ଅନନ୍ତ, କୁମ୍‌କୁମ୍‌ ପାଇଲେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର, ୩୧।୮ (ବ୍ୟୁରୋ): ଦୁଇବର୍ଷ ପାଇଁ ୩୪ଜଣ ଯଶସ୍ବୀ ଶିଳ୍ପୀଙ୍କୁ ସମ୍ମାନିତ କଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ। ସୋମବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। ୨୦୧୯ ବର୍ଷ ପାଇଁ ବିଶିଷ୍ଟ ନାଟ୍ୟକାର ତଥା ମଞ୍ଚ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଓ ୨୦୨୦ ପାଇଁ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କୁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ସହିତ ଅଙ୍ଗବସ୍ତ୍ର, ପ୍ରଶସ୍ତିପତ୍ର ଓ ବୃକ୍ଷଚାରା ପ୍ରଦାନ କରାଯାଇଛି। ସେହିପରି ନୂତନ ଭାବେ ପ୍ରବର୍ତ୍ତିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ନିମନ୍ତେ ପଦ୍ମଶ୍ରୀ ଡ. ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ୨୦୧୯ ବର୍ଷ ପାଇଁ ଡ. ରଘୁନାଥ ସାହୁ ଓ ୨୦୨୦ ପାଇଁ ବନ୍ଦିତା ରାୟଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯାଇଛି। ଏଥିସହିତ ଲବ୍ଧପ୍ରତିଷ୍ଠିତ ଗୀତିକାର ସ୍ବର୍ଗତ ସାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ପ୍ରବର୍ତ୍ତିତ ‘ସାରଦା ଗୀତିକବିତା ସମ୍ମାନ’ ବିନୋଦ କୁମାର ପଶାୟତ ଓ ଡ. ଅଲେଖ ଚନ୍ଦ୍ର ପଢ଼ିହାରୀଙ୍କୁ ମିଳିଛି ା ସମ୍ମାନ ବାବଦକୁ ଅଢ଼େଇ ଲକ୍ଷ ଟଙ୍କାର ଅର୍ଥରାଶି ସମେତ ଅଙ୍ଗବସ୍ତ୍ର ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଛି।
ଏହା ବ୍ୟତୀତ ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ନବକିଶୋର ଆଚାର୍ଯ୍ୟ ଓ ମମତା ମହାନ୍ତି, ନାଟ୍ୟ ରଚନା ପାଇଁ ସୁଧାକର ନନ୍ଦ, ନିର୍ଦ୍ଦେଶନା ପାଇଁ ହରିହର ମିଶ୍ର, ମଞ୍ଚକଳା ପାଇଁ ପ୍ରଭାସ ଚନ୍ଦ୍ର ମିଶ୍ର, ଲୋକସଙ୍ଗୀତ ପାଇଁ ରାଧାଶ୍ୟାମ ସାହୁଶର୍ମା, ଲୋକବାଦ୍ୟ ପାଇଁ ଶଙ୍କର ପ୍ରଧାନ, ଲୋକନୃତ୍ୟ ପାଇଁ କାଳୁଚରଣ ସାହୁ, ଲୋକନାଟ୍ୟ ପାଇଁ କର୍ଣ୍ଣ ଗୌଡ଼, ଯନ୍ତ୍ର ସଙ୍ଗୀତରେ ଆନଦ୍ଧ ବାଦ୍ୟ (ମର୍ଦ୍ଦଳ) ପାଇଁ ଡ. ଜଗନ୍ନାଥ କୁଅଁର, ତାରବାଦ୍ୟ ପାଇଁ କୈଳାସ ଚନ୍ଦ୍ର ପାତ୍ର, ଓଡ଼ିଶୀ ନୃତ୍ୟରେ ରତିକାନ୍ତ ମହାପାତ୍ର, ଓଡ଼ିଶୀ କଣ୍ଠ ସଙ୍ଗୀତରେ ଚନ୍ଦ୍ରମଣି ଲେଙ୍କା, ସୁଗମ ସଙ୍ଗୀତ ପାଇଁ ତାନ୍‌ସେନ୍‌ ସିଂଙ୍କୁ ସଙ୍ଗୀତ ନାଟକ ଏକାଡେମୀ
ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ନିମନ୍ତେ ଅଭିନୟ ପାଇଁ ସୁଶୀଳା ନାୟାର ଏବଂ ବିଜୟ କୁମାର ପଟ୍ଟନାୟକ, ନାଟ୍ୟ ରଚନା ପାଇଁ ଭାସ୍କର ଚନ୍ଦ୍ର ମହାପାତ୍ର, ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକ, ମଞ୍ଚକଳା ପାଇଁ ପ୍ରଭାତ ମହାରଣା, ଲୋକସଙ୍ଗୀତ ପାଇଁ ନବୀନ କିଶୋର କୁଅଁର, ଲୋକବାଦ୍ୟ ପାଇଁ କିଶୋର ଚନ୍ଦ୍ର ପ୍ରଧାନ, ଲୋକନୃତ୍ୟ ପାଇଁ ନାରାୟଣ ମହାରଣା, ଲୋକନାଟ୍ୟ ପାଇଁ ନିର୍ମଳ ଚନ୍ଦ୍ର ରାଉତ, ଯନ୍ତ୍ରସଙ୍ଗୀତରେ ଆନଦ୍ଧ ବାଦ୍ୟ(ତବଲା) ପାଇଁ ଶରତ କୁମାର ପାଣି ଓ ବଂଶୀ (ସୁଷିର ବାଦ୍ୟ) ପାଇଁ ନିତ୍ୟାନନ୍ଦ ମହାପାତ୍ର, ଓଡ଼ିଶୀ ନୃତ୍ୟରେ ଗଜେନ୍ଦ୍ର ପଣ୍ଡା, ଓଡ଼ିଶୀ କଣ୍ଠ ସଙ୍ଗୀତରେ ରଘୁନାଥ ପାତ୍ର ଓ ସୁଗମ ସଙ୍ଗୀତରେ ବିଭୁଧେନ୍ଦ୍ର ଦାସଙ୍କୁ ପୁରସ୍କୃତ କରାଯାଇଛି। ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନ ପ୍ରଦାନ କରାଯାଇଛି।
ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ପାଣିଗ୍ରାହୀ କହିଲେ, ଖୁବ୍‌ଶୀଘ୍ର ଲୋକକଳା ଉପରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଓଡ଼ିଶୀ ସଙ୍ଗୀତର ଅଧିକ ପ୍ରଚାର ପ୍ରସାର ପାଇଁ ଧ୍ୟାନ ଦିଆଯିବ। ଏହାଦ୍ୱାରା କେନ୍ଦ୍ର ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ବାଧ୍ୟ ହେବେ। ଏଥିସହ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଏବଂ ଏକାଡେମୀର ପ୍ରଚାର ପ୍ରସାର ପାଇଁ ୪ ଏକାଡେମୀର ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ। କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି ମନ୍ମଥ କୁମାର ଶତପଥୀ, ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଭବାନୀପାଟଣା ପ୍ରତିଭା ଅନୁଷ୍ଠାନର ବଜାଶାଲ ଓ ସୋନପୁର ରୁମ୍‌କୁଝୁମାର ସାଂସ୍କୃତିକ କାର୍ଯ୍ୟକ୍ରମ, ଗଞ୍ଜାମର ରବୀନ୍ଦ୍ର ମହାନ୍ତି ଓ ସାଥୀଙ୍କ ଘଣ୍ଟବାଦ୍ୟ ଓ ରାଜେନ୍ଦ୍ର ଏବଂ ସାଥୀଙ୍କ ଶଂଖବାଦ୍ୟରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri