Posted inଖେଳ

ଐତିହାସିକ ବିଜୟ ସହ ସୁପର-୧୨ରେ ନାମିବିଆ

ଶାରଜା,୨୨।୧୦: ଅଧିନାୟକ ଜେରାର୍ଡ ଏରାସମସଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ନାମିବିଆ ୮ ଉଇକେଟରେ ଅପେକ୍ଷାକୃତ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏହି ଐତିହାସିକ ବିଜୟ ସହ ପଦାର୍ପଣକାରୀ ନାମିବିଆ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ୍‌ର ମେନ ଇଭେଣ୍ଟ(ସୁପର-୧୨)ରେ ସ୍ଥାନ ପକ୍କା କରିଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା ଆୟର୍ଲାଣ୍ଡକୁ ଭଲ ଆରମ୍ଭ ଦେଇଥିଲେ ଷ୍ଟ୍ରିଲିଙ୍ଗ (୩୮) ଓ କେଭିନ ଓ’ବ୍ରେନ (୨୫)। ଦୁହେଁ ୭ ଓଭରରେ ୬୨ ରନ୍‌ ଯୋଡ଼ି ଥିଲେ। ହେଲେ ଉଭୟ ବ୍ୟାଟର ଆଉଟ୍‌ ହେବା ପରେ ଆରମ୍ଭ ହୋଇଥିଲା ବ୍ୟାଟିଂ ବିପର୍ଯ୍ୟୟ। ୬୨ ରନ୍‌ରେ ପ୍ରଥମ ଉଇକେଟ ହରାଇଥିବା ଆୟର୍ଲାଣ୍ଡ ୨୦ ଓଭରରେ ୮ ଉଇକେଟ ହରାଇ ୧୨୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଆରମ୍ଭରୁ କେବଳ ସିଙ୍ଗଲ ଓ ଡବଲ ଉପରେ ନିର୍ଭର କରିଥିଲା ନାମିବିଆ। ଏପରି କି ଦଳ ୧୦ ଓଭରରେ ୧ ଉଇକେଟ ହରାଇ ୪୯ ରନ୍‌ କରିଥିଲା। ଜିତିବା ପାଇଁ ଦଳକୁ ପରବର୍ତ୍ତୀ ୧୦ ଓଭରରେ ୭୭ ରନ୍‌ ଦରକାର ଥାଏ। ଅଧିନାୟକ ଏରାସମସ ୫୩ (୩ ଚୌକା ଓ ୧ ଛକା) ଓ ଡେଭିଡ୍‌ ଭିଜ ୨୮ (୧ ଚୌକା ଓ ୨ ଛକା) ରନ୍‌ ପାଳି ଖେଳି ନାମିବିଆକୁ ୧୮.୩ ଓଭରରେ ଜିତାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ମ୍ୟାଚ୍‌ରେ ଆହତ ହେଲେ ଦୁଇ ଭାରତୀୟ ଖେଳାଳି

ପୁଣେ,୨୩।୩: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ଦୁଇ ଖେଳାଳି ଆହତ ହୋଇଛନ୍ତି। ବ୍ୟାଟିଂ ବେଳେ ଭାରତୀୟ ଓପନର ରୋହିତ ଶର୍ମା...

ଚେସ୍‌ ଗେମ୍‌ ଭଳି ମୋ ସହ ଖେଳୁଥିଲେ ଅଶ୍ୱିନ

ମେଲବୋର୍ନ,୧୧।୨: ବିଶ୍ୱର ନମ୍ବର ଓ୍ବାନ ଟେଷ୍ଟ ବ୍ୟାଟର ମାର୍ନସ ଲବୁସାନେ ଭାରତୀୟ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଗତ ୨୦୨୦-୨୧ ବର୍ଡର-ଗାଭାସ୍କର...

ଭାରତୀୟ ଖୋଖୋ ଦଳରେ ଅର୍ଚ୍ଚନା

ଭୁବନେଶ୍ୱର, ୨୦ା୩ (ସ୍ପୋଟର୍‌ସ ବ୍ୟୁରୋ): ଆସାମର ଗୁଆହାଟୀଠାରେ ସୋମବାରଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୪ର୍ଥ ଏସିଆନ୍‌ ଖୋ ଖୋ ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ ୨୦୨୩...

ଖେଳରେ ପରାଜୟ ପରେ ଫାଶୀ ଦେଇ ଆତ୍ମହତ୍ୟା କଲେ ରିତିକା

ନୂଆଦିଲ୍ଲୀ,୧୮।୩: ଭାରତର ଷ୍ଟାର ମହିଳା କୁସ୍ତି ଯୋଦ୍ଧା ବବିତା ଫୋଗାଟ ଏବଂ ଗୀତା ଫୋଗାଟଙ୍କର ଭଉଣୀ ରତିକା ଫୋଗାଟ ଖେଳରେ ପରାଜୟ ପରେ ଫାଶୀ ଲଗାଇ...

କ୍ୱାର୍ଟରରେ ଶରନ: ପ୍ରଜନେଶଙ୍କ ଅଭିଯାନ ଶେଷ

ଲସ୍‌ କାବୋସ (ମେକ୍ସିକୋ), ୧।୮ (ପି.ଟି.)- ଏଠାରେ ଚାଲିଥିବା ଏଟିପି ଲସ୍‌ କାବୋସ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ଭାରତର...

ମାଲିକଙ୍କୁ ଦେଖି ଲାଜେଇ ଯାଇଥିଲେ ଏହି ବିସ୍ଫୋରକ ଅଲରାଉଣ୍ଡର

ଦୁବାଇ,୨।୧୧: କୋଲକତା ନାଇଟ୍‌ ରାଇଡର୍ସ(କେକେଆର୍‌) ଦଳର ମାଲିକ ଶାହାରୁଖ ଖାନ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ମାଲିକଙ୍କ ଜନ୍ମଦିନ ଅବସରରେ ଦଳ ଏକ...

ଟେଷ୍ଟରେ ପଦାର୍ପଣ କରିବେ ଭାରତୀୟ ଅମ୍ପାୟର ମେନନ

ମୁମ୍ବାଇ,୨।୯(ପିଟି): ଭାରତୀୟ ଅମ୍ପାୟର ନିତୀନ ମେନନ ଟେଷ୍ଟ ମ୍ୟାଚ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି। ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଡେରାଡୁନଠାରେ ନଭେମ୍ବର ୨୭ ତାରିଖଠାରୁ ପ୍ରଥମ...

କ୍ରିକେଟରୁ ବିରତି ନେଲେ ଦେଶର ଅନ୍ୟତମ ଧନୀ ଶିଳ୍ପପତି ବିର୍ଲାଙ୍କ ପୁଅ

ନୂଆଦିଲ୍ଲୀ,୨୧।୧୨- ଦେଶର ଅନ୍ୟତମ ଧନୀ ଶିଳ୍ପପତି ମଙ୍ଗଲମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ କ୍ରିକେଟରୁ ବିରତି ନେଇଛନ୍ତି। ମାନସିକ ସମସ୍ୟା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା...

Advertisement
Archives

Model This Week