Odisha Elections 2024

ଏକଦା ପ୍ରିୟଙ୍କାଙ୍କୁ ଚାପୁଡ଼ା ମାରିବାକୁ ପହଞ୍ଚିଥିଲେ ଟ୍ବିଙ୍କିଲ…କାରଣ ଥିଲା କିଛି…

ବମ୍ବେ: ବଲିଉଡର ହିଟ୍‌ ଯୋଡ଼ିମାନଙ୍କ ମଧ୍ୟରୁ ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କ ଯୋଡ଼ି ଅନ୍ୟତମ। ଏବେ ସଫଳ ଦାମ୍ପତ୍ୟ ଜୀବନ ଜିଉଁଥିବା ଅକ୍ଷୟ କିନ୍ତୁ ଯୁବାବସ୍ଥାରେ ଚପଳ ଥିଲେ। ବିବାହିତ ଥିବା ସତ୍ତ୍ୱେ ନାୟିକାମାନଙ୍କ ପ୍ରେମରେ ପଡ଼ିଯାଉଥିଲେ। ଅନେକ ନାୟିକାଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଚର୍ଚ୍ଚାରେ ରହୁଥିଲା। ସେଥିରୁ ଜଣେ ଥିଲେ ପ୍ରିୟଙ୍କା ଚୋପ୍ରା।

ଦିନ ଥିଲା ପ୍ରିୟଙ୍କାଙ୍କ ଯୋଗୁ ଅକ୍ଷୟ-ଟ୍ବିଙ୍କିଲଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପ୍ରିୟଙ୍କାଙ୍କ ସହ ବଢ଼ିଚାଲିଥିବା ସମ୍ପର୍କ ଟ୍ବିଙ୍କିଲଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଏହାକୁ ନେଇ ଘରେ ବଚସା ହୋଇଥିଲା। ସ୍ବାମୀ ଅକ୍ଷୟଙ୍କୁ ସେ ଚେତାଇ ମଧ୍ୟ ଦେଇଥିଲେ। ହେଲେ ସେସବୁର ଅକ୍ଷୟଙ୍କ ଉପରେ ପ୍ରଭାବ ପଡ଼ି ନ ଥିଲା। ଦୁହେଁ ଲଗାତର ଭାବେ ଫିଲ୍ମ କରୁଥିଲେ।

ଫିଲ୍ମ ‘ଅଜନବୀ’ରୁ ଅକ୍ଷୟ-ପ୍ରିୟଙ୍କା ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ଏହା ବଢ଼ି ଚାଲିଥିଲା। ଫିଲ୍ମ ‘ବକ୍ତ’ ସମୟରେ ଟ୍ବିଙ୍କିଲ ବେଶ ରାଗି ଯାଇଥିଲେ। ଏପରିକି ସେ ଶୁଟିଂ ସେଟ୍‌ରେ ପ୍ରିୟଙ୍କାଙ୍କୁ ଚାପୁଡ଼ା ମାରିବାକୁ ପହଞ୍ଚି ଯାଇଥିଲେ। ହେଲେ ସେତେବେଳେ ଅଭିନେତ୍ରୀ ଆସି ନ ଥିବାରୁ ଝଗଡ଼ା ହୋଇପାରି ନ ଥିଲା। ମାତ୍ର ଅକ୍ଷୟ ଉକ୍ତଦିନ ପ୍ରିୟଙ୍କାଙ୍କଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ତାହା ହିଁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ଜଲଓ୍ବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଲଓ୍ବା ଦେଖାଇଛନ୍ତି। ୨୦ ବର୍ଷ ହେଲା ଐଶ୍ୱର୍ଯ୍ୟା ଏହି...

ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ଜେନିଫର ଲୋପେଜ୍‌, ଦୁଇ ବର୍ଷ ପୂର୍ବେ କରିଥିଲେ ବିବାହ

ବମ୍ବେ: ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌। ବେନ୍‌ ଆଫ୍‌ଲେକ୍‌ଙ୍କୁ ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ହେଲେ...

ପ୍ରଭାସଙ୍କ ଜୀବନରେ ଡାର୍ଲିଂଙ୍କ ଏଣ୍ଟ୍ରି!

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ଏକଥା ମନଗଢ଼ା ନୁହେଁ ବରଂ ଅଭିନେତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ସେ...

ଭୁବନେଶ୍ୱରରେ ପହଞ୍ଚିଲେ ହେମାମାଳିନୀ

ଭୁବନେଶ୍ୱର,୧୭ା୫: ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମାମାଳିନୀ ଶୁକ୍ରବାର ପୂର୍ବାହ୍ନରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ପହଞ୍ଚି ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri