Posted inଜାତୀୟ

ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ କଟକଣା

ଡେରାଡୁନ୍‌,୭ା୧: ହରିଦ୍ୱାରରେ ଥିବା ୧୦୫ଟି ଘାଟକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ସେହିପରି ହରିଦ୍ୱାର ଓ ଋଷିକେଶକୁ ପବିତ୍ର ସହର ରୂପେ ଘୋଷଣା କରିବା ନେଇ ମଧ୍ୟ ସରକାରଙ୍କ ଯୋଜନା ରହିଛି। ହର-କି-ପୌରି ଘାଟର ଦେଖାଶୁଣା କରୁଥିବା କେତେଜଣ ଧାର୍ମିକ ନେତା ଓ ଏକ ସଙ୍ଗଠନ ପକ୍ଷରୁ ଏପରି ଦାବି କରାଯିବା ପରେ ଉତ୍ତରାଖଣ୍ଡ ସରକାର ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏପରି କଟକଣା ଜାରି ପାଇଁ ଉଦ୍ଦିଷ୍ଟ ୧୯୧୬ ମସିହାର ଏକ ଚୁକ୍ତି ଉପରେ ମଧ୍ୟ ରାଜ୍ୟ ସରକାର ସମୀକ୍ଷା କରୁଥିବା ଜଣାପଡ଼ିଛି। ୨୦୨୭ରେ ପଡ଼ୁଥିବା ଅର୍ଦ୍ଧକୁମ୍ଭ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ।
୧୨୦ ବର୍ଗ କି.ମି. ବିସ୍ତୃତ ଅଞ୍ଚଳରେ ଥିବା ୧୦୫ ଘାଟକୁ ଅଣହିନ୍ଦୁଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରିବା ପାଇଁ କେତେଜଣ ସାଧୁସନ୍ଥ ଦାବି କରିଛନ୍ତି। ହର-କି-ପୌରି ଘାଟର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଗଙ୍ଗା ସଭା ସଙ୍ଗଠନ ମଧ୍ୟ ଅନୁରୂପ ଦାବି କରିଛି। ଏହା ପରେ ଉତ୍ତରାଖଣ୍ଡର ଭାଜପା ସରକାର ହରିଦ୍ୱାର ଓ ଋଷିକେଶକୁ ‘ସନାତନ ପବିତ୍ର ସହର’ ରୂପେ ଘୋଷଣା କରିବାକୁ ଯୋଜନା ଚଳାଇଛନ୍ତି। ୨୦୨୭ ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ଆରମ୍ଭ ହେବାକୁ ଥିବା ଅର୍ଦ୍ଧକୁମ୍ଭ ମେଳାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ୧୯୧୬ରେ ଭାରତରନତ୍ ପଣ୍ଡିତ ମଦନ ମୋହନ ମାଲବ୍ୟ ଓ ବ୍ରିଟିଶ ସରକାର ମଧ୍ୟରେ ସମ୍ପାଦନ ହୋଇଥିବା ଏ ସଂକ୍ରାନ୍ତ ଚୁକ୍ତିନାମାର ବିବରଣୀକୁ ମଧ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ମାଲବ୍ୟ ଗଙ୍ଗାସଭାର ପ୍ରଥମ ଅଧ୍ୟକ୍ଷ ଥିଲେ। ଗଙ୍ଗାନଦୀର ପ୍ରବାହରେ ଯେପରି ବାଧା ନ ଉପୁଜେ ତାହା ସୁନିଶ୍ଚିତ କରି ହରିଦ୍ୱାରର ପବିତ୍ରତାକୁ ବଜାୟ ରଖିବା ପାଇଁ ଉକ୍ତ ଚୁକ୍ତିନାମାରେ ସହମତି ପ୍ରକାଶ ପାଇଥିଲା। ସେହିପରି ହରିଦ୍ୱାର ସହରକୁ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ନେଇ ସର୍ତ୍ତ ରଖାଯାଇଥିଲା। ଋଷିକେଶ ଓ ହରିଦ୍ୱାରରେ ଅଣହିନ୍ଦୁମାନେ ସ୍ଥାୟୀ ବାସିନ୍ଦା ହୋଇପାରିବେ ନାହିଁ ଏବଂ ସେମାନେ କେବଳ କାର୍ଯ୍ୟ ପାଇଁ ସେଠାକୁ ଯାଇପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାର ଗମ୍ଭୀରତାର ସହ ମୂଳ ଚୁକ୍ତିନାମାର ନିୟମଗୁଡ଼ିକୁ ଫେରାଇ ଆଣିବା ପାଇଁ ଚିନ୍ତା କରୁଛନ୍ତି।
ପୁସ୍କର ସିଂ ଧାମି ଏନେଇ କହିଛନ୍ତି, ଦେବଭୂମିର ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ସରକାର ସବୁ ଜରୁରୀ ପଦକ୍ଷେପ ନେବେ। ସନାତନ ବିଶ୍ୱାସୀଙ୍କ ପାଇଁ ଉତ୍ତରାଖଣ୍ଡ ହେଉଛି ଆସ୍ଥାର କେନ୍ଦ୍ରସ୍ଥଳ। ହରିଦ୍ୱାର ଓ ଋଷିକେଶକୁ ସନାତନ ସହର ରୂପେ ଘୋଷଣା କରିବା ପାଇଁ ବିଚାର ଚାଲିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?