ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି ବିହୁ ପାଳନ କରିବାକୁ ଯାଉଥିବା ବେଳେ ଓଡ଼ିଶାବାସୀ ମହାବିଷୁବ ପଣା ସଂକ୍ରାନ୍ତି ପାଳିବେ। ପଶ୍ଚିମବଙ୍ଗରେ ପୋଇଲା ବୈଶାଖ ପାଳନ ସହିତ ବଙ୍ଗୀୟ ନବବର୍ଷର ଶୁଭାରମ୍ଭ ହେବ। କେରଳରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହିତ ବିଶୁ ପାଳନ କରାଯିବ। ସେହିପରି ତାମିଲନାଡ଼ୁରେ ପୁଥାଣ୍ଡୁ ପାଳନ ହେବାକୁ ଥିବା ବେଳେ ପଞ୍ଜାବ ଓ ଉତ୍ତର ଭାରତର ଅନ୍ୟ ପ୍ରାନ୍ତରେ ବୈଶାଖୀ ପାଳନ କରାଯିବ। ଏସବୁ ପର୍ୱପର୍ୱାଣି ସକାରାତ୍ମକତା ସହିତ ଆଶାର ଏକ ଭାବନା ସୃଷ୍ଟି କରିବ। ଭାରତ ଓ ବିଦେଶରେ ଏସବୁ ପର୍ୱପର୍ୱାଣି ପାଳନ କରୁଥିବା ସମସ୍ତଙ୍କୁ ମୋର ଶୁଭକାମନା। ଏସବୁ ପବିତ୍ର ପର୍ୱପର୍ୱାଣି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ନେଇ ଆସୁ।
ଏହା ସହିତ, ଏପ୍ରିଲ ୧୧ ତାରିଖରେ ଆମେ ମହାତ୍ମା ଫୁଲେଙ୍କ ୨୦୦ତମ ଜନ୍ମ ବାର୍ଷିକୀ ପାଳନ ଆରମ୍ଭ କରିବା ଏବଂ ୧୪ ତାରିଖରେ ସମଗ୍ର ଭାରତ ଆମ୍ୱେଦକର ଜୟନ୍ତୀରେ ଡକ୍ଟର ବାବାସାହେବ ଆମ୍ୱେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ।
ଏହି ବିଶେଷ ଅବସରଗୁଡ଼ିକ ସହିତ, ଯେତେବେଳେ ଆମର ହୃଦୟ ଓ ମନରେ ନୂତନ ଜାଗରଣର ଭାବନା ଭରିଯାଏ, ସେତିକି ବେଳେ ଆମ ଦେଶ ଆଉ ଏକ ଐତିହାସିକ ମୁହୂର୍ତ୍ତର ଦ୍ୱାରଦେଶରେ ଛିଡ଼ା ହୋଇଛି। ଆମ ଗଣତନ୍ତ୍ରର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଏବଂ ସମାନତା ଓ ଅନ୍ତର୍ଭୁକ୍ତୀକରଣ ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିବା ପାଇଁ ଏହା ଏକ ଶ୍ରେଷ୍ଠ ସୁଯୋଗ।
ଆସନ୍ତା ଏପ୍ରିଲ ୧୬ ତାରିଖରେ, ମହିଳା ସଂରକ୍ଷଣକୁ ଆଗକୁ ବଢ଼ାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପରେ ଆଲୋଚନା ଓ ଏହାକୁ ଗୃହୀତ କରିବା ନିମନ୍ତେ ସଂସଦର ଅଧିବେଶନ ବସିବ। ଏହାକୁ କେବଳ ଏକ ଆଇନଗତ କାର୍ଯ୍ୟ ଭାବରେ ବର୍ଣ୍ଣନା କରିବା ନୂ୍ୟନ ହେବ। ଏହା ଭାରତର କୋଟି କୋଟି ମହିଳାଙ୍କ ଆକାଂକ୍ଷାର ପ୍ରତିବିମ୍ୱ। ମହିଳାଙ୍କ ଉନ୍ନତି ହେଲେ ସମାଜର ପ୍ରଗତି ହୋଇପାରିବ। ଏହା ହେଉଛି ସେହି ସିଦ୍ଧାନ୍ତର ସୁଦୃଢ଼ୀକରଣ, ଯାହା ଦୀର୍ଘ ସମୟ ଧରି ଆମ ସଭ୍ୟତାଗତ ଭାବନାକୁ ମାର୍ଗଦର୍ଶନ କରିଆସିଛି।
ଭାରତର ଜନସଂଖ୍ୟାର ପ୍ରାୟ ଅଧା ଭାଗ ହେଉଛନ୍ତି ମହିଳା। ଆମ ଦେଶ ଗଠନରେ ସେମାନଙ୍କର ଅବଦାନ ଅତୁଳନୀୟ ତଥା ଅମୂଲ୍ୟ। ଆଜି ଭାରତର ପ୍ରତିଟି କ୍ଷେତ୍ରରେ ମହିଳାମାନେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବାର ଦେଖିବାକୁ ମିଳୁଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ, କ୍ରୀଡ଼ାଠାରୁ ପ୍ରତିରକ୍ଷା ବାହିନୀ ଏବଂ ସଙ୍ଗୀତଠାରୁ କଳା ପର୍ଯ୍ୟନ୍ତ – ସବୁଠି ମହିଳାମାନେ ଭାରତର ପ୍ରଗତିର ଅଗ୍ରଭାଗରେ ରହିଛନ୍ତି। ବିଗତ ବର୍ଷଗୁଡ଼ିକରେ, ମହିଳା ସଶକ୍ତୀକରଣ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ନିରନ୍ତର ପ୍ରୟାସ କରାଯାଇଛି। ଶିକ୍ଷା କ୍ଷେତ୍ରରେ ସୁଯୋଗ, ଉନ୍ନତ ସ୍ୱାସ୍ଥ୍ୟସେବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ମୌଳିକ ସୁବିଧା ସୁଯୋଗର ଉପଲବ୍ଧତା ସାମାଜିକ ଓ ଅର୍ଥନୈତିକ ଜୀବନରେ ମହିଳାମାନଙ୍କ ଭାଗୀଦାରିକୁ ଆହୁରି ସୁଦୃଢ଼ କରିଛି।
ଏହା ସତ୍ତ୍ୱେ, ରାଜନୀତି ଏବଂ ବିଧାନପାଳିକା କ୍ଷେତ୍ରରେ ସେମାନଙ୍କର ପ୍ରତିନିଧିତ୍ୱ ସମାଜରେ ସେମାନଙ୍କର ଭୂମିକା ଅନୁସାରେ ସମାନ ହୋଇପାରିନାହିଁ। ଏହା ବିଶେଷ ଭାବରେ ଦୁର୍ଭାଗ୍ୟଜନକ, କାରଣ ଯେତେବେଳେ ମହିଳାମାନେ ପ୍ରଶାସନ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି, ସେମାନେ ନିଜ ସହିତ ଏପରି ଅଭିଜ୍ଞତା ଏବଂ ଦୂରଦୃଷ୍ଟି ଆଣିଥାନ୍ତି ଯାହା ସାଧାରଣ ଆଲୋଚନାକୁ ସମୃଦ୍ଧ କରିବା ସହ ଶାସନ ପ୍ରଣାଳୀର ଗୁଣବତ୍ତାରେ ଉନ୍ନତି ଆଣିଥାଏ। ମହିଳାଙ୍କ ଭାଗୀଦାରି ବଢ଼ାଇବା କେବଳ ପ୍ରତିନିଧିତ୍ୱର ବିଷୟ ନୁହେଁ, ଏହା ଆମ ଗଣତନ୍ତ୍ରକୁ ଅଧିକ ସମ୍ୱେଦନଶୀଳ, ସନ୍ତୁଳିତ ଏବଂ ଉତ୍ତରଦାୟୀ କରିବାର ପ୍ରୟାସ।
ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସହିତ ୨୦୨୯ ଲୋକ ସଭା ନିର୍ୱାଚନ ଏବଂ ଆଗାମୀ ସମୟରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ୱାଚନ କରାଯିବା ଅତ୍ୟନ୍ତ ଜରୁରୀ। କିଛି ଦଶନ୍ଧି ଧରି, ପୂର୍ୱ ସରକାରମାନଙ୍କ ଦ୍ୱାରା ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକରେ ମହିଳାମାନଙ୍କୁ ଉପଯୁକ୍ତ ସ୍ଥାନ ଦେବା ପାଇଁ ବାରମ୍ୱାର ପ୍ରୟାସ କରାଯାଇଛି। କମିଟି ଗଠନ ହୋଇଛି, ଚିଠା ବିଲ୍‌ ମଧ୍ୟ ପ୍ରସ୍ତୁତ ହୋଇଛି, କିନ୍ତୁ ସେଗୁଡ଼ିକ କେବେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରି ନାହିଁ। ବିଧାନପାଳିକାଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ାଇବା ନେଇ ବ୍ୟାପକ ସହମତି ହାସଲ କରାଯାଇପାରି ନାହିଁ। ତେବେ ସେପ୍ଟେମ୍ୱର ୨୦୨୩ରେ ସର୍ୱସମ୍ମତିକ୍ରମେ ସଂସଦ ‘ନାରୀ ଶକ୍ତି ବନ୍ଦନ ଆଇନ’କୁ ଅନୁମୋଦନ କରିଥିଲା। ଏହାକୁ ମୁଁ ମୋ ଜୀବନର ସବୁଠୁ ସ୍ୱତନ୍ତ୍ର ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରିଥାଏ।
ମହିଳା ସଂରକ୍ଷଣ ସୁନିଶ୍ଚିତ କରିବାର ଏହି ସୁଯୋଗ ଆମ ସମ୍ୱିଧାନର ମୂଳଭାବନା ସହିତ ଗଭୀର ଭାବରେ ଜଡ଼ିତ। ଆମ ସମ୍ୱିଧାନର ନିର୍ମାତାମାନେ ଏପରି ଏକ ସମାଜର ପରିକଳ୍ପନା କରିଥିଲେ ଯେଉଁଠି ସମାନତା କେବଳ ସମ୍ୱିଧାନରେ ସୀମିତ ରହିବ ନାହିଁ ବରଂ ଏହା ବାସ୍ତବ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ। ବିଧାନପାଳିକା ପ୍ରତିଷ୍ଠାନରେ ମହିଳାମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ସେହି ପରିକଳ୍ପନାକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଏପରି ଏକ ସମାଜ ଗଠନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ, ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କ ରାଷ୍ଟ୍ରର ଭାଗ୍ୟ ଗଠନରେ ସମାନ ଭୂମିକା ରହିବ।
ଏହା ଏପରି ଏକ ମୁହୂର୍ତ୍ତ ଯାହାକୁ ଆଉ ସ୍ଥଗିତ ରଖାଯାଇପାରିବ ନାହିଁ। ମହିଳା ପ୍ରତିନିଧିତ୍ୱକୁ ଆଗକୁ ବଢ଼ାଇବାରେ ଡେରି କରିବାର ଅର୍ଥ ହେଉଛି ବାସ୍ତବରେ ଆମର ଗଣତନ୍ତ୍ରର ଗୁଣବତ୍ତା ଏବଂ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବାର ନିଷ୍ପତ୍ତିକୁ ଟାଳିଦେବା। ଅନେକ ଦଶନ୍ଧି ଧରି, ବିଧାନପାଳିକା ପ୍ରତିଷ୍ଠାନଗୁଡ଼ିକରେ ମହିଳାଙ୍କ ଅଧିକ ଅଂଶଗ୍ରହଣ ଆବଶ୍ୟକତାକୁ ସ୍ୱୀକାର କରି ଆଲୋଚନା ଏବଂ ବିଚାରବିମର୍ଶ ହୋଇଛି। ଏହାକୁ କାର୍ଯ୍ୟରେ ପରିଣତ କରିବାରେ ଆଉ ବିଳମ୍ୱ କରାଯିବା ଉଚିତ ହେବ ନାହିଁ। ଏହାକୁ ସ୍ୱୀକାର କରି ସଂଶୋଧନ କରିବାର କ୍ଷମତା ଆମ ପାଖରେ ରହିଛି। ଅଧିକ ବିଳମ୍ୱର ଅର୍ଥ ହେଉଛି ପୁରୁଣା ଅସନ୍ତୁଳନକୁ ଆଗକୁ ବଢ଼ାଇବା। ଭାରତ ଏବେ ଆତ୍ମବିଶ୍ୱାସ ସହିତ ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ଆଗକୁ ବଢୁଛି। ଆମ ପ୍ରତିଷ୍ଠାନଗୁଡ଼ିକରେ ସବୁ ନାଗରିକ, ବିଶେଷ କରି ଅଧା ଜନସଂଖ୍ୟାର ଆକାଂକ୍ଷା ପ୍ରତିଫଳିତ ହେବା ଜରୁରୀ। ଏହା ପ୍ରକୃତରେ ଆମର ଗଣତନ୍ତ୍ରକୁ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ, ପ୍ରତିକ୍ରିୟାଶୀଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାର ଏକ ଐତିହାସିକ ସୁଯୋଗ।
ଏହି ମୁହୂର୍ତ୍ତ ଆମ ସମସ୍ତଙ୍କର ସାମୂହିକ ପ୍ରୟାସ ନିମନ୍ତେ ଆହ୍ୱାନ କରୁଛି। ଏହା କୌଣସି ନିର୍ଦ୍ଦିଷ୍ଟ ସରକାର, ଦଳ ବା ବ୍ୟକ୍ତିବିଶେଷର ବିଷୟ ନୁହେଁ; ବରଂ ଏହି ପଦକ୍ଷେପର ଗୁରୁତ୍ୱକୁ ସମଗ୍ର ଦେଶ ହୃଦୟଙ୍ଗମ କରି ଏହାର ସଫଳ ରୂପାୟନ ପାଇଁ ଏକଜୁଟ ହେବାର ସମୟ। ଆମର ‘ନାରୀ ଶକ୍ତି’ ପ୍ରତି ଏହା ହିଁ ହେବ ପ୍ରକୃତ ସମ୍ମାନ। ସେଥିପାଇଁ, ମହିଳା ସଂରକ୍ଷଣ ବିଲ୍‌ ଅନୁମୋଦିତ ହେବା ସମୟରେ ବ୍ୟାପକ ସହମତି ପ୍ରକାଶ ପାଇବା ଆବଶ୍ୟକ ଏବଂ ଏହା ବୃହତ୍‌ ଜାତୀୟ ସ୍ୱାର୍ଥ ଦ୍ୱାରା ପରିଚାଳିତ ହେବା ଉଚିତ। ଏଭଳି ସୁଯୋଗ ଆମକୁ ନିଜ ପାଇଁ ନୁହେଁ ବରଂ ଆଗାମୀ ପିଢ଼ି ଲାଗି କାର୍ଯ୍ୟ କରିବାକୁ ପ୍ରେରଣା ଦିଏ। ଏହା ଆମକୁ ମନେପକାଇ ଦିଏ ଯେ, ସମୟ ସହିତ ପରିବର୍ତ୍ତିତ ହେବା ଏବଂ ସମସ୍ତଙ୍କୁ ସାମିଲ କରି ଅଧିକ ସମାବେଶୀ ହେବା ମଧ୍ୟରେ ହିଁ ଏକ ଗଣତନ୍ତ୍ରର ପ୍ରକୃତ ଶକ୍ତି ନିହିତ।
ଏହି ଐତିହାସିକ ସଂସଦୀୟ ଅଧିବେଶନ ପୂର୍ୱରୁ ମୁଁ ସମସ୍ତ ରାଜନୈତିକ ଦଳର ସାଂସଦମାନଙ୍କୁ ନିବେଦନ କରୁଛି ଯେ, ଭାରତର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମସ୍ତେ ମିଳିମିଶି ସମର୍ଥନ କରନ୍ତୁ। ଆସନ୍ତୁ, ଏହି ସୁଯୋଗକୁ ଏକ ଦାୟିତ୍ୱବୋଧ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସହିତ ଗ୍ରହଣ କରିବା। ଆମେ ଏପରି ଭାବରେ କାର୍ଯ୍ୟ କରିବା, ଯାହା ଆମ ଗଣତନ୍ତ୍ରର ସର୍ୱୋଚ୍ଚ ପରମ୍ପରାକୁ ପ୍ରତିଫଳିତ କରିବ।
ଭାରତ ସର୍ୱଦା ଏହା ପ୍ରମାଣିତ କରିଛି ଯେ, ଯେତେବେଳେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆସେ, ଦେଶ ସମସ୍ତ ମତଭେଦରୁ ଊର୍ଦ୍ଧ୍ୱକୁ ଉଠି ଏକଜୁଟ ହୋଇ କାର୍ଯ୍ୟ କରିଥାଏ। ଏହା ସେହିଭଳି ଏକ ମୁହୂର୍ତ୍ତ। ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଆଗକୁ ବଢ଼ିବା ଏବଂ ସାମ୍ୱିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଦେଶର ପ୍ରଗତି ପାଇଁ ଆମର ‘ନାରୀ ଶକ୍ତିକୁ’ ସଶକ୍ତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri