ଟୋକନରେ ତ୍ରୁଟି, ଧାନ ବିକ୍ରି ହୋଇପାରୁନି

ବରଗଡ଼ ଅଫିସ୍‌,୧୬ା୫: ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ମାତ୍ର ଧାନ ସଂଗ୍ରହ ଆରମ୍ଭରୁ ନାନା ଅବ୍ୟବସ୍ଥା ଯୋଗୁ ଚାଷୀମାନେ ଧାନ ବିକ୍ରି କରି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟୋକନରେ ତ୍ରୁଟି ଏବେ ଚାଷୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି। ରାଜ୍ୟ ସରକାର ଧାନବିକ୍ରିରେ ଟୋକନ୍‌କୁ ବାଧ୍ୟତାମୂଳକ କରିଥିବାବେଳେ ବିଭାଗୀୟ ଅଧିକାରୀମାନେ ଟୋକନ୍‌ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ସେହି ଟୋକନ୍‌ରେ ତ୍ରୁଟି ଯୋଗୁ ଚାଷୀମାନେ ନିଜ ଅମଳ ଧାନ ବିକ୍ରିରୁ ବଞ୍ଚତ୍ତ ହେଉଛନ୍ତି। ଜିଲାର ଅଣଜଳସେଚିତ ଅଞ୍ଚଳର ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ପରିଲକ୍ଷିତ ହୋଇଛି। ଏଭଳି ଅଭିଯୋଗ ନେଇ ସୋମବାର ଜିଲାର ପଥର୍ଲା, ଗୋବିନ୍ଦପୁର, ଶସ୍ତୁପାଲି ଆଦି ଅଞ୍ଚଳର ଅନେକ ଚାଷୀ ଜିଲାପାଳଙ୍କ ଅଫିସକୁ ଆସିଥିଲେ। ସେମାନେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଟୋକନ୍‌ରେ ରହିଥିବା ତ୍ରୁଟିର ତୁରନ୍ତ ସଂଶୋଧନ ସହ ସେମାନଙ୍କ ଧାନ କିଣିବାକୁ ଦାବି କରିଥିଲେ।
ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କଠାରୁ ସର୍ବାଧିକ ଅଢ଼େଇ ଏକର ଜମି ପାଇଁ ୬୫ କୁଇଣ୍ଟାଲ ଧାନ କିଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ପଥର୍ଲା, ଗୋବିନ୍ଦପୁର ସମେତ ବିଭିନ୍ନ ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କୁ ମିଳିଥିବା ଟୋକନରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୬୫ କୁଇଣ୍ଟାଲ ବଦଳରେ ୨ କୁଇଣ୍ଟାଲ, ୧୩ କୁଇଣ୍ଟାଲ, ୨୩ କୁଇଣ୍ଟାଲ, ୨୫ କୁଇଣ୍ଟାଲ ଉଲ୍ଲେଖ ରହିଛି, ଯାହାକି ବିକ୍ରିଯୋଗ୍ୟ ଧାନ ପରିମାଣରୁ ଯଥେଷ୍ଟ କମ୍‌। ପଥର୍ଲା ଗ୍ରାମର ଚାଷୀ ଦେବେନ୍ଦ୍ର ସାହୁଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୨ କୁଇଣ୍ଟାଲ ୮ କିଗ୍ରା, ରାଜୁ ସାହୁଙ୍କୁ ମିଳିଥିବା ଟୋକନରେ ୨୩ କୁଇଣ୍ଟାଲ ୪୦ କିଗ୍ରା, ଝାଙ୍କରପାଲିର ସୁଜିତ ବାରିକଙ୍କୁ ମିଳିଥିବା

ଟୋକନରେ ୩୯ କୁଇଣ୍ଟାଲ ୭୮ କିଗ୍ରା, କୃଷ୍ଣ ମେହେରଙ୍କୁ ମିଳିଥିବା ଟୋକନରେ ୧୩ କୁଇଣ୍ଟାଲ ରହିଛି। ଏମାନଙ୍କ ସମସ୍ତଙ୍କ ଅଢ଼େଇ ଏକରରୁ ଊର୍ଦ୍ଧ୍ୱ ଜମିରେ ଧାନ ଅମଳ ହୋଇଛି। ଟୋକନରେ କମ୍‌ ପରିମାଣର ଧାନ ଉଲ୍ଲେଖ ରହିଥିବାରୁ ଚାଷୀମାନେ ସେମାନଙ୍କ ଅମଳ ଧାନ ମଣ୍ଡିକୁ ବିକ୍ରି ପାଇଁ ନେଇ ପାରୁନାହାନ୍ତି। ଅନ୍ୟପଟେ ଟୋକନ ଅବଧି ସରି ଆସୁଛି। ବିଭାଗୀୟ ଅଧିକାରୀଙ୍କ ତ୍ରୁଟି ଯୋଗୁ ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ଦାବି କରିଛନ୍ତି। ପଥର୍ଲା ଗ୍ରାମର ଚାଷୀ ଦେବେନ୍ଦ୍ର ସାହୁ କହିଛନ୍ତି, ତାଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୬୫ କୁଇଣ୍ଟାଲ ରହିବା କଥା, କିନ୍ତୁ ୨ କୁଇଣ୍ଟାଲ ୮ କିଗ୍ରା ଉଲ୍ଲେଖ ରହିଛି। ଧାନଚାଷ ପାଇଁ ବିଦ୍ୟୁତ୍‌ ଦେୟ ବାବଦକୁ ସେ ୭ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ଯଦି ୨ କୁଇଣ୍ଟାଲ ଧାନ ବିକ୍ରି କରିବେ, ସେଥିରୁ ବିଦ୍ୟୁତ୍‌ ଦେୟ ଖର୍ଚ୍ଚ ମଧ୍ୟ ବାହାରିବ ନାହିଁ। ଏପରି କି ୨କୁଇଣ୍ଟାଲ ଧାନକୁ ସେ ମଣ୍ଡିକୁ ବିକ୍ରି ପାଇଁ ଯଦି ଟ୍ରାକ୍ଟରରେ ନେବେ, ଟ୍ରାକ୍ଟର ଭଡ଼ା ମଧ୍ୟ ବାହାରିବ ନାହିଁ। ଫଳରେ ତୁରନ୍ତ ଟୋକନ୍‌ରେ ରହିଥିବା ତ୍ରୁଟି ସଂଶୋଧନ କରି ଧାନ କିଣାଯାଉ, ନଚେତ୍‌ ଜିଲାପାଳଙ୍କ ଅଫିସରେ ଧାନ ଗଦା କରିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ କହିଛନ୍ତି। ଏନେଇ ଏଡିଏମ୍‌ ମିର୍ଦ୍ଧା ଟପ୍ପୋଙ୍କୁ ପଚାରିବାରେ ସେ ଏହି ଅଭିଯୋଗର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri