ବାଲେଶ୍ୱରରେ ହେବ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍‌ଆଇସି ହସ୍ପିଟାଲ

ନୂଆଦିଲ୍ଲୀ,୨୧।୨:ଉତ୍ତର ଓଡ଼ିଶାରେ ବସବାସ କରୁଥିବା ଶ୍ରମଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବାଲେଶ୍ୱରଠାରେ ଏକ ଅତ୍ୟାଧୁନିକ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍‌ଆଇସି ହସ୍ପିଟାଲ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଘୋଷଣା କରିଛନ୍ତି। ବିଶେଷକରି କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ରାଜ୍ୟ କର୍ମଚାରୀ ବୀମା ନିଗମ(ଇଏସ୍‌ଆଇସି)ର ୧୯୦ତମ ସାଧାରଣ ବୈଠକ ସୋମବାର ଚଣ୍ଡୀଗଡ଼ଠାରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଅଧ୍ୟକ୍ଷତା କରିଥିବାବେଳେ ଉଭୟ ମନ୍ତ୍ରଣାଳୟ ଓ ଇଏସ୍‌ଆଇସିର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଏଥିରେ ଦେଶର ଶ୍ରମିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ବେଳେ ଶ୍ରମଜୀବୀଙ୍କ ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ଏହି ଅବସରରେ ବାଲେଶ୍ୱର ସମେତ ଦେଶର ୧୨ଟି ସ୍ଥାନରେ ଇଏସ୍‌ଆଇସି ହସ୍ପିଟାଲ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ମଧ୍ୟ ଦେଶର ଶ୍ରମଜୀବି ଭାଇ ଭଉଣୀଙ୍କୁ ଉପଯୁକ୍ତ ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ଉଭୟ ମନ୍ତ୍ରଣାଳୟ ଓ ନିଗମକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ଶ୍ରମଜୀବୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ନୂତନ ଇଏସ୍‌ଆଇସି ହସ୍ପିଟାଲ ଖୋଲିବା ସହ ପୁରୁଣା ଇଏସ୍‌ଆଇସି ହସ୍ପିଟାଲର ଉନ୍ନତୀକରଣ ପାଇଁ ମଧ୍ୟ ସରକାର ମଞ୍ଜୁର ଦେଇଥିବା ଶ୍ରମ ମନ୍ତ୍ରୀ ଉକ୍ତ ବୈଠକରେ ମତପ୍ରକାଶ କରିଥିଲେ।
ଓଡ଼ିଶାର ବାଲେଶ୍ୱର ବ୍ୟତୀତ କର୍ନାଟକର ବେଲାଗାଭି, ତେଲଙ୍ଗାନାର ସାମସାବାଦ, ମହାରାଷ୍ଟ୍ରର ବାରମତି, ରାଜସ୍ଥାନର ଆଜମେର ନିକଟସ୍ଥ କିଶନଗଡ଼ରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇସି ହସ୍ପିଟାଲ ହେବ। ସେହିପରି ଆନ୍ଧ୍ର ପ୍ରଦେଶର କୁର୍ନୁଲଠାରେ ୩୦ବେଡ୍‌ ବିଶିଷ୍ଟ ଇଏସଆଇସି ହସ୍ପିଟାଲ ହେବ। ଅପରପକ୍ଷରେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ମଧ୍ୟ ଏକ ୩୫୦ ବେଡେଡ୍‌ ବିଶିଷ୍ଟ ଇଏସ୍‌ଆଇସି ହସ୍ପିଟାଲ ହେବାର ଘୋଷଣା କରାଯାଇଛି। ଅପରପକ୍ଷରେ ସିକିମ୍‌ର ରଙ୍ଗୋପାଠାରେ ଅବସ୍ଥିତ ୩୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇସି ହସ୍ପିଟାଲକୁ ୧୦୦ ଶଯ୍ୟାକୁ ବୃଦ୍ଧି କରାଯିବ। ଏପରିକି ରାଜ୍ୟ ସରକାରଙ୍କ ଚିକିତ୍ସାଳୟ ଯଥା ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ନିକଟସ୍ଥ ଗୁଣ୍ଡାଲା ଏବଂ ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଅବସ୍ଥିତ ସରକାରୀ ଚିକିତ୍ସାଳୟକୁ ବର୍ତ୍ତମାନ ଇଏସ୍‌ଆଇସି ଦ୍ୱାରା ପ୍ରତ୍ୟକ୍ଷ ଭାବେ ପରିଚାଳନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri