Posted inଜାତୀୟ

କକ୍ଷପଥରେ ଇଓଏସ୍‌-୦୪

ଶ୍ରୀହରିକୋଟା, ୧୪ା୨: ଚଳିତ ବର୍ଷର ପ୍ରଥମ ମିଶନ ଭାବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ସଫଳତାର ସହ ପିଏସ୍‌ଏଲ୍‌ଭି-ସି୫୨ ଯୋଗେ ଇଓଏସ୍‌-୦୪ ଉପଗ୍ରହକୁ ସଫଳତାର ସହ ପ୍ରେରଣ କରିଛି। ଏହା ସହ ଦୁଇଟି ଛୋଟ ସାଟେଲାଇଟ୍‌ ଇନ୍‌ସ୍ପାୟାରସାଟ୍‌-୧ ଏବଂ ଆଇଏନ୍‌ଏସ୍‌-୨ଟିଡି ମଧ୍ୟ କକ୍ଷପଥରେ ପହଞ୍ଚିଛି। ୨୫ ଘଣ୍ଟା ୩୦ ମିନିଟ୍‌ର ପ୍ରସ୍ତୁତି ପରେ ସକାଳ ୫ଟା ୫୯ରେ ପୃଥିବୀ ନୀରିକ୍ଷଣ ସାଟେଲାଇଟ୍‌ ଇଓଏସ୍‌-୦୪କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧଓ୍ବନ ସ୍ପେସ୍‌ ସେଣ୍ଟରରୁ ଲଞ୍ଚ୍‌ କରାଯାଇଥିଲା। କରାଯିବ। ଏହି ଉପଗ୍ରହକୁ ଆକାଶରେ ଭାରତର ଆଖି ବୋଲି କୁହାଯାଉଛି। ପ୍ରରୟ ୧୭ ମିନିଟ୍‌ ପରେ ସାଟେଲାଇଟ ସୂର୍ଯ୍ୟର ସିଙ୍କ୍ରୋନସ୍‌ ପୋଲାର ଅର୍‌ବିଟ୍‌ରେ ସ୍ଥାପିତ ହୋଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି।
ସାଟେଲାଇଟ୍‌ ଇଓଏସ୍‌-୦୪ ଏକ ରାଡାର ଇମେଜିଂ ସାଟେଲାଇଟ୍‌। ସମସ୍ତ ପ୍ରକାର ପାଣିପାଗରେ ଏହା ହାଇ କ୍ୱାଲିଟି ଫଟୋ ଉତ୍ତୋଳନ କରିପାରିବ, ଯାହା କି କୃଷି, ଜଙ୍ଗଲ ଓ ଚାରାରୋପଣ, ମୃତ୍ତିକାର ଆର୍ଦ୍ରତା, ଜଳ ସ୍ଥିତି ସମେତ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ବାବଦରେ ସୂଚନା ଦେବ। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟରେ ଏହି ସାଟେଲାଇଟ୍‌ ବେଶ୍‌ ଉପଯୋଗୀ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହାର କାର୍ଯ୍ୟକାଳ ୫ ବର୍ଷ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କୁ ଘେରିଲେ ବିରୋଧୀ: ପ୍ରସାରଣ ବନ୍ଦ କଲା ଆର୍‌ଏସ ଟିଭି

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ରାଜ୍ୟ ସଭାରେ ନାଗରିକତ୍ୱ (ସଂଶୋଧନ) ବିଲ୍‌ ଆଲୋଚନା ବେଳେ ବିରୋଧୀ ଦଳର ସଦସ୍ୟମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ବର୍ଷିବାରୁ ଗୃହର ଅଧ୍ୟକ୍ଷ ଏମ୍‌....

ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ

ଚଣ୍ଡିଗଡ, ୧୬।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ପରିମାଣରେ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭଗଓ୍ବନ୍ତ ମାନ। ସ୍ବାଧୀନତା...

ନିଖୋଜ ବାୟୁସେନା ବିମାନର ବ୍ଲାକ୍‌ବକ୍ସ ମିଳିଲା:ସମସ୍ତ ୧୩ ଯାତ୍ରୀ ମୃତ

ନୂଆଦିଲ୍ଲୀ,୧୪ା୬:ନିଖୋଜ ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଅରୁଣାଚଳର ଏକ ଘଞ୍ଚ ଜଙ୍ଗଲଘେରା ପାର୍ବତ୍ୟାଞ୍ଚଳରୁ ମିଳିଛି। ତେବେ ଏଥିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀ ପ୍ରାଣ...

ଏସବୁ ଅଞ୍ଚଳରେ ପ୍ରଥମେ ଆରମ୍ଭ ହେଲା ଡିଜିଟାଲ ସ୍ବାସ୍ଥ୍ୟ ମିଶନ

ନୂଆଦିଲ୍ଲୀ, ୧୬।୮: ଦେଶର ସମସ୍ତ ଲୋକଙ୍କୁ ଏବେ ଡିଜିଟାଲ ସ୍ମାର୍ଟ ହେଲଥ୍‌ କାର୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧିନତା ଦିବସ ଅବସରରେ ଘୋଷଣା...

ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌

ନୂଆଦିଲ୍ଲୀ,୧୧।୧: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଛି। ଫେବୃୟାରୀରେ ହେବାକୁଥିବା ବଜେଟ ଅଧିବେଶନରେ...

କେରଳର ଭବିଷ୍ୟତ ହେଉଛି ଭାଜପା: ଅମିତ ଶାହା

ଥିରୁଭାନନ୍ତପୁରମ୍‌,୩।୯: ଦେଶରୁ କଂଗ୍ରେସ ନିଶ୍ଚିହ୍ନ ହେଉଛି, ବିଶ୍ୱ କମ୍ୟୁନିଷ୍ଟ ଦଳରୁ ମୁକ୍ତ ହେଉଛି। ଯଦି କେରଳର ଭବିଷ୍ୟତ ଅଛି, ତେବେ ଏହା ହେଉଛି ଭାଜପା ବୋଲି...

୧ ହଜାର ଅତିକ୍ରମ କଲା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଗୁରୁବାର ସୁଦ୍ଧା ୧୨୦୦ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯିବା...

ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ

ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍‌ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ...

Advertisement
Archives

Model This Week