ଟୋକନରେ ତ୍ରୁଟି, ଧାନ ବିକ୍ରି ହୋଇପାରୁନି

ବରଗଡ଼ ଅଫିସ୍‌,୧୬ା୫: ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ମାତ୍ର ଧାନ ସଂଗ୍ରହ ଆରମ୍ଭରୁ ନାନା ଅବ୍ୟବସ୍ଥା ଯୋଗୁ ଚାଷୀମାନେ ଧାନ ବିକ୍ରି କରି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟୋକନରେ ତ୍ରୁଟି ଏବେ ଚାଷୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି। ରାଜ୍ୟ ସରକାର ଧାନବିକ୍ରିରେ ଟୋକନ୍‌କୁ ବାଧ୍ୟତାମୂଳକ କରିଥିବାବେଳେ ବିଭାଗୀୟ ଅଧିକାରୀମାନେ ଟୋକନ୍‌ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ସେହି ଟୋକନ୍‌ରେ ତ୍ରୁଟି ଯୋଗୁ ଚାଷୀମାନେ ନିଜ ଅମଳ ଧାନ ବିକ୍ରିରୁ ବଞ୍ଚତ୍ତ ହେଉଛନ୍ତି। ଜିଲାର ଅଣଜଳସେଚିତ ଅଞ୍ଚଳର ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ପରିଲକ୍ଷିତ ହୋଇଛି। ଏଭଳି ଅଭିଯୋଗ ନେଇ ସୋମବାର ଜିଲାର ପଥର୍ଲା, ଗୋବିନ୍ଦପୁର, ଶସ୍ତୁପାଲି ଆଦି ଅଞ୍ଚଳର ଅନେକ ଚାଷୀ ଜିଲାପାଳଙ୍କ ଅଫିସକୁ ଆସିଥିଲେ। ସେମାନେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଟୋକନ୍‌ରେ ରହିଥିବା ତ୍ରୁଟିର ତୁରନ୍ତ ସଂଶୋଧନ ସହ ସେମାନଙ୍କ ଧାନ କିଣିବାକୁ ଦାବି କରିଥିଲେ।
ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କଠାରୁ ସର୍ବାଧିକ ଅଢ଼େଇ ଏକର ଜମି ପାଇଁ ୬୫ କୁଇଣ୍ଟାଲ ଧାନ କିଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ପଥର୍ଲା, ଗୋବିନ୍ଦପୁର ସମେତ ବିଭିନ୍ନ ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କୁ ମିଳିଥିବା ଟୋକନରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୬୫ କୁଇଣ୍ଟାଲ ବଦଳରେ ୨ କୁଇଣ୍ଟାଲ, ୧୩ କୁଇଣ୍ଟାଲ, ୨୩ କୁଇଣ୍ଟାଲ, ୨୫ କୁଇଣ୍ଟାଲ ଉଲ୍ଲେଖ ରହିଛି, ଯାହାକି ବିକ୍ରିଯୋଗ୍ୟ ଧାନ ପରିମାଣରୁ ଯଥେଷ୍ଟ କମ୍‌। ପଥର୍ଲା ଗ୍ରାମର ଚାଷୀ ଦେବେନ୍ଦ୍ର ସାହୁଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୨ କୁଇଣ୍ଟାଲ ୮ କିଗ୍ରା, ରାଜୁ ସାହୁଙ୍କୁ ମିଳିଥିବା ଟୋକନରେ ୨୩ କୁଇଣ୍ଟାଲ ୪୦ କିଗ୍ରା, ଝାଙ୍କରପାଲିର ସୁଜିତ ବାରିକଙ୍କୁ ମିଳିଥିବା

ଟୋକନରେ ୩୯ କୁଇଣ୍ଟାଲ ୭୮ କିଗ୍ରା, କୃଷ୍ଣ ମେହେରଙ୍କୁ ମିଳିଥିବା ଟୋକନରେ ୧୩ କୁଇଣ୍ଟାଲ ରହିଛି। ଏମାନଙ୍କ ସମସ୍ତଙ୍କ ଅଢ଼େଇ ଏକରରୁ ଊର୍ଦ୍ଧ୍ୱ ଜମିରେ ଧାନ ଅମଳ ହୋଇଛି। ଟୋକନରେ କମ୍‌ ପରିମାଣର ଧାନ ଉଲ୍ଲେଖ ରହିଥିବାରୁ ଚାଷୀମାନେ ସେମାନଙ୍କ ଅମଳ ଧାନ ମଣ୍ଡିକୁ ବିକ୍ରି ପାଇଁ ନେଇ ପାରୁନାହାନ୍ତି। ଅନ୍ୟପଟେ ଟୋକନ ଅବଧି ସରି ଆସୁଛି। ବିଭାଗୀୟ ଅଧିକାରୀଙ୍କ ତ୍ରୁଟି ଯୋଗୁ ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ଦାବି କରିଛନ୍ତି। ପଥର୍ଲା ଗ୍ରାମର ଚାଷୀ ଦେବେନ୍ଦ୍ର ସାହୁ କହିଛନ୍ତି, ତାଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୬୫ କୁଇଣ୍ଟାଲ ରହିବା କଥା, କିନ୍ତୁ ୨ କୁଇଣ୍ଟାଲ ୮ କିଗ୍ରା ଉଲ୍ଲେଖ ରହିଛି। ଧାନଚାଷ ପାଇଁ ବିଦ୍ୟୁତ୍‌ ଦେୟ ବାବଦକୁ ସେ ୭ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ଯଦି ୨ କୁଇଣ୍ଟାଲ ଧାନ ବିକ୍ରି କରିବେ, ସେଥିରୁ ବିଦ୍ୟୁତ୍‌ ଦେୟ ଖର୍ଚ୍ଚ ମଧ୍ୟ ବାହାରିବ ନାହିଁ। ଏପରି କି ୨କୁଇଣ୍ଟାଲ ଧାନକୁ ସେ ମଣ୍ଡିକୁ ବିକ୍ରି ପାଇଁ ଯଦି ଟ୍ରାକ୍ଟରରେ ନେବେ, ଟ୍ରାକ୍ଟର ଭଡ଼ା ମଧ୍ୟ ବାହାରିବ ନାହିଁ। ଫଳରେ ତୁରନ୍ତ ଟୋକନ୍‌ରେ ରହିଥିବା ତ୍ରୁଟି ସଂଶୋଧନ କରି ଧାନ କିଣାଯାଉ, ନଚେତ୍‌ ଜିଲାପାଳଙ୍କ ଅଫିସରେ ଧାନ ଗଦା କରିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ କହିଛନ୍ତି। ଏନେଇ ଏଡିଏମ୍‌ ମିର୍ଦ୍ଧା ଟପ୍ପୋଙ୍କୁ ପଚାରିବାରେ ସେ ଏହି ଅଭିଯୋଗର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?