ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ ପାଇଁ ଶିକ୍ଷା କାର୍ଯ୍ୟ କରିଥାଏ। ଶିକ୍ଷା ଯଦି ଏକ ସ୍ବର୍ଣ୍ଣ ତ୍ରିଭୁଜ ହୁଏ, ବିଦ୍ୟାଳୟ, ଶିକ୍ଷାର୍ଥୀ ଏବଂ ଶିକ୍ଷକ ଏହାର ତିନୋଟି କୋଣ ସଦୃଶ। ତିନି ହେଁ ପରସ୍ପର ପରିପୂରକ। ଶିକ୍ଷକ ରୂପରେ ଶିକ୍ଷାର୍ଥୀଙ୍କ ଭୂମିକାକୁ ବ୍ୟାଖ୍ୟା କରିବା କିମ୍ବା ସେମାନଙ୍କ ନ୍ୟସ୍ତକାର୍ଯ୍ୟର ଗ୍ରେଡିଂ (ବର୍ଗୀକରଣ) କରିବାଠାରୁ ଅନେକ ଦୂର ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ଶିକ୍ଷା ମାଧ୍ୟମରେ ଜଣେ ବ୍ୟକ୍ତିର ବୈଚାରିକ ଶକ୍ତି ପରିପୁଷ୍ଟ ହୋଇଥାଏ। ଯେଉଁଥିରେ ଦାୟିତ୍ୱବାନ ନାଗରିକ ହେବା ପାଇଁ ମାର୍ଗଦର୍ଶନ, ପ୍ରେରଣା ଏବଂ ସଶକ୍ତୀକରଣ ଅନ୍ତର୍ଭୁକ୍ତ। ନିଜ ଭୂମିକା ଉପରେ ଚିନ୍ତନ କରିବା ଦ୍ୱାରା ଆମେ ନିଜ ଦାୟିତ୍ୱବୋଧତାକୁ ଅଧିକ ସଚେତନ ଭାବରେ ଗ୍ରହଣ କରିପାରିବା। ଏଥିସହ ଶିକ୍ଷାର୍ଥୀ ଏବଂ ସମାଜର ପରିବର୍ତ୍ତିତ ଆବଶ୍ୟକତା ସହିତ ଖାପ ଖୁଆଇ ପାରିବା।
ସମସାମୟିକ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକଙ୍କ ଭୂମିକା ଜ୍ଞାନର ଏକମାତ୍ର ଉତ୍ସରୁ ରୂପାନ୍ତରଣ ହୋଇ ଶିକ୍ଷଣର ସହଭାଗୀ ହୋଇଛି। ଏହି ପରିବର୍ତ୍ତନ ଛାତ୍ରୀଛାତ୍ରଙ୍କୁ ଅନୁସନ୍ଧାନ କରିବାରେ, ପ୍ରଶ୍ନ ପଚାରିବାରେ ଏବଂ ସେମାନଙ୍କର ନିଜସ୍ବ ଚିନ୍ତାଧାରାକୁ ପ୍ରଷ୍ପୁଟିତ କରିବା ପାଇଁ ମାର୍ଗଦର୍ଶନ କରିବାରେ ଗୁରୁତ୍ୱ ପ୍ରଦାନ କରିଥାଏ। ଏହା ଏପରି ଏକ ପରିବେଶ ସୃଷ୍ଟି କରେ ଯେଉଁଠାରେ ଶିକ୍ଷାର୍ଥୀମାନେ ନିଜ ବିଚାରଧାରାକୁ ପରିପ୍ରକାଶ କରିବା, ଭୁଲ କରିବା ଏବଂ ତହିଁରୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇ ନିରାପଦ ଅନୁଭବ କରନ୍ତି। ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ବିଭିନ୍ନ ପରିଷଦ ରହିଛି। ଶିକ୍ଷାର୍ଥୀଙ୍କ ପାଇଁ କାମ କରିବା ସମୟରେ ଶିକ୍ଷକଙ୍କ ଭୂମିକା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ଏ ସମସ୍ତ ପରିଷଦ ଅବଗତ। ଯେତେବେଳେ ଶିକ୍ଷକଙ୍କ କଥା ଆଲୋଚନାର ପରିସରକୁ ଆସେ ସେତେବେଳେ ଗୋଟିଏ କଥା ସ୍ପଷ୍ଟ ଭାବେ ସାମ୍ନାକୁ ଆସିଥାଏ ଯେ ଶିକ୍ଷାର୍ଥୀଗଣ ଯେପରି ପାଠ୍ୟକ୍ରମକୁ ଦୃଢ଼ତାର ସହିତ ବୁଝିବେ ତାହା ସୁନିଶ୍ଚିତ କରିବା ଶିକ୍ଷକଙ୍କର ପ୍ରାଥମିକ ଦାୟିତ୍ୱ।
ଶିକ୍ଷକଙ୍କ କାର୍ଯ୍ୟାବଳୀ କେବଳ ଶିକ୍ଷାଦାନ ଏବଂ ଶିକ୍ଷଣ ସାମଗ୍ରୀର ପ୍ରୟୋଗ ମଧ୍ୟରେ ସୀମିତ ନୁହେଁ। ଶିକ୍ଷାର୍ଥୀମାନେ ଚାପ ମଧ୍ୟରେ ଯେପରି କାର୍ଯ୍ୟ ସମ୍ପାଦନ କରିପାରିବେ, ଠିକ ଭାବେ ସମୟ ପରିଚାଳନା କରିବେ ଏବଂ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ ଏ ଦିଗରେ ଶିକ୍ଷକମାନେ ଅଭିନବ କୌଶଳ ବିକଶିତ କରିବା ଉଚିତ। ଏହି ପରିପ୍ରେକ୍ଷୀରେ ଶିକ୍ଷକଙ୍କଠାରେ ବିଭିନ୍ନ ବିଷୟର ପାରଦର୍ଶିତା ସହ ପରୀକ୍ଷା ପଦ୍ଧତି ଏବଂ ବିଭିନ୍ନ ଅବଧାରଣା ବିଷୟରେ ଗଭୀର ସଚେତନତା ଦାବି କରେ। ଆଜି ବିଭିନ୍ନ ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଆକଳନ (ପରୀକ୍ଷା)ରେ ଶିକ୍ଷାର୍ଥୀଙ୍କ ପାଇଁ ଆଧୁନିକ ଶୈକ୍ଷିକ ଦୃଶ୍ୟପଟ୍ଟରେ ବୃଦ୍ଧି ପାଉଥିବା ପ୍ରତିସ୍ପର୍ଦ୍ଧା, ସାମାଜିକ ପ୍ରତ୍ୟାଶା ଏବଂ ଶିକ୍ଷଣରେ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ସମନ୍ବୟ ଭଳି ଏକାଧିକ ଆହ୍ବାନ ଅନ୍ତର୍ଭୁକ୍ତ। ଶିକ୍ଷଣ ପ୍ରକ୍ରିୟାକୁ ଆକର୍ଷଣୀୟ ତଥା ସୁଗମିତ କରିବା ପାଇଁ ଡିଜିଟାଲ ଉପକରଣଗୁଡ଼ିକର ପ୍ରୟୋଗ ସହିତ ଶିକ୍ଷାର୍ଥୀଙ୍କ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଅଭିନବ ଜ୍ଞାନ କୌଶଳର ପ୍ରୟୋଗ ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀ ଯେପରି ଶିକ୍ଷଣ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବେ ଓ ମୂଲ୍ୟବାନ ଅନୁଭବ କରିବେ ତାହା ସୁନିଶ୍ଚିତ କରିବା ଶିକ୍ଷକଙ୍କର ଦାୟିତ୍ୱ। ଏହା ସହିତ ଶିକ୍ଷାର୍ଥୀଙ୍କର ବିବିଧ ଶିକ୍ଷଣ ଆବଶ୍ୟକତାକୁ ସ୍ବୀକାର କରିବା, ତାହାକୁ ପୂରଣ କରିବା ଏବଂ ଆବଶ୍ୟକ ସ୍ଥଳେ ଶିକ୍ଷଣକୁ ବ୍ୟକ୍ତିଗତ ସ୍ତରରେ ପ୍ରୟୋଗ କରିବା ଦରକାର। ଶିକ୍ଷାର୍ଥୀଙ୍କ ସଫଳତା ସୁନିଶ୍ଚିତ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। ଏକଥାକୁ ମଧ୍ୟ ଅସ୍ବୀକାର କରାଯାଇ ପାରିବ ନାହିଁ ଯେ ଶିକ୍ଷାର୍ଥୀମାନେ ନିଜ ଶିକ୍ଷଣ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଅଛନ୍ତି, ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଯାହା ପ୍ରାୟତଃ ସେମାନଙ୍କ ଭବିଷ୍ୟତର ଶିକ୍ଷାଗତ ଏବଂ ବୃତ୍ତିଗତ ପଥ ନର୍ଣ୍ଣୟ କରିଥାଏ। ଏଭଳି ସ୍ଥିତିରେ ଶିକ୍ଷକ ଭାବରେ ନିଜ ଭୂମିକାକୁ ବିଚାର କଲେ ଏକ ସନ୍ତୁଳିତ ଆଭିମୁଖ୍ୟର ଆବଶ୍ୟକତା ପ୍ରକାଶ ପାଇଥାଏ। ଯାହା ଶୈକ୍ଷିକ କଠୋରତା, ଭାବନାତ୍ମକ ସମର୍ଥନ ଏବଂ ଜୀବନ କୌଶଳର ବିକାଶକୁ ଯୋଡିଥାଏ।
ଜଣେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟରୁ ଗୋଟିଏ ହେଉଛି ‘ଜୀବନବ୍ୟାପୀ ଶିକ୍ଷାର୍ଥୀ ହେବା’। ଶିକ୍ଷା ଏକ ଗତିଶୀଳ କ୍ଷେତ୍ର। ଶୈକ୍ଷିକ ପ୍ରଗତି, ସାଂସ୍କୃତିକ ପରିବର୍ତ୍ତନ ଏବଂ ପ୍ରଯୁକ୍ତିବିଦ୍ୟାର ନବସୃଜନ ସହିତ ଶିକ୍ଷକଗଣ ଅଦ୍ୟତନ ରହିବା ଜରୁରୀ। ବ୍ୟକ୍ତିଗତ ଅଭିବୃଦ୍ଧି ପ୍ରତି ଏହି ପ୍ରତିବଦ୍ଧତା କେବଳ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାକୁ ପ୍ରଭାବଶାଳୀ କରେନାହିଁ ବରଂ ଶିକ୍ଷାର୍ଥୀଙ୍କ ପାଇଁ ନିରନ୍ତର ଶିକ୍ଷଣର ମୂଲ୍ୟକୁ ମଧ୍ୟ ଏକ ନମୁନା (ମଡେଲ) ରୂପେ ଗଢିତୋଳେ। ଆଲୋଚନାତ୍ମକ ଚିନ୍ତାଧାରା, ସହଯୋଗୀ ମନୋଭାବ ଏବଂ ଅନୁକୂଳନଶୀଳ ଭଳି ଶିକ୍ଷଣ ପ୍ରକ୍ରିୟା ଶିକ୍ଷାର୍ଥୀଙ୍କୁ ପରୀକ୍ଷା କକ୍ଷ ବାହାରେ ଏକାଧିକ ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ କରିଥାଏ। କେବଳ ପ୍ରଗତିପତ୍ର (ରିପୋର୍ଟକାର୍ଡ)ରେ ନମ୍ବର ଦେବା ନୁହେଁ, ଶିକ୍ଷା ହେଉଛି ଶିକ୍ଷାର୍ଥୀଙ୍କୁ ଜୀବନବ୍ୟାପୀ ଦକ୍ଷତା ସହିତ ସୁସଜ୍ଜିତ କରିବା। ଶିକ୍ଷକ ଭାବରେ ଆମେ ନିଜ ଭୂମିକା ଉପରେ ପ୍ରତିଫଳନ କରିବା ଦ୍ୱାରା ମାନବ ସମ୍ବଳ ଗଢିବାରେ ସହାୟକ ହୋଇଥାଏ। ଶିକ୍ଷକତାର ସେହି ବିଶାଳ ଦାୟିତ୍ୱ ଏବଂ ସୁଯୋଗକୁ ତାହା ଆଲୋକପାତ କରିଥାଏ। ଏଥିପାଇଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ସହିତ ଶୈକ୍ଷିକ ଜ୍ଞାନ, ଭାବନାତ୍ମକ ବୁଦ୍ଧିମତ୍ତା ଏବଂ ଅତୁଟ ସମର୍ପଣ ଅପରିହାର୍ଯ୍ୟ। ଛାତ୍ରୀଛାତ୍ରଙ୍କ ଭାବନାକୁ ପ୍ରତିପୋଷଣ କରି ସେମାନଙ୍କୁ ବିଭିନ୍ନ ପରୀକ୍ଷାରେ ଏବଂ ବୃତ୍ତିଗତ ଜୀବନରେ ସଫଳତା ଆଡ଼କୁ ଅଗ୍ରସର କରାଇପାରିବା। ଶିକ୍ଷକ ଭାବରେ ନିଜର ବହୁମୁଖୀ ଭୂମିକାକୁ ଗ୍ରହଣ କରି ଆମେ ଛାତ୍ରୀଛାତ୍ରଙ୍କ ପାଇଁ ପରିବର୍ତ୍ତନକାରୀ ଅଭିଜ୍ଞତା ସୃଷ୍ଟି କରିପାରିବା।

ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?