ପରିବେଶ ସୁରକ୍ଷା ଆଜିର ଆହ୍ବାନ

ଆଜିର ଅତ୍ୟାଧୁନିକ ଯୁଗରେ ମଣିଷ-କୃତ ପ୍ରଦୂଷଣ ପ୍ରଭାବରେ ବାୟୁମଣ୍ଡଳରେ ଅମ୍ଳଜାନ ପରିବର୍ତ୍ତେ ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ବଢ଼ିବାରେ ଲାଗିଛି। ଏହାର ପରିମାଣ ଅଧିକ ହେବା ଯୋଗୁ ଭୂପୃଷ୍ଠର ତାପମାତ୍ରା ବୃଦ୍ଧି ପାଉଛି, ଫଳରେ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିପାଇଁ କେତେକ ଦ୍ୱୀପପୁଞ୍ଜ ପାଣିରେ ବୁଡ଼ି ଯାଇଛି ଏବଂ ସମୁଦ୍ରର ଜଳସ୍ତର ବଢ଼ିଚାଲିଛି।
ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ତଥ୍ୟ ଅନୁସାରେ ‘ଏଭରେଷ୍ଟ’ରେ ଗତ ୨୦୦୦ (ଦୁଇହଜାର) ବର୍ଷ ମଧ୍ୟରେ ଯେଉଁ ବରଫ ଜମିଥିଲା, ୨୫ (ପଚିଶ) ବର୍ଷ ମଧ୍ୟରେ ସେଥିରୁ ୧୮୦ (ଏକଶହ ଅଶୀ) ଫୁଟ ପର୍ଯ୍ୟନ୍ତ ତରଳିଛି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି। କେବଳ ଏତିକି ନୁହେଁ, ଭୂପୃଷ୍ଠର ଜଳୀୟଭାଗ ସହ ଜୈବ ସଂପଦ ହ୍ରାସ ପାଉଛି; ଯାହା ଅତ୍ୟନ୍ତ ଦୁଃଖଦ- ଏ ଦିଗରେ ଚାଇନା ଓ ଆମେରିକା ପରେ ଭାରତ ହେଉଛି ତୃତୀୟ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ପଡୁଛି। ସେମାନଙ୍କଠାରେ ଶାରୀରିକ ସହିତ ମାନସିକ ସମସ୍ୟା ଦେଖାଦେଉଛି। ମନୋବିଜ୍ଞାନୀମାନଙ୍କ କହିବା ଅନୁସାରେ ପିଲାଙ୍କଠାରେ ଚିନ୍ତା, ଅବସାଦ, ଦୁଃଖ, ହଠାତ ରାଗିଯିବା ଓ ଚିଡିଚିଡାପଣ ଦେଖାଯାଉଛି। ମନୋବିଜ୍ଞାନୀମାନେ ଏପରି ପରିବର୍ତ୍ତନକୁ ‘ଇକୋ-ଆଙ୍କ୍‌ଜାଇଟ’ ଭାବରେ ଅଭିହିତ କରିଛନ୍ତି।
ପରିବେଶ ପ୍ରଦୂଷଣ ଓ ଏଥିଯୋଗୁ ଘଟୁଥିବା ଜଳବାୟୁ ପରିବର୍ତ୍ତନ ଏବଂ ଏହାର ନିରାକରଣ ଦିଗରେ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସ୍ବିଡେନର ‘ଗ୍ରେଟା ଥନବର୍ଗ’, ଆଠ ବର୍ଷ ବୟସରୁ ଜଳବାୟୁ ପରିବର୍ତ୍ତନ ବିଷୟରେ ଜାଣିବା ପାଇଁ ସେ ଅତି ଅସମ୍ଭବ ଭାବରେ ଉତ୍‌କଣ୍ଠିତ ହୋଇ ଉଠିଥିଲେ। ଏହା ନିଶ୍ଚିତ ଏକ ବିରଳ ଦୃଷ୍ଟାନ୍ତ। ୨୦୧୮ରେ ନବମ ଶ୍ରେଣୀରେ ପଢୁଥିବାବେଳେ ସେ ସ୍କୁଲ ବନ୍ଦ କରି ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ‘ସ୍ବିଡେନ ସଂସଦ’ ଆଗରେ ଧାରଣା ଦେଇଥିଲେ। ତାଙ୍କ ହାତରେ ଗୋଟିଏ ମାତ୍ର ‘ପ୍ଲାକାଡ’ସେ ଧରିଥିଲେ। ସେଥିରେ ଲେଖାଥିଲା ”ସ୍କୁଲ ଷ୍ଟ୍ରାଇକ ଫର କ୍ଲାଇମେଟ ଚେଞ୍ଜ“। ଏହା ପରଦିନ ସେହି ‘ପ୍ଲାକାଡ୍‌’ ଧରି ସ୍ବିଡେନ ସଂସଦ ଭବନ ସମ୍ମୁଖରେ ଆସୁଥିଲେ, ଯେଉଁ ସମୟରେ ସ୍ବିଡେନର ତାପମାତ୍ରା ୨୬୦ ବର୍ଷର ରେକର୍ଡ ଭାଙ୍ଗିଥିଲା। ଦୁର୍ଭାଗ୍ୟ ଯେ ସେତେବେଳେ କେହି ବି ତାଙ୍କୁ ସମର୍ଥନ କରି ନ ଥିଲେ। ତଥାପି ନିଜ ଲକ୍ଷ୍ୟ ପଥରେ ଆପଣାର ଉଦ୍ୟମ ଅବ୍ୟାହତ ରଖି ଠିକ୍‌ ବର୍ଷକ ପରେ ସେ ଚର୍ଚ୍ଚାକୁ ଆସିଲେ। ତାଙ୍କ ପରିବେଶ ଆନ୍ଦୋଳନ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲା। ସୋସିଆଲ୍‌ ମିଡିଆରେ ”ଫ୍ରାଇଡେ ଫର ଫିଉଚର ଫଣ୍ଡ“ କରି ପରିବେଶକୁ ବଞ୍ଚାଇବା ପାଇଁ ଏକ ଅଭିଯାନ ଆରମ୍ଭ କଲେ। ନ୍ୟୁୟର୍କରେ ଅନୁଷ୍ଠିତ ”ୟୁଏନ୍‌ କ୍ଲାଇମେଟ ଚେଞ୍ଜ୍‌ ଆକ୍‌ସନ ସମିଟ’ରେ ଯୋଗ ଦେବାକୁ ସେ ବୋଟ ଦ୍ୱାରା ଯାଇଥିଲେ। ସେଠାରେ ପହଞ୍ଚତ୍ବାକୁ ତାଙ୍କୁ ଦୁଇ ସପ୍ତାହ ଲାଗିଥିଲା। ସେଇଠି ତାଙ୍କର ଓଜସ୍ବିନୀ ଭାଷଣ ଶୁଣି ବିଶ୍ୱ ନେତୃବୃନ୍ଦ ଏବଂ ଅନ୍ୟ ରାଜନେତାମାନେ ବିସ୍ମିତ ହୋଇଯାଇଥିଲେ। ଏପରି କାର୍ଯ୍ୟ ପାଇଁ ୨୦୧୯ରେ ‘ଟାଇମ’ ମାଗାଜିନରେ ତାଙ୍କୁ ‘ପର୍ସନ ଅଫ ଦି ଇଅର’ ଭାବରେ ମନୋନୀତ କରାଯାଇଥିଲା। କମ ବୟସରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପାଇଁ କାର୍ଯ୍ୟ କରୁଥିବାରୁ ସେ ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ଆଦର୍ଶ ସୃଷ୍ଟି କରିଥିବା ଜଣେ ‘ରୋଲ ଆଇକନ’ ଭାବରେ ପରିଚିତ ହେବାର ବିରଳ ସୌଭାଗ୍ୟ ଅର୍ଜନ କରିଛନ୍ତି।
ତାଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ପରିବେଶ ସୁରକ୍ଷା ଅଭିଯାନରେ ୧୮୫ଟି ଦେଶର ୭କୋଟିରୁ ଅଧିକ ଲୋକ, ୧୭ଟି ଦେଶରୁ ଅଧିକ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। ‘ଗ୍ରେଟା’ ମଧ୍ୟ ବିମାନରେ ଯାତ୍ରା କରିବା ବନ୍ଦ କରି ଦେଇଥିଲେ। ତାଙ୍କର ମତ ହେଲା ବିମାନରେ ଇନ୍ଧନ ଜଳିବା ଦ୍ୱାରା ବହୁ ପରିମାଣର ଦୂଷିତ ଓ କ୍ଷତିକାରକ ଗ୍ୟାସ ନିର୍ଗତ ହୁଏ, ଯାହା ‘ଗ୍ଲୋବାଲ ୱାର୍ମିଂ’ ର କାରଣ ହୋଇଥାଏ।
ସେ କହୁଥିଲେ ଘର ବା ବିଦ୍ୟାଳୟ ଚାରିପଟେ ଗଛ ଲଗାଇଲେ ଅମ୍ଳଜାନ ମାତ୍ରା ବୃଦ୍ଧି ପାଇବା ଆବଶ୍ୟକ ନ ଥିଲେ ନିଜ ଘରେ ଲାଇଟ, ଫ୍ୟାନ, କମ୍ପ୍ୟୁଟର, ଲ୍ୟାପଟପ ଆଦି ଅଯଥା ଜଳ ନଷ୍ଟ କରିବା ଅନୁଚିତ। ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପଶୁପକ୍ଷୀମାନଙ୍କ ପ୍ରତି ଯନତ୍ବାନ ହେବା ଆବଶ୍ୟକ। ଆମେ ନିଜେ ପରିବେଶ ସମ୍ପର୍କରେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କଲେ ସାମୂହିକ ସମ୍ବେଦନା ପରିବେଶ ସମ୍ପର୍କରେ ଜାଗ୍ରତ ହେବ, ଯାହା ଆମ ସହିତ ପରପିଢ଼ି ପାଇଁ ଅପରିହାର୍ଯ୍ୟ।

  • ବିମଳ ପ୍ରସନ୍ନ ଦାସ
    ମୋ :୯୪୩୮୧୮୬୨୨୬

Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri