Advertisement
Posted inଖେଳ

ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ ତିଆରି କଲେ ଶାଶ୍ୱତ

ଭୁବନେଶ୍ୱର,୨୨।୭(ସ୍ପୋଟର୍‌ସ ବ୍ୟୁରୋ): ପୁରୀର କୁମ୍ଭପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ଏକ ସ୍ବତନ୍ତ୍ର ଉପାୟରେ ଅଲିମ୍ପିକ୍ସ ଲୋଗୋ ତିଆରି କରିଛନ୍ତି। ଶୁକ୍ରବାରଠାରୁ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ସେ ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୯୩୦ଟି କାଠିରେ ଏହି ଲୋଗୋ ତିଆରି କରିବାକୁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଥିଲା। ଏହି ଲୋଗୋ ମାଧ୍ୟମରେ ସେ ଭାରତୀୟ ଆଥ୍‌ଲେଟଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ସେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘#ଚିୟର4ଇଣ୍ଡିଆ’ ଅଭିଯାନକୁ ସମର୍ଥନ କରିଛନ୍ତି। ୫ଟି ରଙ୍ଗର ରିଙ୍ଗ୍‌କୁ ନେଇ ଅଲିମ୍ପିକ୍‌ ସିମ୍ବଲ ବା ଲୋଗୋ ତିଆରି ହୋଇଛି। ନୀଳ, ହଳଦିଆ, କଳା, ସବୁଜ ଓ ନାଲି ରଙ୍ଗର ରିଙ୍ଗ୍‌ ବାମରୁ ଡାହାଣ ଆଡକୁ ରହିଛି। ବିଶ୍ୱର ୫ଟି ମହାଦେଶର ଆଥ୍‌ଲେଟ ଅଲିମ୍ପିକ୍ସ ମାଧ୍ୟମରେ ଏକାଠି ହୋଇଥାନ୍ତି ଓ ଏହାକୁ ସୂଚାଇବା ପାଇଁ ଅଲିମ୍ପିକ ଲୋଗୋର ବ୍ୟବହାର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌: ଉନ୍ନତ ପ୍ରଦର୍ଶନ ନେଇ ଦୂତୀ ଆଶାବାଦୀ

ଭୁବନେଶ୍ୱର, ୨୩।୯(ସ୍ପୋଟର୍‌ସ ବ୍ୟୁରୋ)- ଚଳିତମାସ ୨୭ ତାରିଖରେ ଦୋହାଠାରେ ଆରମ୍ଭ ହେବାକୁ ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌। ଏଥିରେ ଭାଗ ନେବାକୁ ଯାଉଥିବା ଭାରତର ଦ୍ରୁତତମ ମହିଳା...

ଆଇପିଏଲ୍‌ ପ୍ରଦର୍ଶନ ଯୋଗୁ ଚାପ ହଟିଛି: ଶାମି

ସିଡ୍‌ନୀ, ୨୨ା୧୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଚାପରେ ନ ଥିବା...

ରବି ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୧୮ା୬ (ପି.ଟି.)-୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ସାମୟିକ...

କ୍ରିକେଟର ଏହି ଫର୍ମାଟରୁ ସନ୍ୟାସ ନେବାର ସଙ୍କେତ ଦେଲେ ଓ୍ବାର୍ନର

ନୂଆଦିଲ୍ଲୀ,୧୪।୧୧: ଆସନ୍ତାବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ସଙ୍କେତ ଦେଇଛନ୍ତି ଆକ୍ରମଣାତ୍ମକ ଅଷ୍ଟ୍ରେଲିୟ ଓପନର ଡେଭିଡ୍‌ ଓ୍ବାର୍ନର। ହେଲେ ସେ ସୀମିତ ଓଭର ଫର୍ମାଟରେ ଖେଳିବା...

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତ ପ୍ରଥମେ ତାଜିକିସ୍ତାନକୁ ଭେଟିବ

ନୂଆଦିଲ୍ଲୀ, ୧୦ା୬ (ପି.ଟି.)- ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦଠାରେ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଭାରତ ଏଥିରେ ତାଜିକିସ୍ତାନ...

ପୁଣି ନମ୍ବର-୧ ହେଲା ଭାରତ

ନୂଆଦିଲ୍ଲୀ,୧୯।୧: ଗାବା ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଏକ ନମ୍ବରରେ ପହଞ୍ଚିଛି। ଏଥି ସହିତ...

ରାଜକୁମାରୀଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୯।୭: ବହୁଚର୍ଚ୍ଚିତ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲରେ ଜଡ଼ିତ ହୋଇ ୭ ବର୍ଷ କାଳ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଭାରତୀୟ ଦଳର ଦ୍ରୁତ ବୋଲର...

୭ ବଲ୍‌ରେ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳି ବିପକ୍ଷ ଦଳ ଉଚିତ ଜବାବ ଦେଲେ ଏହି ଖେଳାଳି

ବାରବାଡୋସ,୧।୯: କିରନ ପୋଲାର୍ଡ ଚମତ୍କାର ବ୍ୟାଟିଂ କରି କାରିବିଆନ ପ୍ରିମିୟର ଲିଗ (ସିପିଏଲ ୨୦୨୧) ର ଏକ ମ୍ୟାଚରେ ତାଙ୍କ ଦଳକୁ ଚମତ୍କାର ବିଜୟ ପ୍ରଦାନ...

Advertisement
Archives

Model This Week