ପରିବେଶ ଓ ମା’

ଡ. ଅରୁନ୍ଧତୀ ଦେବୀ

 

ମାମାକୁ ତା’ ମା’ କହିଲେ, ‘ତୁ ଟିକେ ରୋଷେଇଘରୁ ଚିନି ଡବାଟା ଆଣିଲୁ’। ମାମା ଶୁଣିଲା ନାହିଁ। ପୁଣି ଥରେ ନିଜ କଣ୍ଠସ୍ବର ଉଚ୍ଚକରି କହିଲେ। ତଥାପି ମାମା ହୁଙ୍କିଲା ନାହିଁ। ଏଥର ଚିତ୍କାର କରି କହିଲେ, କିନ୍ତୁ ମାମା ଶୁଣି ନ ଶୁଣିଲା ପରି ଶୋଇବା ଘରକୁ ଚାଲିଗଲା। ଶେଷରେ ତା’ର ମା’ ମାମା ଚୁଟିଝିଙ୍କି ତା’ ପିଠିରେ ଦୁମ୍‌କିନା ବିଧାଟାଏ କଷିଦେଲେ। ମାମା ଜୋରରେ କାନ୍ଦିଲା। କିଛି ଉତ୍ତର ନ କଲେ ବି ମନମାରି ବସିଗଲା। ନା ପାଠ ପଢ଼ିଲା ନା ଆଉ କିଛି କାମ କଲା। ଏଥିରୁ ଜଣାପଡ଼ିଲା ମାମାର ମା’ ତାକୁ କେମିତି ଶିକ୍ଷା-ଦୀକ୍ଷା ବା ସଂସ୍କାର ଦେଇଛନ୍ତି ? ଅବଶ୍ୟ ତା’ମା’ଙ୍କୁ ସମ୍ପୂର୍ଣ୍ଣ ଦୋଷାରୋପ କରିବା ଠିକ୍‌ ନୁହେଁ। ମାମାର ଜନ୍ମଗତ ପ୍ରକୃତି ଏବଂ ସେ ରହୁଥିବା ପରିବେଶ ବି ଏଥିପାଇଁ ଦାୟୀ। କିନ୍ତୁ ଶିଶୁଟିର ବୋଧଶକ୍ତି ଆସିବା ଆରମ୍ଭରୁ ଯଦି ତା’ ମା’ତାକୁ କେତୋଟି ପ୍ରାଥମିକ ଚଳଣି, ବ୍ୟବହାର ଏବଂ ହାବଭାବ ଶିଖାନ୍ତି ତା’ହେଲେ ସେ ଅନ୍ତତଃ ସେସବୁକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତା।
ସ୍ନେହ ଦେଇ ଶିଶୁଙ୍କୁ ଆପଣାର କରିହୁଏ। କିନ୍ତୁ ସେହି ସ୍ନେହ ମାପିଚୁପି ବିତରଣ କରିବା ଉଚିତ। ପୁଣି ଭୟ ଦେଖାଇବା ଆଉ ଏକ ଅସ୍ତ୍ର, ଯାହା ମା’ ଶିଶୁଟିର ବେପରୁଆ ନୀତିକୁ ଲଗାମ ଲଗାଏ। ଏମିତିରେ ପ୍ରତିଟି କଥାରେ ଭଲ-ଖରାପ ବାଛି ଶିଶୁକୁ ସେ ବିଷୟରେ ସଚେତନ କରିବା ମା’ଙ୍କର ଗୁରୁଦାୟିତ୍ୱ। ତେବେ ଶିଶୁଟିର ଜନ୍ମଗତ ପ୍ରକୃତି ଯଦି ବେପରୁଆ ଜଣାପଡ଼େ, ମା’ ତା’ପ୍ରତି ଅଙ୍କୁଶ ଲଗାଇବା ବିଧେୟ। ଶିଶୁର କେତେକ ସ୍ବଭାବ ଭଲ ଅର୍ଥାତ୍‌ ଗଠନାତ୍ମକ ହୋଇଥିବାବେଳେ, କେତେକ ସ୍ବଭାବ ନକାରାତ୍ମକ ହୋଇଥାଏ। ତେବେ ନକାରାତ୍ମକ ସ୍ବଭାବରୁ ଶିଶୁକୁ ନିବୃତ୍ତ ରଖିବା ଉଚିତ। କେତେକ କ୍ଷେତ୍ରରେ ଶିଶୁର କିଛି ବଳବତ୍ତର ପ୍ରକୃତି ପରିଲକ୍ଷିତ ହୁଏ ଯାହା ତା’ର ମା’ଙ୍କୁ ଭଲ ଲାଗେ, ଖରାପ ବି ଲାଗେ। କାରଣ କିଛି ଅଶୋଭନୀୟ କଥାରେ ଯଦି ଶିଶୁ ଜିଦ୍‌ କରିବସେ ସେଥିରୁ ମା’ବାରଣ କରିଥା’ନ୍ତି। ଏତେବେଳେ ଶିଶୁ ଓ ମା’ମଧ୍ୟରେ ପାଚେରି ଗଢ଼ିଉଠେ। ପିଲା ଚାହେଁ ତାହା କରିବାକୁ; କିନ୍ତୁ ମା’ ତାକୁ ବାରଣ କରେ। ଧୀରେ ଧୀରେ ଶିଶୁ ଅନୁଭବ କରେ ତା’ ମା’ ତା’ର ବିରୋଧୀ। ତଥାପି ମା’ ସବୁ କଥାରେ ଆଦୌ ବୁଝାମଣା କରିବା ଅନୁଚିତ।
ପରିବେଶ ଅନୁସାରେ ପିଲାଟି କେତେକ ନ କରିବା କଥା କରିବସେ। ପୁଣି ପରିବେଶ ପ୍ରଭାବରେ ସେ ଉପସ୍ଥିତ ବୁଦ୍ଧିସମ୍ପନ୍ନ, ପ୍ରତ୍ୟୁପତ୍ନ୍ନମତି, ଚତୁର ଏବଂ ସାହସୀ ହୋଇଥାଏ। କେତେକ ବସ୍ତୁ, ବ୍ୟକ୍ତି ଏବଂ ଆଚାର ବ୍ୟବହାର ତାକୁ ଅନେକ କଥା ଜାଣିବାରେ ସାହାଯ୍ୟ କରେ। ଅନ୍ୟକୁ ଅନୁକରଣ କରିବା ପ୍ରାୟ ଶିଶୁଟି ଏଇ ପରିବେଶରୁ ହିଁ ଶିଖିଥାଏ। କିନ୍ତୁ ଏଇ ପରିବେଶ ବି ପିଲାଟିକୁ ବିପଥଗାମୀ କରାଏ। କାରଣ ପରିବେଶ ପ୍ରଭାବରେ ସେ ନିଜର ଉତ୍ତମ ସ୍ବଭାବ ଏବଂ ମା’ର ସୁଶିକ୍ଷାକୁ ଧୀରେ ଧୀରେ ଭୁଲିବାକୁ ବସେ। ଯେତେବେଳେ ସେ ସମ୍ପୂର୍ଣ୍ଣ ପରିବେଶର ସମର୍ଥକ ହୋଇଯାଏ, ସେତେବେଳେ ତାକୁ ସ୍ବପ୍ରକୃତି ବା ମା’ଙ୍କ ଶିକ୍ଷା-ଦୀକ୍ଷାରୁ ବିଚ୍ୟୁତ ହେବାକୁ ପଡ଼େ। ତେଣୁ ପିଲାଟିକୁ ପୂରାପୂରି ପରିବେଶର ଅଧୀନ କରିବା ଅନୁଚିତ। ବରଂ ତା’ର ଏକାକିତ୍ୱ ଅନୁଭବ ଦୂର କରିବାକୁ ପରିବେଶ ସହ କେବେ କେବେ ମିଶିବାର ସୁଯୋଗ ଦେବା ଠିକ୍‌। ଯଦି କୌଣସି ପରିବେଶରେ ପିଲାଟି ବିଶୃଙ୍ଖଳିତ, ବେପରୁଆ କି ବିପଥଗାମୀ ହୋଇଯାଉଛି, ତା’ହେଲେ ଯଥାଶୀଘ୍ର ତାକୁ ସେଠାରୁ ଦୂରେଇ ନିଅନ୍ତୁ। ପରିବେଶ ଯେ ପିଲାର ବିରୋଧୀ ହୁଏ ତା’ନୁହେଁ – ବେଳେ ବେଳେ ମା’ବାପାଙ୍କୁ ଯେଉଁ ପରିବେଶରେ ସୁହାଉ ନ ଥାଏ, ସେ ପରିବେଶରେ ପିଲାଟି ଖାପଖୁଆଇ ପାରେ। ପିଲାକୁ ଯେଉଁ ପରିବେଶରେ ରଖୁଛନ୍ତି ସେ ପରିବେଶର ସେ ସମର୍ଥକ କି ନୁହେଁ, ଅନୁଧ୍ୟାନ କରନ୍ତୁ। ନତୁବା ତାକୁ ସୁହାଉ ନ ଥିବା ପରିବେଶ ତା’ର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶରେ ଅନ୍ତରାୟ ହୋଇପାରେ। ଯେଉଁ ପିଲା ଯେପରି ହେବା କଥା ସେପରି ହେବ। ଅବଶ୍ୟ ଏଭଳି ଲୋକବିଶ୍ୱାସ ଭୁଲ୍‌ ନୁହେଁ। କାହିଁକିନା ମଫସଲ ଅଞ୍ଚଳରେ ରହି ପିଲାଟି ସେଠାକାର ଅନୁନ୍ନତ ପରିବେଶରେ ମଧ୍ୟ ନିଜାର ଶାରୀରିକ ଓ ମାନସିକ ବିକାଶ କରିପାରୁଛି। କିନ୍ତୁ ସହର ପରିବେଶରେ ସବୁ ପ୍ରକାର ସୁବିଧା ସୁଯୋଗ ପାଇ ବି ପିଲାମାନେ ସେମିତି କିଛି ଆଖିଦୃଶିଆ ଦିଗରେ ଓସ୍ତାଦ ହୋଇ ପାରୁନାହାନ୍ତି। ତେଣୁ ଯିଏ ଯେମିତି ହେବା କଥା ସେମିତି ହେବ କଥାଟି ଏଭଳି କ୍ଷେତ୍ରରେ ପ୍ରଯୁଯ୍ୟ। ପିଲାଟିର ଜନ୍ମଗତ ପ୍ରକୃତି, ପରିବେଶ ଓ ମା’ଙ୍କ ଯତ୍ନ ହିଁ ତାକୁ ପରିପୂର୍ଣ୍ଣ କରିପାରେ। ପିଲାର ମନସ୍ତତ୍ତ୍ୱକୁ ଠିକ୍‌ ଠିକ୍‌ ପଢ଼ନ୍ତୁ। ଏଥିପାଇଁ ମା’ ହିଁ ବେଶି ଦାୟୀ। ନ ହେଲେ ଆପଣଙ୍କ ସ୍ବପ୍ନ ସାକାର ହୋଇ ନ ପାରେ।
ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧୀ ଆନ୍ଦୋଳନ, କଟକ, ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?