Posted inUncategorized

ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼

କୋଣାର୍କ,୧୮।୪(ଜ୍ୟୋତିରାଜ ମହାନ୍ତି):ବିଶ୍ୱ ଐତିହ୍ୟ ଦିବସ ଅବସରରେ ଏଏସ୍‌ଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଲାଗି ଶୁକ୍ରବାର ଜନସାଧାରଣଙ୍କ ନିମନ୍ତେ ନିଃଶୁଳ୍କ ଘୋଷଣା କରାଯାଇଛି। ଏହି ପ୍ରାଚୀନ କଳାକୃତି ସମ୍ପନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଐତିହ୍ୟ କରିଡର ଯୋଜନାରେ ଏହାର ଚତୁଃପାର୍ଶ୍ୱର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଏହାର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ପର୍ଯ୍ୟଟକ ଏହି ନିଃଶୁଳ୍କ ସେବାର ସୁଯୋଗ ହାସଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍କୁଲର ୫୦୦ ମିଟର ପରିଧି ମଧ୍ୟରେ ‘ଷ୍ଟିଙ୍ଗ’ ଏନର୍ଜି ଡ୍ରିଙ୍କ ବିକ୍ରୟ ନିଷେଧ

ମୁମ୍ବାଇ,୩।୭: ମହାରାଷ୍ଟ୍ର ସରକାର ଶୁକ୍ରବାର ସାରା ରାଜ୍ୟର ସ୍କୁଲର ୫୦୦ ମିଟର ପରିଧି ମଧ୍ୟରେ ‘ଷ୍ଟିଙ୍ଗ’ ଏନର୍ଜି ଡ୍ରିଙ୍କ୍ସ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରୟ ଉପରେ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri