‌ ପ୍ରକାଶ କରିଥିଲେ। ୨ ମ୍ୟାଚରୁ ୪ ପଏଣ୍ଟ ସହିତ ଇଂଲଣ୍ଡ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଚେକ୍‌ ରିପବ୍ଲିକ ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ପ୍ରଥମ ମ୍ୟାଚରେ କ୍ରୋଏସିଆକୁ ୧-୦ ଗୋଲରେ ହରାଇଥିବା ଇଂଲଣ୍ଡ ନିଜ ଶେଷ ଲିଗ୍‌ ମ୍ୟାଚରେ ଚେକ୍‌ ରିପବ୍ଲିକ ସହିତ ମୁକାବିଲା କରିବ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଚେକ୍‌ ରିପବ୍ଲିକ୍‌ଠାରୁ ହାରିଥିବା ସ୍କଟ୍‌ଲାଣ୍ଡ ଏହାର ଶେଷ ଲିଗ୍‌ରେ କ୍ରୋଏସିଆ ସହିତ ଖେଳିବ।

ଚେକ୍‌ ରିପବ୍ଲିକ୍‌ ୧-କ୍ରୋଏସିଆ ୧
ୟୁରୋ କପ୍‌ର ଅନ୍ୟ ଏକ ଗ୍ରୁପ୍‌ ‘ଡି’ ମ୍ୟାଚରେ ଚେକ୍‌ ରିପବ୍ଲିକ ଏବଂ କ୍ରୋଏସିଆ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ମ୍ୟାଚର ୩୭ତମ ମିନିଟରେ ଚେକ୍‌ ରିପବ୍ଲିକର ପ୍ୟାଟ୍ରିକ ଶ୍ଚିକ୍‌ ପେନାଲ୍ଟିରୁ ଏକ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାର ୧୦ ମିନିଟ ପରେ ଅର୍ଥାତ୍‌ ୪୭ତମ ମିନିଟରେ କ୍ରୋଏସିଆର ଇଭାନ ପେରିସିକ୍‌ ଗୋଲଟି ପରିଶୋଧ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୮ ବର୍ଷ ପରେ ପଡିଆକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୧।୧: ପ୍ରାୟ ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତୀୟ କ୍ରିକେଟର୍‌ ଏସ୍‌ ଶ୍ରୀସନ୍ତ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଘରୋଇ ସିରିଜ...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ,୧୪।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ୩ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ...

ଟ୍ରୋଲ ପରେ ଶାମିଙ୍କ ସପକ୍ଷରେ ପୂର୍ବତନ ଖେଳାଳି

ଦୁବାଇ,୨୫।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଦଳର ଖେଳାଳିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲରେ କରାଯାଉଛି। ଏହି ମ୍ୟାଚ୍‌ରେ...

ଆଡଭାନୀଙ୍କୁ ୨୨ତମ ବିଶ୍ୱ ଟାଇଟଲ

ମାଣ୍ଡଲେ(ମିଆଁମାର), ୧୫।୯(ପି.ଟି.)- ଭାରତୀୟ ବିଲିୟାଡର୍‌ସ ତାରକା ପଙ୍କଜ ଆଡଭାନୀ ରେକର୍ଡ ୨୨ତମ ବିଶ୍ୱ ଟାଇଟଲ ହାସଲ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ଏଠାରେ...

କର୍ବର ହାରିଲେ, ପ୍ଲିସ୍‌କୋଭାଙ୍କ ବିଜୟ

ପ୍ୟାରିସ୍‌, ୩୦ା୯ (ଏପି)-ଫ୍ରେଞ୍ଚ ଓପନ୍‌ ମହିଳା ସିଙ୍ଗଲ୍ସରେ ଚେକ୍‌ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଡ୍‌ ପ୍ଲିସ୍‌କୋଭା କ୍ୱାଲିଫାୟର ତଥା ଇଜିପ୍ଟର...

କିଙ୍ଗ୍ସ ଇଲେଭେନ ପଞ୍ଜାବ କୋଚ୍‌ ହୋଇପାରନ୍ତି କୁମ୍ବଲେ

ନୂଆଦିଲ୍ଲୀ, ୨।୧୦: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ନୂଆ ମୁଖ୍ୟ କୋଚ୍‌ ହୋଇପାରନ୍ତି।...

ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାପରେ ଟ୍ରୋଲ ହୋଇଥିଲେ କୋହଲି, ଏବେ ଫଟୋ ଶେୟାର କରି ଦେଲେ କଡା ଜବାବ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବହୁତ ଦିନର ଅପେକ୍ଷା ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ୨୦୨୧ ଜାନୁୟାରୀରେ ସେ ପିତା ହେବେ...

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଉରକେଲା ବିଜୟୀ

ସମ୍ବଲପୁର,୩।୧(ବ୍ୟୁରୋ): ରାଜ୍ୟସ୍ତରୀୟ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ବର୍ଣ୍ଣାବୁରେଇ ଖେଳ ପଡ଼ିିଆରେ ଚାଲିଛି। ରବିବାର କ୍ବାର୍ଟର ଫାଇନାଲ ମ୍ୟାଚ୍‌ ବରଗଡ ଜିଲା ବ୍ଲୁ ଡାଇମଣ୍ଡ ଓ...

Advertisement
Archives

Model This Week