ଜାନୁୟାରୀ ୮ରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସ୍‌ଏସ୍‌ଇଇ) ୨୦୨୩ ଜାନୁୟାରୀ ୮ରେ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୨୧ ତାରିଖରୁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଛାତ୍ରୀଛାତ୍ର https://aissee.nta.nic.in ୱେବ୍‌ସାଇଟରେ ଆବେଦନ କରିପାରିବେ। ଅନ୍‌ଲାଇନରେ ଆବେଦନ କରାଯାଇ ନ ଥିଲେ ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ। ତେବେ ଭୁବନେଶ୍ବର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମଲେଖା ଲାଗି ଉଭୟ ଝିଅ ଓ ପୁଅ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିପାରିବେ। ପୁଅଙ୍କ ପାଇଁ ୧୦୩ ଏବଂ ଝିଅଙ୍କ ପାଇଁ ୧୨ଟି ସିଟ୍‌ରେ ନାମ ଲେଖାଯିବ। ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଛାତ୍ରୀଛାତ୍ରଙ୍କ ବୟସ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ସୂଚନାଯୋଗ୍ୟ, ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍‌ ଥିବା ପରିବାରର ଛାତ୍ରୀଛାତ୍ରଙ୍କୁ ସୈନିକ ସ୍କୁଲରେ ପାଠପଢ଼ା ନିମନ୍ତେ ଟ୍ୟୁଶନ ଫି’ ବାବଦରେ ସହାୟତା ଯୋଗାଇ ଦେବା ଲାଗି ଓଡ଼ିଶା ସରକାର ଏକ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ୨୦୧୯-୨୦ ଶିକ୍ଷା ବର୍ଷଠାରୁ ଆରମ୍ଭ ହୋଇଛି। ସେହିଭଳି ସୈନିକ ସ୍କୁଲରେ ପଢ଼ୁଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କ ପାଇଁ ୨୦୨୨-୨୩ ଶିକ୍ଷାବର୍ଷଠାରୁ ଖାଦ୍ୟ ସବ୍‌ସିଡି ଯୋଜନା ଆରମ୍ଭ କରିଛନ୍ତି। ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ (ଅଣ ସ୍ବଚ୍ଛଳ ବର୍ଗ), ପ୍ରତିରକ୍ଷା ଓ ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କୁ ଦିନକୁ ୭୫ ଟଙ୍କା ଲେଖାଏ ୨୯୫ଟି କାର୍ଯ୍ୟ ଦିବସ ପାଇଁ ବର୍ଷକୁ ୨୨,୧୨୫ ଟଙ୍କା ଯୋଗାଇ ଦିଆଯିବ। ଏଥିସହିତ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା କାରଣରୁ ସାଧାରଣ ପରିବାରର ଛାତ୍ରୀଛାତ୍ରଙ୍କ ପାଇଁ ସୈନିକ ସ୍କୁଲରେ ପାଠ ପଢ଼ିବା ସହଜ ହୋଇପାରିଛି। ଏଭଳି ଏକ ପ୍ରୋତ୍ସାହନ ବ୍ୟବସ୍ଥା କାରଣରୁ ଓଡ଼ିଶାର ଆର୍ଥିକ ଦୁର୍ବଳ ପରିବାରର ଛାତ୍ରୀଛାତ୍ରଙ୍କ ସୈନିକ ସ୍କୁଲରେ ପଢ଼ିବାର ସ୍ବପ୍ନ ସାକାର ହୋଇପାରିବ। ଭୁବନେଶ୍ବର ସୈନିକ ସ୍କୁଲରେ ସ୍ମାର୍ଟ ଶ୍ରେଣୀଗୃହ, ପରୀକ୍ଷାଗାର, ପାଠାଗାର, କ୍ରୀଡ଼ା ସୁବିଧା, ଉନ୍ନତ ସୁବିଧା ଥିବା ଛାତ୍ରାବାସ ଓ କ୍ୟାଡେଟ୍‌ ମେସ୍‌ ସମେତ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଏଠାରେ ନାମ ଲେଖାଇବା ପାଇଁ ଅଭିଭାବକମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଆବେଦନ କରିବାକୁ ଭୁବନେଶ୍ୱର ସୈନିକ ସ୍କୁଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତରେ ଅସୁସ୍ଥ ହେଲେଣି ୭୧ଜଣ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri