Posted inଜାତୀୟ

ଗୋଟିଏ ପରିବାରର ୪ ସଦସ୍ୟ କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଏମିତି କଥା…

ଜୟପୁର,୨୨।୨: ରାଜସ୍ଥାନର ସିକରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ପରିବାର ପୁଅ ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ଦୁଇ ଝିଅଙ୍କ ସହ ମା-ବାପା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ପୋଲିସ ଜବତ କରିଛି।

ସୂଚନାଯୋଗ୍ୟ, ପରିବାରର ମୁଖ୍ୟ ସକିରର ହନୁମାନ ପ୍ରସାଦ ସୈନୀ ସ୍ତ୍ରୀ ତାରା ଏବଂ ଦୁଇ ଝିଅ ଅନୁ ଏବଂ ପୂଜା ଆତ୍ମହତ୍ୟା କରିଛନ୍ତି। ଏମାନେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ହନୁମାନ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି। ଯେଉଁଥିରେ ଲେଖା ହୋଇଛି, ପୁଅର ମୃତ୍ୟୁ ପରେ ଆମେମାନେ ବଞ୍ଚିପାରିବୁ ନାହିଁ। ସୁସ୍ଥ ମସ୍କିଷ୍କରେ ମୁଁ ଲେଖୁଛି କି, ମୋ ସ୍ତ୍ରୀ, ଦୁଇ ଝିଅ ପୁଅ ବିନା ବଞ୍ଚିପାରିବୁ ନାହିଁ। ମୋ ପୁଅ ଅମରଙ୍କ ୨୦୨୦ ସେପ୍ଟେମ୍ବର ୨୭ରେ ମୃତ୍ୟୁ ଘଟିଥିଲା। ଅମର ଆମ ୪ ଜଣଙ୍କ ଜୀବନ ଥିଲା। ସେ ତ ନାହିଁ ଆମେ ରହି କ’ଣ କରିବୁ?
ଏଥିରେ ଆହୁରି ମଧ୍ୟ ଲେଖାହୋଇଛି, ପ୍ରଶାସନ ଆମ ପରିବାରର କୌଣସି ସଦସ୍ୟଙ୍କୁ ହଇରାଣ ନ କରୁ। ଏହା ଆମର ନିଜସ୍ବ ନିଷ୍ପତ୍ତି। ଏଥିରେ କେହି ଦାୟୀ ନୁହନ୍ତି। ଏହି ସୁସାଇଡ୍‌ ନୋଟ୍‌ ହନୁମାନ ପ୍ରସାଦ ତାଙ୍କ ଛୋଟ ଭାଇ ସୁରେଶଙ୍କୁ ଲେଖିଛନ୍ତି। ଆମ ସମସ୍ତଙ୍କ ଅନ୍ତିମ ସଂସ୍କାର ପରିବାର ପରି କରାଯାଉ। ସୁରେଶ ମୋ ଉପରେ କାହାର କୌଣସି ଟଙ୍କା ବାକି ନାହିଁ। ଏହି ସୁସାଇଡ୍‌ ନୋଟ୍‌ ପାଇବା ପରେ ପରିବାରର ଅନ୍ୟ ସଦସ୍ୟଙ୍କ ଆଖିରେ ଲୁହ ଆସିଯାଉଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାରର ୪ ସଦସ୍ୟଙ୍କ ମୃତଦେହ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପି କିରଣ ଖେରଙ୍କ ବିବାଦୀୟ ମନ୍ତବ୍ୟ

ଚଣ୍ଡିଗଡ,୧୫।୩: ଚଣ୍ଡିଗଡର ଭାଜପା ଏମ୍‌ପି ତଥା ଅଭିନେତ୍ରୀ କିରନ ଖେର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ମୋତେ...

ବର୍ଷା ନେଲାଣି ୨ଶହରୁ ଊର୍ଦ୍ଧ୍ୱ ଜୀବନ

ମୁମ୍ବାଇ,୧୫।୯: ମହାରାଷ୍ଟ୍ରରେ ଚଳିତ ଥର ବର୍ଷାରେ ଏପର୍ଯ୍ୟନ୍ତ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହାଇଥିବା ବେଳେ ୬ଶହରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି।...

ଲଗାତର ୩ ଦିନ ପରେ ମୁମ୍ବାଇରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ମୁମ୍ବାଇ,୧୯।୨: ମହାରାଷ୍ଟ୍ରରେ କିଛି ଦିନ ହେବ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଲଗାତର ଭାବେ ରାଜ୍ୟରେ କରୋନା ଗ୍ରାଫ୍‌ ତଳକୁ ଖସୁଥିବାର ଦେଖିବାକୁ ମିଳିଛି।...

କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ

ମୁମ୍ବାଇ,୩୦।୬: କରୋନା ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ...

୧୨୬ କୋଟି ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ କରିବ ସିବିଆଇ

ଲକ୍ଷ୍ନୌ, ୨୫।୧୨: ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ ଏବେ ସିବିଆଇ କରିବ। ଏଥିରେ ୧୨୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନୋଏଡ଼ାକୁ ଆଗ୍ରା...

ଗୋତ୍ର ବାହାରେ ବିବାହ କାରଣରୁ କାହାକୁ ବାସନ୍ଦ କରିବା ଅନୁଚ୍ଛେଦ ୨୫ର ଉଲ୍ଲଂଘନ…

ଥିରୁଭାନନ୍ତପୁରମ୍‌, ୧୭।୯ : ବିବାହ ଏକ ବ୍ୟକ୍ତିଗତ ମୌଳିକ ଅଧିକାର। ଜଣେ ବ୍ୟକ୍ତି ନିଜ ପସନ୍ଦର ବିବାହ କରିପାରିବେ। ଏନେଇ କେହି ତାଙ୍କୁ ବାଧା ଦେଇପାରିବେ...

ଶ୍ରୀନଗରରେ ସୁଧୁରୁଛି ସ୍ଥିତି

ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଛି। ଏହାପରେ କଶ୍ମୀରରେ ଧାରା ୩୭୦କୁ ଅଚଳ କରି...

ସୀମାରେ ଇଦ୍‌ ପାଲିଲେ ବିଏସ୍‌ଏଫ୍‌-ପାକ୍‌ ରେଞ୍ଜର୍ସ

ନୂଆଦିଲ୍ଲୀ, ୨୧।୭: ଇଦ୍‌ ଅବସରରେ ବୁଧବାର ସୀମାର ବିଭିନ୍ନ ସ୍ଥାନରେ ଭାରତର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏବଂ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଆଦାନପ୍ରଦାନ...

Advertisement
Archives

Model This Week